ଚର୍ଚ୍ଚାରେ କେ.ଏଲ. ରାହୁଲଙ୍କର ସୋସିଆଲ ମିଡିଆ ପୋଷ୍ଟ

ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆରେ କେ.ଏଲ ରାହୁଲଙ୍କୁ ନେଇ ଝଡ଼ ସୃଷ୍ଟି ହୋଇଛି। କାରଣ ସେ ସୋସିଆଲ ମିଡିଆରେ ଏକ ଇଣ୍ଟେରଷ୍ଟିଂ ପୋଷ୍ଟ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କିଏ କହୁଛି ଅବସର ନେବେ ନିକଟରେ ସେ ଏକ ଇନଷ୍ଟାରେ ଷ୍ଟୋରି ଅପଡେଟ୍ କରିଛନ୍ତି, ଯାହା ପରେ ତାଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତେବେ ରାହୁଲ ନିକଟରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଖେଳୁଥିବା ଦେଖିବାକୁ ମିଳିଥିଲା ଯେଉଁଠାରେ ସେ ୨ଟି ଇନିଂସରେ ମାତ୍ର ୩୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତେବେ ଖୁବଶୀଘ୍ର ରାହୁଲ ରିଟାୟାରମେଣ୍ଟ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। କାରଣ ବାର୍ବାଡୋସରୁ ବିଶ୍ବକପ ଜିତିବାପରେ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ବିଦାୟ ନେଇସାରିଛନ୍ତି। ଏବେ କଣ ରାହୁଲ ଅବସର ନେଇଯିବେ ସେ ଲାଗି ଫ୍ୟାନମାନେ ଚିନ୍ତିତ ଅଛନ୍ତି।
କେଏଲ ରାହୁଲ ତାଙ୍କ ଇନଷ୍ଟା ଷ୍ଟୋରୀର କ୍ୟାପସନରେ ଲେଖିଛନ୍ତି, “ମୁଁ ଖୁବଶୀଘ୍ର ଏକ ଘୋଷଣା କରିବାକୁ ଯାଉଛି । ଆପଣମାନେ ଅପେକ୍ଷା କରନ୍ତୁ। ଏହି କାହାଣୀ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ଭିନ୍ନ ଭିନ୍ନ ଦାବି କରିବା ଆରମ୍ଭ କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ଏକ ବୟାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାହୁଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ବୋଲି ଦାବି କରାଯାଉଛି । ସେପଟେ ଆଇପିଏଲ ୨୦୨୫ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆସିବା ଖବର ଶୁଣିବାକୁ ମିଳିବ ବୋଲି କିଛି ଲୋକ ଆଶା ରଖିଛନ୍ତି ।
📱 Get Argus News App
✨ରାହୁଲ ଇଣ୍ଟରନେଟରେ ବହୁତ ଟ୍ରେଣ୍ଡ କରୁଛନ୍ତି ଏବଂ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ରାହୁଲ ମଧ୍ୟ ଖୁବ ଶୀଘ୍ର ଘୋଷଣା କରିପାରନ୍ତି ଯେ ତାଙ୍କ ଘରକୁ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ କେଏଲ ରାହୁଲ କେଉଁ ବିଷୟରେ କ’ଣ ଘୋଷଣା କରିବାକୁ ଚାହୁଁଛନ୍ତି।
କେଏଲ ରାହୁଲଙ୍କୁ ନେଇ ଏକ ବୟାନ ସାମ୍ନାକୁ ଆସିଛି, ଯାହା ସମ୍ଭବତଃ ମିଛ ବୋଲି ଜଣାପଡିଛି। ଏହି ବିବୃତ୍ତିରେ ଲେଖାଯାଇଛି ଯେ ବହୁ ଚିନ୍ତା ପରେ କେଏଲ୍ ରାହୁଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ବି ସେ ନିଜ ଦେଶ ପାଇଁ ଖେଳିଥିଲେ ସେତେବେଳେ ସେ ଗର୍ବ ଅନୁଭବ କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ଜୀବନର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଏନେଇ କୌଣସି ଅଫସିଆଲି କନଫର୍ମେଶନ ଦିଆଯାଇ ନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର