Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଇସିସିର ଅଧ୍ୟକ୍ଷ ହେବେ ଜୟ ଶାହ,ରେସ୍‌ରୁ ହଟିଲେ ଏହି ଖେଳାଳି

Sangram Tripathy
Browse all articles by Sangram Tripathy
·1 year ago·2 min read
ଆଇସିସିର ଅଧ୍ୟକ୍ଷ ହେବେ ଜୟ ଶାହ,ରେସ୍‌ରୁ ହଟିଲେ ଏହି ଖେଳାଳି


ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ଶାହ। । ସେ ପୁଣି ଏମିତି ସେମିତି ଚର୍ଚ୍ଚା ନୁହେଁ ବିଶ୍ବ କ୍ରିକେଟରେ ରାଜ୍ କରିବାର ଚର୍ଚ୍ଚା। ବିସିସିଆଇ ସମ୍ପାଦକ ଜୟ ଶାହା ହେବେ ଆଇସିସିର ଅଧ୍ୟକ୍ଷ,ଏହି ରେସରେ ସେ ରହିଛନ୍ତି ବେଶ ଆଗରେ। ବର୍ତ୍ତମାନର ଆଇସିସି ସଭାପତି ରହିଥିବା ଗ୍ରେଗ୍ ବାର୍କଲେ ତୃତୀୟ ଥର ପାଇଁ ସଭାପତି ଦୌଡରୁ ଓହରିବା ପରେ ଏ ତାଲିକାରେ ଶୀର୍ଷରେ ରହିଛନ୍ତି ଶାହ। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ୨୦୨୦ରେ ଆଇସିସିର ସ୍ୱାଧୀନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୨ରେ ମଧ୍ୟ ପୁନର୍ବାର ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ନଭେମ୍ବରରେ ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବ।

ସେପଟେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟ ଶାହଙ୍କୁ ସମର୍ଥନ ଜଣାଇଛନ୍ତି। ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିଛି,ତାହା ଶେଷ ହେବା ପରେ ସେ ଏହି ଦାୟିତ୍ବ ନେଇପାରନ୍ତି। ଅନ୍ୟପଟେ ଆଇସିସି ସଭାପତି ପଦ ନିର୍ବାଚନ ପାଇଁ ପ୍ରାର୍ଥିୀପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ଆଇସିସି ନିୟମ ଅନୁସାରେ ଅଧ୍ୟକ୍ଷ ନିର୍ବାଚନ ଲାଗି ୧୬ଟି ଭୋଟ୍ ରହିଛି। ଅଧ୍ୟକ୍ଷ ହେବାକୁ ହେଲେ ପୂର୍ବରୁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ପଡୁଥିଲା କିନ୍ତୁ ଏବେ ବିଜୟଲାଗି ପ୍ରାର୍ଥୀଙ୍କୁ ୯ଟି ଭୋଟ୍ ଅର୍ଥାତ ୫୧ ପ୍ରତିଶତ ସମର୍ଥନ ଆବଶ୍ୟକ,ଯଦି ଜୟ ଶାହ ନାମାଙ୍କନ ଭରନ୍ତି,ସେ ଅଧ୍ୟକ୍ଷ ହେବା ନିଶ୍ଚିତ ବୋଲି କୁହାଯାଉଛି।  ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ସରିବା ପରେ ସେ ଏହି ଦାୟିତ୍ୱ ନେଇପାରନ୍ତି। କାରଣ ଭୋଟ୍ ଦେବାକୁ ଥିବା ୧୬ ଜଣ ସଦସ୍ୟଙ୍କ ସହ ଶାହଙ୍କ ଭଲ ସମ୍ପର୍କ ରହିଛି। ଏପରି ହେଲେ ସେ ,୩୬ ବର୍ଷ ବୟସରେ ସର୍ବ କନିଷ୍ଠ ସଭାପତି ହେବେ ଶାହ,୫ମ ଭାରତୀୟ ଭାବେ ସେ ଏହି ପଦ ଅଳଙ୍କୃତ କରିବେ।

ପୂର୍ବରୁ ଜଗମୋହନ ଡାଲମିଆ,ଶରଦ ପାୱାର,ଏନ୍ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ଯୋଶୀ ଆଇସିସିରଅଧ୍ୟକ୍ଷ ଦାୟିତ୍ବ ତୁଲାଇସାରିଛନ୍ତି। ଆଇସିସିର  ନୂଆ ବସ୍ ଜୟ ଶାହ ହୁଅନ୍ତୁ ବୋଲି ମଧ୍ୟ କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି,ବିସିସିଆଇ ସମ୍ପାଦକ ଭାବେ ଜୟ ଶାହ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସହ ମହିଳା ଦଳର ଦରମା ସମାନ ପ୍ରସଙ୍ଗ ନିଷ୍ପର୍ତ୍ତି ହେଉ,ଅବା ଏନସିଏରେ କ୍ରିକେଟର ଏବଂ ଆଥଲେଟ୍ସ ଏକାଠି ପ୍ରଶିକ୍ଷଣ ଲାଗି ଶାହ ବଡ଼ ଘୋଷଣା କରିଥିଲେ ତାଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ କ୍ରୀଡ଼ାବିତଙ୍କ ସମେତ ଅନେକ କ୍ରିକେଟରମାନେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jay Shah will be the chairman of the ICC, this player was removed from the race | Argus News