Justin Greaves / ୫ ଓଭର୍, ୫ ୱିକେଟ୍; ପାକିସ୍ତାନ ବିପକ୍ଷରେ ଇତିହାସ ରଚିଲେ ୱେଷ୍ଟଇଣ୍ଡିଜ୍ର ଜଷ୍ଟିନ୍ ଗ୍ରିଭ୍ସ
·48 mins ago·2 min read

Key Points
୫ ଓଭର୍ ବୋଲିଂ କରି କୌଣସି ରନ୍ ନ ଦେଇ ୫ଟି ୱିକେଟ ହାତେଇଲେ ବୋଲର୍ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ପାକିସ୍ତାନ ଟିମ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ବୋଲର୍ଙ୍କୁ ଏହି ସଫଳତା ମିଳିଛି ।
ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ । ୫ ଓଭର୍ ବୋଲିଂ କରି କୌଣସି ରନ୍ ନ ଦେଇ ୫ଟି ୱିକେଟ ହାତେଇଲେ ବୋଲର୍ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ପାକିସ୍ତାନ ଟିମ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ବୋଲର୍ଙ୍କୁ ଏହି ସଫଳତା ମିଳିଛି । ୱେଷ୍ଟଇଣ୍ଡିଜ୍ର ଅଲରାଉଣ୍ଡର ଜଷ୍ଟିନ୍ ଗ୍ରିଭ୍ସ ଟେଷ୍ଟ କ୍ରିକେଟ୍ରେ ଇତିହାସ ରଚିଛନ୍ତି ।
ପୂର୍ବରୁ କୌଣସି ବୋଲରଙ୍କୁ ଏହି ସଫଳତା ମିଳି ନଥିଲା । ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଜଷ୍ଟିନ୍ ଗ୍ରିଭ୍ସ ଲଗାତାର ୫ ଓଭର୍ ବଲ୍ ଫିଙ୍ଗିବା ସହ ୫ ୱିକେଟ୍ ନେଇ ଇତିହାସ ରଚିଛନ୍ତି । ଆଉ ଏହି ସଫଳତା ଜଷ୍ଟିନ୍ ଗ୍ରିଭ୍ସଙ୍କୁ ଟେଷ୍ଟ କ୍ରିକେଟ୍ରେ ପ୍ରଥମଥର ପାଇଁ ମିଳିଛି ।
ଏଥିସହ ପଢ଼ନ୍ତୁ: ବୈଭବଙ୍କୁ ମିଳିବ କି ଦିନିକିଆ ଦଳରେ ସୁଯୋଗ ? ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର
ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ତ୍ରିନିଦାଦ ଟେଷ୍ଟର ପ୍ରଥମ ଦିନରେ ଐତିହାସିକ ରେକର୍ଡ ହାସଲ କରିଥିଲେ । ଲଗାତାର ୫ ଓଭର୍ ବୋଲିଂ କରି ଜଷ୍ଟିନ୍ ଗ୍ରିଭ୍ସ ପ୍ରତି ଓଭର୍ରେ ଜଣେ ଲେଖାଏଁ ପାକିସ୍ତାନୀ ଖେଳାଳିଙ୍କୁ ଆଉଟ୍ କରିବା ସହ ରନ୍ର କୌଣସି ସୁଯୋଗ ଦେଇ ନଥିଲେ ।
ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ନାଁରେ ଥିଲେ । ଯିଏକି ୨୦୧୬ରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ୪ ଓଭର୍ ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ । ଏବେ ଜଷ୍ଟିନ୍ ଗ୍ରିଭ୍ସ ଷ୍ଟୁଆର୍ଟ ବ୍ରଡଙ୍କ ରେକର୍ଡ ଭାଙ୍ଗି ଆଗକୁ ବଢ଼ିଛନ୍ତି ।
ମ୍ୟାଚ୍ ପରେ ଜଷ୍ଟିନ୍ ଗ୍ରିଭ୍ସ କହିଛନ୍ତି, "ଯେତେବେଳେ ମୁଁ ବୋଲିଂ କରିବାକୁ ଆସିଲି ଅଧିନାୟକ ରୋଷ୍ଟନ ଚେଜ ଅନୁଶାସନ ବଜାୟ ରଖି ଏବଂ ଠିକ୍ ଲାଇନ୍ରେ ବୋଲିଂ କରିବାକୁ କହିଥିଲେ । ମୁଁ ବଲ୍କୁ ସିମ୍ କରୁଥିଲି, ଯାହାର ଫାଇଦା ମିଳିଲା ।"
ସେ ଆହୁରି କହିଛନ୍ତି, "ଦଳ ସବୁବେଳେ କଠିନ ପରିସ୍ଥିତିରେ ଦାୟିତ୍ଵ ନିର୍ବାହର ଆଶା ରଖିଥାଏ । ଟେଷ୍ଟ କ୍ରିକେଟ୍ରେ ପ୍ରଥମ ଥର ୫ଟି ୱିକେଟ୍ ଅକ୍ତିଆର୍ କରିବା ବହୁତ ଖାସ୍ ଅଟେ । କିନ୍ତୁ ଏବେବି ମ୍ୟାଚ୍ ବାକି ରହିଛି ଓ ଆମକୁ ଆହୁରି ଭଲ ଖେଳିବାକୁ ପଡ଼ିବ ।"
ଗୋଟିଏ ସମୟରେ ପାକିସ୍ତାନର ସ୍ଥିତି ବେଶ୍ ମଜଭୁତ୍ ରହିଥିଲା । ଦଳ ୩ ୱିକେଟ୍ ହରାଇ ୨୪୪ ରନ୍ କରିଥିଲା । ଅଧିନାୟକ ଶାନ ମସୁଦ ଶତକ କରିଥିଲେ । କିନ୍ତୁ ଜଷ୍ଟିନ୍ ଗ୍ରିଭ୍ସ ମସୁଦଙ୍କ ୱିକେଟ୍ ନେଇ ପାକିସ୍ତାନର ପାଳିରେ ବ୍ରେକ୍ ଲଗାଇଥିଲେ । ଯାହାପରେ କୌଣସି ରନ୍ ନ ଦେଇ ଲଗାତାର ଗ୍ରିଭ୍ସ ଆମେର ଜମାଲ, ଅଲୀ ଅସ୍ମା ଓ ମହମ୍ମଦ ରିଜୱାନଙ୍କୁ ଆଉଟ୍ କରିଥିଲେ । ଲଞ୍ଚ୍ ସୁଦ୍ଧା ପାକିସ୍ତାନ ୮ ୱିକେଟ୍ ହରାଇ ୨୬୭ ରନ୍ ସ୍କୋର୍ କରିଥିଲା ।
ଏଥିସହ ପଢ଼ନ୍ତୁ: ଭାରତକୁ ଶିଫ୍ଟ ହେବେ ବିରାଟ-ଅନୁଷ୍କା…. ମୁମ୍ବାଇରେ କିଣିଲେ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ….
ଲଞ୍ଚ୍ ପରେ ଜଷ୍ଟିନ୍ ଗ୍ରିଭ୍ସ ପ୍ରଥମ ଓଭରରେ ମହମ୍ମଦ ଅବ୍ବାସଙ୍କୁ ୱିକେଟ୍ ରକ୍ଷକ ହାତରେ କ୍ୟାଚ୍ ଆଉଟ୍ କରି ଲଗାତାର ପଞ୍ଚମ ସଫଳତା ପାଇବା ସହ ଇତିହାସ ରଚିଛନ୍ତି । ଫଳରେ ପାକିସ୍ତାନ ୨୮୨ ରନ୍ରେ ଅଲଆଉଟ୍ ହୋଇ ଯାଇଛି । ଯେତେବେଳେ କି ପ୍ରଥମ ପାଳିରେ ୱେଷ୍ଟଇଣ୍ଡିଜ୍ ୩୧୧ ରନ୍ ସ୍କୋର୍ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories