Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

୩୫ବର୍ଷ ବୟସରେ ସର୍ବ କନିଷ୍ଠ ଆଇସିସି ଅଧ୍ୟକ୍ଷ ଜୟ ଶାହ

Sangram Tripathy
Browse all articles by Sangram Tripathy
·1 year ago·2 min read
୩୫ବର୍ଷ ବୟସରେ ସର୍ବ କନିଷ୍ଠ ଆଇସିସି ଅଧ୍ୟକ୍ଷ ଜୟ ଶାହ

ଅର୍ଗସ ବ୍ୟୁରୋ:ଆଇସିସିର ନୂଆ ବସ୍  ଜୟ ଶାହ। ମିଳିଛି ଗୁରୁ ଦାୟିତ୍ବ। ବିଶ୍ୱ କ୍ରିକେଟରେ ରାଜ କରିବେ ଜୟ। ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ଭାବେ କରିଛନ୍ତି ରେକର୍ଡ । ସର୍ବ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ଆଇସିସିର ମୁଖ୍ୟ ହୋଇଛନ୍ତି ଶାହ। ସ୍ବାଧୀନ ଅଧ୍ୟକ୍ଷ ଭାବେ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ।୨୦୨୪ଡିସେମ୍ବର୧ରେ  ଆଇସିସି ଅଧ୍ୟକ୍ଷ ଭାବେ ଗ୍ରେଗ୍ ୱାର୍କଲଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ଶାହ। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଆଇସିସି ଅଧ୍ୟକ୍ଷ ପ୍ରତ୍ୟେକ ଦୁଇ ବର୍ଷ ଲେଖାଏ ତିନି ଟର୍ମ ପାଇଁ କାର୍ଯ୍ୟଭାର ସମ୍ଭାଳନ୍ତି। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ୨୦୨୦ରେ ଆଇସିସିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୨ରେ ମଧ୍ୟ ପୁନର୍ବାର ତାଙ୍କୁ ଦାୟିତ୍ୱ ମିଳିଥିଲା।ଚଳିତ ବର୍ଷ ନଭେମ୍ବର ୩୦ରେ ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ସେ ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବଚାନ ଲଢିବେ ନାହିଁ ବୋଲି ମନା କରି ଦେଇଥିଲା। ଫଳରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଶାହ ।

ଆଇସିସିରେ ପୁଣି ଭାରତୀୟଙ୍କ ଦବଦବା ବଢିଛି, ଆଇସିସିର ଅଧ୍ୟକ୍ଷ ହେବାରେ ଜୟ ଶାହ ହେଉଛନ୍ତି ୫ମ ଭାରତୀୟ। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ,ଶରଦ ପାୱାର,ଏନ୍ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ଯୋଶୀ ଆଇସିସିର ଅଧ୍ୟକ୍ଷ ଦାୟିତ୍ବ ତୁଲାଇସାରିଛନ୍ତି। ଆଇସିସିର ଅଧ୍ୟକ୍ଷ ପଦ ଲାଗି ଶାହଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତି ଆବେଦନ ନକରିବାରୁ ସହଜରେ ବିଜୟ ହାସଲ କରିଛନ୍ତି ଜୟ ଶାହ। ସେ ବର୍ତ୍ତମାନ ସମୟରେ ମଧ୍ୟ ଆଇସିସିର ଅର୍ଥ ଏବଂ ବାଣିଜ୍ୟିକ ମାମଲାର ଉପ ସମିତି ମୁଖ୍ୟ ଅଛନ୍ତି। ବିସିସିଆଇ ସଚିବ ଭାବେ ଆହୁରି ଶାହଙ୍କ ଆହୁରି ଗୋଟିଏ ବର୍ଷ କାର୍ଯ୍ୟକାଳ ରହିଛି।ନୂଆ ଦାୟିତ୍ୱ ପାଇଁ ନିର୍ବାଚିତ ହୋଇଥିବାରୁ  ଶାହ ଆଇସିସିକୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଆଇସିସିର ସମସ୍ତ ସଦସ୍ୟଙ୍କୁ ସାଙ୍ଗରେ ନେଇ କ୍ରିକେଟକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି ଜୟ।

ବିସିସିଆଇ ସମ୍ପାଦକ ଭାବେ ଜୟ ଶାହ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସହ ମହିଳା ଦଳର ଦରମା ସମାନ ପ୍ରସଙ୍ଗ ନିଷ୍ପର୍ତ୍ତି ହେଉ,ଅବା ଏନସିଏରେ କ୍ରିକେଟର ଏବଂ ଆଥଲେଟ୍ସ ଏକାଠି ପ୍ରଶିକ୍ଷଣ ଲାଗି ଶାହ ବଡ଼ ଘୋଷଣା କରିଥିଲେ ତାଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ କ୍ରୀଡ଼ାବିତଙ୍କ ସମେତ ଅନେକ କ୍ରିକେଟରମାନେ। ନିର୍ବାଚିତ ହେବା ପରେ ଜୟ ଶାହ କ୍ରିକେଟକୁ ବିଶ୍ୱସ୍ତରୀୟ ପହଞ୍ଚାଇବା ସହ ଆହୁରି କେମିତି ଲୋକପ୍ରିୟ କରିହେବ ସେ ଦିଗରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି। ବିଶେଷକରି ଆଗାମୀ ଲସ୍ ଆଞ୍ଜେଲସ୍ ୨୦୨୮ ଅଲିମ୍ପିକ୍ସରେ  କ୍ରିକେଟକୁ ଅନ୍ତର୍ଭୁକ୍ତ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି  ଶାହ । କ୍ରୀଡ଼ା କ୍ଷେତ୍ରରେ ବିଶ୍ବ ନିକଟରେ ବଢୁଛି ଭାରତ ଦବଦବା । ଆଗଉଛି ବିଶ୍ବ ସାଥିରେ ଭାରତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jay Shah is the youngest ICC president at 35 years old | Argus News