Videos
|
Sports

ସଚିନଙ୍କ ପରେ ଟେଷ୍ଟରେ ୨ୟ ସର୍ବାଧିକ ରନ ସ୍କୋରର ହେଲେ ଜୋ ରୁଟ୍

Ritu Das
Browse all articles by Ritu Das
·1 year ago·2 min read
ସଚିନଙ୍କ ପରେ ଟେଷ୍ଟରେ ୨ୟ ସର୍ବାଧିକ ରନ ସ୍କୋରର ହେଲେ ଜୋ ରୁଟ୍

Key Points

ସଚିନଙ୍କ ପରେ ଟେଷ୍ଟରେ ୨ୟ ସର୍ବାଧିକ ରନ ସ୍କୋରର ହେଲେ ଜୋ ରୁଟ୍

ତାଙ୍କର ୩୮ତମ ଶତକ ବଳରେ ଇଂଲଣ୍ଡର ସ୍କୋର ୪୦୦ ଟପିଯାଇଛି

ଆଜିର ଶତକ ସହ ଜୋ ରୁଟ୍ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି

ମାଞ୍ଚେଷ୍ଟର ଟେଷ୍ଟ ଧୀରେ ଧୀରେ ଭାରତ ହାତରୁ ଖସିଯିବା ପରି ଲାଗୁଛି । ଇଂଲଣ୍ଡର ଏହି ଲଢୁଆ ଜବାବ ପଛରେ ରହିଛନ୍ତି ତାରକା ବ୍ୟାଟ୍ସମ୍ୟାନ ଜୋ ରୁଟ୍ । ତାଙ୍କର ୩୮ତମ ଶତକ ବଳରେ ଇଂଲଣ୍ଡର ସ୍କୋର ୪୦୦ ଟପିଯାଇଛି । ଆଜିର ଶତକ ସହ ଜୋ ରୁଟ୍ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ପରେ ସେ ଟେଷ୍ଟ କ୍ରିକେଟରେ ୨ୟ ସର୍ବାଧିକ ରନ ସ୍କୋରର ପାଲଟିଛନ୍ତି । ପ୍ରଥମ ସ୍ଥାନରେ ଥିବା ସଚିନ ୨୦୦ଟି ଟେଷ୍ଟରେ ମୋଟ ୧୫,୯୨୧ ରନ କରିଥିବାବେଳେ ରୁଟ ପୂର୍ବରୁ ୨ୟ ସ୍ଥାନରେ ଥିବା ରିକି ପଣ୍ଟିଙ୍ଗଙ୍କ ୧୩,୩୭୮ ରନକୁ ଟପିଯାଇଛନ୍ତି । ଏହା ସହିତ ସେ ୨ୟ ସ୍ଥାନରେ ପହଞ୍ଚିଛନ୍ତି ।


ରୁଟଙ୍କ ବୟସ ଏବେ ୩୪ ବର୍ଷ ହୋଇଥିବାବେଳେ ସେ ଆଗକୁ ଆହୁରି କିଛି ବର୍ଷ ଖେଳିବା ଆଶା କରାଯାଉଛି । ଏଣୁ ଆଗକୁ ସଚିନଙ୍କ ରେକର୍ଡ ମଧ୍ୟ ବିପଦରେ ପଡ଼ିବାର ଆଶଙ୍କା ରହିଛି । ତେବେ ଟେଷ୍ଟ ଶତକ ଦୃଷ୍ଟିରୁ ରୁଟ (୩୮ ଶତକ) ଏବେ ବି ସଚିନଙ୍କ ୫୧ ଶତକ ରେକର୍ଡଠାରୁ ବହୁ ଦୂରରେ ଅଛନ୍ତି । ରୁଟଙ୍କ ବୟସ ଏବେ ୩୪ ବର୍ଷ ହୋଇଥିବାବେଳେ ସେ ଆଗକୁ ଆହୁରି କିଛି ବର୍ଷ ଖେଳିବା ଆଶା କରାଯାଉଛି । ଏଣୁ ଆଗକୁ ସଚିନଙ୍କ ରେକର୍ଡ ମଧ୍ୟ ବିପଦରେ ପଡ଼ିବାର ଆଶଙ୍କା ରହିଛି । ତେବେ ଟେଷ୍ଟ ଶତକ ଦୃଷ୍ଟିରୁ ରୁଟ (୩୮ ଶତକ) ଏବେ ବି ସଚିନଙ୍କ ୫୧ ଶତକ ରେକର୍ଡଠାରୁ ବହୁ ଦୂରରେ ଅଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
joe-root-becomes-the-second-highest-run-scorer-in-tests-after-sachin-tendulkar | Argus News