Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି RCBର Captain ହେବେ କିଙ୍ଗ କୋହଲି!

Sports

ପୁଣି RCBର Captain ହେବେ କିଙ୍ଗ କୋହଲି!

Ritu Das
Browse all articles by Ritu Das
·1 year ago·2 min read
ପୁଣି RCBର Captain ହେବେ କିଙ୍ଗ କୋହଲି!

ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପାଇଁ ଜାରି ହେବାକୁ ଯାଉଛି ରିଟେନସନ୍ ଲିଷ୍ଟ । ଆସନ୍ତାକାଲି ପ୍ରତ୍ୟେକ ଦଳ ନିଜ ନିଜର ରିଟେନସନ ତାଲିକା ପ୍ରକାଶ କରିବେ । ତେବେ ଏହାପୂର୍ବରୁ ରୟାଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତା ସିଜନରୁ ପୁଣିଥରେ ଦଳର ଅଧିନାୟକ ପରିବର୍ତ୍ତନ ହୋଇପାରନ୍ତି । ଆରସିବିର ଷ୍ଟାର କ୍ରିକେଟର ବିରାଟ କୋହଲି ପୁଣିଥରେ ଦଳର ନେତୃତ୍ୱ ପଦ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ତାଲିକା ଘୋଷଣା ହେବା ପୂର୍ବରୁ ବିରାଟଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି ଖବର ମିଳିପାରେ ବୋଲି ଆଶା କରାଯାଉଛି ।

ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଜଣେ ପ୍ରମୁଖ ସଦସ୍ୟ ଭାବରେ ସାମିଲ ହୋଇ ରହିଛନ୍ତି ବିରାଟ କୋହଲି । ୨୦୦୮ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବିରାଟ ଏହି ଦଳରେ ରହିଛନ୍ତି । ତେବେ ଏହା ମଧ୍ୟରେ ୨୦୧୩-୨୦୨୧ ବିରାଟ ଦଳର ଅଧିନାୟକ ପଦ ମଧ୍ୟ ସମ୍ଭାଳିଥିଲେ । କିନ୍ତୁ ୨୦୨୧ ମସିହା ପରେ ସେ ଅଧିନାୟକ ପଦରୁ ଓହରିବା ସହିତ ୨୦୨୨ରେ ଫାଫ୍ ଡୁପ୍ଲେସିସଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲା ଫ୍ରାଞ୍ଚାଇଜି । ତେବେ ଆସନ୍ତା ସଜିନରୁ ବିରାଟ ପୁଣିଥରେ ଏହି ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ଆରସିବି ମ୍ୟାନେଜମେଣ୍ଟ ସହ ଏକ ଚର୍ଚ୍ଚା ସମୟରେ ଏ ନେଇ ସଂକେତ ଦେଇଛନ୍ତି କିଙ୍ଗ କୋହଲି । ପୁଣିଥରେ ନେତୃତ୍ୱ ଗ୍ରହଣ କରିବାକୁ ବିରାଟ ପ୍ରସ୍ତୁତ ଥିବା ଜାଣିବାକୁ ମିଳିଛି । ତେଣୁ ଆଇପିଏଲ-୨୦୨୫ରେ ଆରସିବି ପୁଣିଥରେ ବିରାଟଙ୍କୁ ନେତୃତ୍ୱ ପ୍ରଦାନ କରିବାର ସମ୍ଭାବନା ଖୁବ ଅଧିକ ରହିଛି ।

ତେବେ ବିରାଟ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କଲେ, ଫାଫ୍ ଡୁପ୍ଲେସିସଙ୍କୁ ଦଳ ମେଗା ଅକ୍ସନ ପାଇଁ ରିଲିଜ କରିପାରେ । ଆଇପିଏଲ-୨୦୨୫ ପାଇଁ ରିଟେନସନ ତାଲିକା ଘୋଷଣାର ଶେଷ ତାରିଖ ଅକ୍ଟୋବର ୩୧ ତାରିଖ ରହିଛି । ତେବେ ବିରାଟଙ୍କ ଏହି ନିଷ୍ପତ୍ତି ପରେ ଡୁପ୍ଲେସିସଙ୍କୁ ଦଳ ରିଟେନ୍ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ୨୦୧୩ ମସିହାରୁ ୨୦୨୧ ପର୍ଯ୍ୟନ୍ତ ବିରାଟଙ୍କ ନେତୃତ୍ୱରେ ଆରସିବି ୧୪୩ଟି ମ୍ୟାଚ୍ ଖେଳିଥିବା ବେଳେ ୬୦ଟି ମ୍ୟାଚରେ ବିଜୟୀ ହୋଇଛି । ଏହାବ୍ୟତୀତ ୭୦ଟି ମ୍ୟାଚରେ ଦଳ ପରାସ୍ତ ହୋଇଥିବା ବେଳେ ୩ଟି ମ୍ୟାଚ ଟାଇ ରହିଛି । ତେବେ ଆଇପିଏଲରେ ଗୋଟିଏ ଦଳ ପାଇଁ କନଷ୍ଟାଣ୍ଟଲି ପ୍ରତ୍ୟେକ ସିଜନ ଖେଳିଥିବା ଏକମାତ୍ର ଖେଳାଳି ଭାବେ ରହିଛନ୍ତି ବିରାଟ କୋହଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
King Kohli will | Argus News