Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅଷ୍ଟ୍ରେଲିଆକୁ Jazball ଟେନସନ୍, ଏମିତି କଣ କହିଦେଲେ ଲାୟନ..

Sangram Tripathy
Browse all articles by Sangram Tripathy
·1 year ago·2 min read
ଅଷ୍ଟ୍ରେଲିଆକୁ Jazball ଟେନସନ୍, ଏମିତି କଣ କହିଦେଲେ ଲାୟନ..


ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆକୁ Jazball ଟେନସନ୍,ଉଡୁଛି ଖେଳାଳିଙ୍କ ନିଦ,ଏହି ଭାରତୀୟ ଖେଳାଳିଙ୍କୁ ନେଇ ଏମିତି କିଛି କହିଦେଲେ ଅଷ୍ଟ୍ରେଲିଆର ମହାନ୍ ସ୍ପିନର ନାଥନ୍ ଲାୟନ୍ ।ଯାହାକୁ ନେଇ ଚର୍ଚ୍ଚା ଜୋର। ବିରାଟ କି ରୋହିତ ନୁହେଁ, କଙ୍ଗାରୁଙ୍କୁ ଘାରିଛି ଏହି ଭାରତୀୟ ଯୁବ ବ୍ୟାଟରଙ୍କ ଟେନସନ୍‌,ତାଙ୍କ ଧୁଆଁଦାର ବ୍ୟାଟିଂ ସାଙ୍ଗକୁ ଜବରଦସ୍ତ ପାରି ହଜାଇଦେଲାଣି କଙ୍ଗାରୁ ଦଳର ନିଦ। ସେହି ଯୁବ ଭାରତୀୟ ଷ୍ଟାର ବ୍ୟାଟର ହେଉଛନ୍ତି ଯଶସ୍ବୀ ଜୈସୱାଲ୍। ତାଙ୍କ କ୍ରିକେଟ୍ ଦେଖିଲେ ଆପଣଙ୍କୁ ମଧ୍ୟ ଲାଗିବନି ସେ ଯୁବବୋଲି,ଆସନ୍ତା ନଭେମ୍ବରୁ ଆରମ୍ଭ ହେବାକୁ ଯାଉଛି ବର୍ଡର ଗାଭାସ୍କର ଟ୍ରଫି,ଏହି ସିରିଜ୍ ଯାହା ଅଷ୍ଟ୍ରେଲିଆରେ ଖେଳାଯିବ,ଟିମ୍ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫିର ୪ଟି ସିରିଜ୍ ଜିତି କରିଛି ରେକର୍ଡ ।

୨୦୧୭ରୁ ଭାରତ କବଜାରେ ରହିଛି ଏହି ଟ୍ରଫି। ମାତ୍ର ଏନେଇ ୨୪ରେ ହେବାକୁ ଥିବା ସିରିଜ୍ ଲାଗି କଙ୍ଗାକୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମାତ୍ର ଦଳକୁ ଘାରିଛି ଯଶସ୍ବୀ ଡ଼ର ବୋଲି କହିଛନ୍ତି ଲାୟନ୍। ମାତ୍ର କିଛି ଦିନ ତଳେ ଟେଷ୍ଟରେ ଡେବ୍ୟୁ କରିଥିବା ଏହି ଭାରତୀୟ ବ୍ୟାଟର ଜଣଙ୍କ କମ୍ ମ୍ୟାଚରେ ଜବରଦସ୍ତ ଇନିଂସ ଦେଖାଇଛନ୍ତି,ତାକୁ ଦେଖି ସଭିଏଁ କହୁଛନ୍ତି ଟିମ୍ ଇଣ୍ଡିଆର ଭବିଷ୍ୟତ । ସେ ହେଉଛନ୍ତି ଯଶସ୍ବୀ ଜୈସୱାଲ୍ । ଭାରତରେ ଖେଳାଯାଇଥିବା ଇଂଲଣ୍ଡ ସିରିଜରେ ଟମ୍ ହାଟଲି ଯେତେବେଳେ ସବୁ ବ୍ୟାଟରଙ୍କ ଉପରେ ଭାରି ପଡୁଥିଲେ ସେତେବେଳେ ଯଶସ୍ବୀ ବୋଲକଙ୍କୁ ଏମିତି ଆଟାକ କରୁଥିଲେ,ଲୟ ଭୁଲିଯାଉଥିଲେ ବୋଲଂର। ଇଂଲଣ୍ଡ ବିପକ୍ଷ ମାତ୍ର ୭ଟି ଇଂନିସରେ କରିଥିଲେ ୭ଶହରୁ ଅଧିକ ରନ୍।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୈସୱାଲଙ୍କ ପାଇଁ ଅଷ୍ଟ୍ରେଲିଆକୁ ଖାସ୍ ପ୍ଲାନ୍ କରିବାକୁ ପଡ଼ିବ,ନହେଲେ ତାଙ୍କୁ ଅଟକାଇବା ମୁସ୍କଲ୍ ହୋଇପଡିବ। ଏଯାଏ ଯଶସ୍ବୀ ୯ଟି ଟେଷ୍ଟ ଖେଳିଥିବାବେଳେ
କରିଛନ୍ତି ୧୦୨୮ ରନ୍ ,ସେଥିରେ ୨ଟି ଦ୍ବିଶତକୀୟ ଇନିଂସ ସହ ୩ଟି ଶତକ ମଧ୍ୟ ରହିଛି। ଟେଷ୍ଟରେ ସର୍ବାଧିକ ସ୍କୋର ହେଉଛି ୨୧୪ ରନ୍,ଆଭରେଜ୍ ରହିଛି ୬୮.୫୩ । ୨୩ଟି ଟି-୨୦ ଖେଳି ୭୨୩ ରନ୍ କରିଛନ୍ତି ସଂଗ୍ରହ  । ସେଥିରେ ୫ଟି ଅର୍ଦ୍ଧଶତକ,ଗୋଟିଏ ଶତକ ରହିଛି।  ଲିଷ୍ଟ "ଏ"ରେ ୩୨ଟି ମ୍ୟାଚରେ ୧୫୧୧ ରନ୍ ସଂଗ୍ରହ କରିଛନ୍ତି ଯଶସ୍ବୀ। ଟେଷ୍ଟରେ ଯେମିତି ପ୍ରଦର୍ଶନ କରୁଛନ୍ତି ତାହା ଅଷ୍ଟ୍ରେଲିଆକୁ ଟେନସନନ ଦେଉଛି। ଭାରତ ଏଥର ପୁଣି କଙ୍ଗାରୁକୁ ମାତ୍ ଦେଇ ବର୍ଡର ଗାଭାସ୍କର ଟ୍ରଫି ହାତେଇବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ

Sponsored
Jazball tension for Australia, what did Lion say.. | Argus News