Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତୀୟ କ୍ରିକେଟ ଜଗତରେ କିଙ୍ଗ କୋହଲିଙ୍କ ୧୬ବର୍ଷ

Ritu Das
Browse all articles by Ritu Das
·1 year ago·2 min read
ଭାରତୀୟ କ୍ରିକେଟ ଜଗତରେ କିଙ୍ଗ କୋହଲିଙ୍କ ୧୬ବର୍ଷ

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ହାର୍ଟ ଏବଂ ଆତ୍ମା ହେଉଛନ୍ତି ବିରାଟ କୋହଲି। ଆଜି ଅର୍ଥାତ ଅଗଷ୍ଟ ୧୮ରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୧୬ବର୍ଷ ପୂରଣ କରିଛନ୍ତି। ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ସେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । କ୍ୟାରିୟର ଆରମ୍ଭରୁ ସେ କ୍ରିକେଟ ଦୁନିଆରେ ନିଜର ଦବଦବା କାଏମ ରଖିଛନ୍ତି । ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ଆଜି ସେ ଫ୍ୟାନମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ତେବେ ବିରାଟଙ୍କ ବିଷୟରେ ଚାଲନ୍ତୁ କିଛି ଜାଣିବା। ତାଙ୍କ ୧୬ବର୍ଷ ସଂଘର୍ଷ କ୍ୟାରିୟର ବିଷୟରେ।

ଏମଏସ୍ ଧୋନୀଙ୍କ ପରେ ସେ ତିନୋଟି ଫର୍ମାଟରେ ଭାରତୀୟ ଦଳର କ୍ୟାପଟେନ ରହିଥିଲେ । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନୂତନ ଶିଖର ଛୁଇଁଥିଲା । ଏହା ପରେ ସେ କେବେ ପଛକୁ ଫେରି ଚାହିଁନାହାଁନ୍ତି । ଅନେକ ଖେଳାଳିଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣାର ସ୍ରୋତ । ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି।

ବିରାଟ କୋହଲି ୧୮ ଅଗଷ୍ଟ, ୨୦୦୮ରେ ଶ୍ରୀଲଙ୍କା ବିପକ୍ଷଷର ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । ଏହି ମ୍ୟାଚରେ ସେ କେବଳ ୧୨ ରନ୍ କରିପାରିଥିଲେ । ଭାରତ ପାଇଁ ଦିନିକିଆ କ୍ରିକେଟରେ ଡେବ୍ୟୁ କରିବାରେ ସେ ଥିଲେ ୧୭୫ତମ ଖେଳାଳି । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷଷର ସେ ତାଙ୍କ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ କରିଥଲେ । ଏହି ମ୍ୟାଚରେ ସେ ୧୧୪ ବଲରେ ୧୦୭ ରନ୍ କରିବାରେ ସଫଳ ହୋଇଥିଲେ । ୨୦୧୦, ଜୁନ ୧୨ରେ ସେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ଡେବ୍ୟୁ ଖେଳିଥିଲେ । ଏଥିରେ ସେ କେବଳ ୨୬ ରନ୍ ସଂଗ୍ରହ କରିପାରିଥିଲେ । ଏସୀୟ କପ୍ ୨୦୨୨ରେ ଦୁବାଇରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ ୧୨୨ ରନ୍ କରିଥିଲେ । ୨୦୧୧ରେ ବିରାଟ ଭାରତ ପାଇଁ ପ୍ରଥମ ଟେଷ୍ଟ ଡେବ୍ୟୁ କରିଥିଲେ । ଆନ୍ତର୍ଜାତୀୟ ଟି-୨୦ରେ ସେ ୩୮ଟି ଅର୍ଦ୍ଧଶତକ କରିଛନ୍ତି । ସେହିପରି ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସେ ୪ର୍ଥ ଖେଳାଳି ଅଟନ୍ତି । କ୍ରିକେଟ କ୍ୟାରିୟରରେ ସେ ମୋଟ୍ ୧୧୩ଟି ଟେଷ୍ଟ, ୨୯୫ ଦିନିକିଆ ଏବଂ ୧୨୫ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ବିରାଟଙ୍କୁ ଅର୍ଜୁନ ଆୱାର୍ଡ଼, ପଦ୍ମଶ୍ରୀ, ଖେଳ ରତ୍ନ ଏବଂ ଆଇସିସି ପ୍ଲେୟର ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିରାଟ କୋହଲି ୧୯୮୮, ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ ଡିସେମ୍ବର ୧୧ରେ ସେ ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ବିବାହ କରିଥିଲେ। ବିରାଟ କୋହଲିଙ୍କ କ୍ରିକେଟ୍ ଯାତ୍ରା ବେଶ ସଂଘର୍ଷମୟ ଓ ସୁଖଦ ଥିଲା। ତେବେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ୨୦୨୪ ଟାଇଟଲ  ଜିତିବା ପରେ ବିରାଟ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
King Kohli's | Argus News