କମାଲ୍ କଲେ ଭାରତୀୟ ହକି ଦଳ,ଚୀନ୍ ପରେ ଜାପାନକୁ ୫-୧କଲା ପରାସ୍ତ
·1 year ago

ଅର୍ଗସ ବ୍ୟୁରୋ:କମାଲ କରୁଛି ଭାରତୀୟ ହକି ଦଳ,ଜାରି ରଖିଛି ବିଜୟ ଧାରା,ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମ ମ୍ୟାଚରେ ଚାଇନାକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଜାପାନକୁ ୫-୧ରେ ଗୋଲ୍ ବ୍ୟବଧାନରେ ହରାଇଛି ଭାରତୀୟ ହକି ଦଳ। ଆଜିର ମ୍ୟାଚ୍ରେ ଭାରତୀୟ ହକି ଟିମ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା। ପ୍ରଥମ ୨ ମିନିଟରେ ୨ଟି ଗୋଲ ସ୍କୋର କରି ଆଗୁଆ ରହିଥିଲା ଦଳ।ଏହି କ୍ୱାର୍ଟରରେ ଉତ୍ତମ ସିଂହ ଓ ସୁଖଜୀତ ସିଂହ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଥିଲେ। ମ୍ୟାଚ୍ ଶେଷ ହେବାକୁ ଆଉ ମାତ୍ର କିଛି ସେକେଣ୍ଡ ଥିବା ବେଳେ ସୁଖଜୀତ ମ୍ୟାଚ୍ରେ ଦ୍ୱିତୀୟ ଓ ଦେଶ ପାଇଁ ୫ମ ଗୋଲ ସ୍କୋର କରିଥିଲେ।ଜାପାନ ବିପକ୍ଷରେ ଭାରତ ଶତପ୍ରତିଶତ ବିଜୟ ହାସଲ କରି ରେକର୍ଡ କରିଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: