Videos
|
Sports

ସରିଲା ମାଗଣା ଲଲିପପ୍... ଏଣିକି JioHotstarରେ IPL ଦେଖିବାକୁ ଗଣିବେ ଟଙ୍କା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସରିଲା ମାଗଣା ଲଲିପପ୍... ଏଣିକି JioHotstarରେ IPL ଦେଖିବାକୁ ଗଣିବେ ଟଙ୍କା

Key Points

ଏଣିକି ଆଉ ମାଗଣାରେ ମୋବାଇଲ୍‌ରେ ଦେଖିବାକୁ ମିଳିବନି ଲାଇଭ୍ ମ୍ୟାଚ୍ । ଜିଓ ଓ ଷ୍ଟାର ଇଣ୍ଡିଆର ମିଶ୍ରଣ ପରେ ତିଆରି ହୋଇଛି ନୂଆ ପ୍ଲାଟଫର୍ମ- ଜିଓହଟଷ୍ଟାର ।

କ୍ରିକେଟ୍ ପ୍ରେମୀଙ୍କ ଲାଗି ଖରାପ ଖବର । ଏଣିକି ଆଉ ମାଗଣାରେ ମୋବାଇଲ୍‌ରେ ଦେଖିବାକୁ ମିଳିବନି ଲାଇଭ୍ ମ୍ୟାଚ୍ । ଜିଓ ଓ ଷ୍ଟାର ଇଣ୍ଡିଆର ମିଶ୍ରଣ ପରେ ତିଆରି ହୋଇଛି ନୂଆ ପ୍ଲାଟଫର୍ମ- ଜିଓହଟଷ୍ଟାର । ଯେଉଁଛିରେ ଜିଓସିନେମା ଓ ଡିଜ୍ଜନୀ+ହଟଷ୍ଟାର ମିଶି ଜିଓହଟଷ୍ଟାର ହୋଇଛି । ଏହା ଶୁକ୍ରବାର ଲଞ୍ଚ୍ ହୋଇଛି ।


ଜିଓହଟଷ୍ଟାର ପାଖରେ ମନୋରଞ୍ଜନ ଓ ଲାଇଭ ସ୍ପୋର୍ଟ୍ସର ୫୦ କୋଟିରୁ ଅଧିକ ବ୍ୟବହାରକାରୀ ରହିଛନ୍ତି । କୋଟି କୋଟି ବ୍ୟବହାରକାରୀ ଆପଣାଇଥିବା ଜିଓହଟଷ୍ଟାର ଏବେ ଆଇପିଏଲ୍ ଦେଖିବାର ତରିକା ବଦଳାଇବାକୁ ଯାଉଛି । କାରଣ ଆଗରୁ ଜିଓସିନେମାରେ ଦେଖିବାକୁ ମାଗଣା ମ୍ୟାଚ୍ ମାତ୍ର କିଛି ମିନିଟ୍ ହିଁ ଚାଲିବ । ଆଉ ପୂରା ମ୍ୟାଚ୍ ଦେଖିବାକୁ ଦେବାକୁ ପଡ଼ିବ ପାଉଣା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରୟଟର୍ସ ରିପୋର୍ଟ ଅନୁସାରେ, ଆଇପିଏଲ୍‌ର ମାତ୍ର କିଛି ମିନିଟ୍ ମାଗଣାରେ ଦେଖିବାକୁ ମିଳିବ । ପୂରା ମ୍ୟାଚ୍ ଦେଖିବା ଲାଗି ନେବାକୁ ପଡ଼ିବ ସବସ୍କ୍ରିପସନ୍ । ଆଉ ଜିଓହଟଷ୍ଟାରର ପ୍ରାରମ୍ଭିକ ସବସ୍କ୍ରିପସନ୍ ୧୪୯ ଟଙ୍କାରୁ ଆରମ୍ଭ ହେବ । ସୂଚନାଯୋଗ୍ୟ, ପୂର୍ବରୁ ଜିଓସିନେମା ସମ୍ପୂର୍ଣ୍ଣ ମାଗଣାରେ ଆଇପିଏଲ୍ ଷ୍ଟ୍ରିମିଂ କରୁଥିଲା ।


୨୦୨୩ରେ ଜିଓ ୩ ବିଲିୟନ୍ ଡଲାର ମୂଲ୍ୟରେ ୫ ବର୍ଷ ଲାଗି ଆଇପିଏଲ୍ ରାଇଟ୍ସ ହାତେଇଥିଲା । ଏବେ ପୂରା ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଟଙ୍କା ଦେବାକୁ ପଡ଼ିବ । ଦୁନିଆର ସବୁଠୁ ଦାମୀ କ୍ରିକେଟ୍ ଲିଗ୍ ହେଉଛି ଆଇପିଏଲ୍ । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଓ ୱାଲ୍ଟ ଡିଜନୀର ୮.୫ ବିଲିୟନ୍ ଡଲାର ମୂଲ୍ୟରେ ମିଶ୍ରଣ ଏହି ନିଷ୍ପତ୍ତି ଆସିଛି ।


ସବସ୍କ୍ରିପସନ୍ ପ୍ଲାନ୍ ?


ସବସ୍କ୍ରିପସନ୍ ବେସିକ୍ ପ୍ଲାନ୍ ୧୪୯ ଟଙ୍କା ରହିବ । ବିଜ୍ଞାପନ ମୁକ୍ତ ୩ ମାସର ପ୍ଲାନ୍ ପାଇଁ ୪୯୯ ଟଙ୍କା ଦେବାକୁ ପଡ଼ିବ । ଜିଓହଟଷ୍ଟାରରେ ଆଇସିସି ଇଭେଣ୍ଟସ୍ ସହ ଆଇପିଏଲ୍, ଡବ୍ଲୁପିଏଲ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିବ । କ୍ରିକେଟ୍ ସହ ପ୍ରୋ କବାଡ଼ି ଓ ଆଇଏସ୍ଏଲ୍ ଭଳି ଘରୋଇ ଲିଗ୍‌ର ମଜ୍ଜା ବି ନେଇ ପାରିବେ ।