Videos
|
Sports

ବଲ ବ୍ଏଙ୍କ ସହ ହ୍ୟାଣ୍ଡସେକ କଲେ କିଙ୍ଗ କୋହଲି

Ritu Das
Browse all articles by Ritu Das
·1 year ago·1 min read
ବଲ ବ୍ଏଙ୍କ ସହ ହ୍ୟାଣ୍ଡସେକ କଲେ କିଙ୍ଗ କୋହଲି

ଗତ ୯ ତାରିଖରେ ଥିଲା ଭାରତ ବନାମ ଇଂଲଣ୍ଡର ବଡ଼ ମ୍ୟାଚ। ଏହି ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିଲା। ଏହି ମ୍ୟାଚ ସମସ୍ତଙ୍କ ପାଇଁ ସ୍ପେସିଆଲ ଥିଲା। ଉକ୍ତ ମ୍ୟାଚରେ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି ୫ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ପଡ଼ିଆରେ କେବଳ ବିରାଟ କୋହଲିଙ୍କୁ ଦେଖିବାକୁ ଅଗଣିତ ଫ୍ୟାନ ଜମା ହୋଇଥିଲେ। ପଡ଼ିଆରେ ଫ୍ୟାନ୍ସଙ୍କୁ ଏଣ୍ଟରଟେନ ମଧ୍ୟ ବିରାଟ କୋହଲି କରୁଥିଲେ। ବଲ ବ୍ଏଙ୍କ ସହ ହ୍ୟାଣ୍ଡସେକ କଲେ କିଙ୍ଗ କୋହଲି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ବାରବାଟୀରେ ଇଣ୍ଡିଆ ଇଂଲଣ୍ଡ ମ୍ୟାଚ ଚାଲୁଥିବା ସମୟରେ ବାଉଣ୍ଡରୀ ବାହାରେ ଜଗିଥିବା ଜଣେ ବଲ ବଏଙ୍କୁ ହ୍ୟାଣ୍ଡସେକ କରିଛନ୍ତି ବିରାଟ ଏବଂ ହ୍ୟାଣ୍ଡ ସେକ କରିବା ପରେ ବଲ ବଏ ଜଣକ ଖୁସିରେ ଶାହାରୁଖଙ୍କ ଏକ ଷ୍ଟାଇଲେ ରେ ପୋଜ ଦେଉଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
King Kohli shakes hands with Ball boy | Argus News