Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

10 ବର୍ଷ ପରେ KKR ହାତେଇଲା IPL ଟ୍ରଫି

Smruti Parija
Browse all articles by Smruti Parija
·2 years ago·1 min read
10 ବର୍ଷ ପରେ KKR ହାତେଇଲା IPL ଟ୍ରଫି

ଅର୍ଗସ ବ୍ୟୁରୋ: 2024 ସିଜିନର IPL ଚାମ୍ପିଅନ୍ ହୋଇଛି କୋଲକାତା ନାଇଟ୍ ରାଇଡର୍ସ । ଫାଇନାଲରେ ହାଇଦ୍ରାବାଦ ବିପକ୍ଷରେ ଦମଦାର ବିଜୟ ସହ 10 ବର୍ଷ ପରେ KKR ଜିତିଛି IPL ଟ୍ରଫି । ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ 8 ୱିକେଟରେ ଜିତିଛି ଶ୍ରେୟାସ ଆୟରଙ୍କ ଟିମ୍ । 114 ରନର ସହଜ ବିଜୟ ଲକ୍ଷ୍ୟ ମାତ୍ର 10.3 ଓଭରରେ ହାସଲ କରିନେଲା KKR । ଏଥରକୁ ମିଶାଇ କୋଲକାତା ତୃତୀୟ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି।

ଫାଇନାଲରେ ହାଇଦ୍ରାବାଦର ଲଜ୍ଜାଜନକ ପରାଜୟ ବରଣ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି SRH 18.3 ଓଭରରେ ମାତ୍ର 113 ରନ୍ କରି ଅଲଆଉଟ୍ ହୋଇଯାଇଥିଲା। କୋଲକାତା ପକ୍ଷରୁ ବୋଲିଂରେ ହିରୋ ସାଜିଥିଲେ 25 କୋଟିରେ କିଣାଯାଇଥିବା ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ମିଚେଲ୍ ଷ୍ଟାର୍କ। ଷ୍ଟାର୍କଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲା SRH । ଏଥର ଟୁର୍ଣ୍ଣାମେଣ୍ଟରେ ହାଇଦ୍ରାବାଦ ପକ୍ଷରୁ ହିରୋ ହୋଇଥିବା ବ୍ୟାଟସମ୍ୟାନ୍ ଅଭିଷେକ ଶର୍ମାଙ୍କୁ ପ୍ରଥମ ଓଭରରେ କ୍ଲିନ୍ ବୋଲ୍ଡ କରି ଆତଙ୍କ ଖେଳାଇଥିଲେ ଷ୍ଟାର୍କ। 

ପୁଣି KKRର ଆଉ ଜଣେ ଇନଫର୍ମ ଘାତକ ବ୍ୟାଟସମ୍ୟାନ୍ ରାହୁଲ ତ୍ରିପାଠୀଙ୍କ ୱିକେଟ୍ ନେଇ ଷ୍ଟାର୍କ ହାଇଦ୍ରାବାଦର ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ତାଙ୍କ ପରେ ରସେଲ୍ ଓ ହର୍ଷିତ ରାଣା ମିଶି ଗୁରୁତ୍ବପୂର୍ଣ୍ଣ 5ଟି ୱିକେଟ୍ ନେଇ SRHର ବ୍ୟାଟିଂକୁ ଧ୍ବସ୍ତ କରିଦେଲେ । ମାତ୍ର 114 ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଓହ୍ଲାଇଥିବା କୋଲକାତା ଖୁବ୍ ଶୀଘ୍ର ଇନ୍ ଫର୍ମ ସୁନୀଲ ନାରାୟଣଙ୍କ ୱିକେଟ୍ ହରାଇଥିଲେ ହେଁ ଭେଙ୍କଟେଶ ଆୟର ଦ୍ରୁତ ବ୍ୟାଟିଂ କରି ଦଳକୁ ସହଜ ବିଜୟ ଦେଇଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kkr- clinches the 2024 ipl-trophy | Argus News