Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କନ୍ୟା ସନ୍ତାନକୁ ଜନ୍ମ ଦେଲେ ଆଥିୟା, ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ ଖେଳୁନାହାନ୍ତି ରାହୁଲ

Sports

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଆଥିୟା, ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ ଖେଳୁନାହାନ୍ତି ରାହୁଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କନ୍ୟା ସନ୍ତାନକୁ ଜନ୍ମ ଦେଲେ ଆଥିୟା, ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ ଖେଳୁନାହାନ୍ତି ରାହୁଲ

ପିତା ହେବାର ସୌଭାଗ୍ୟଲାଭ କରିଛନ୍ତି ଭାରତୀୟ କ୍ରିକେଟର କେଏଲ ରାହୁଲ । ଏହି କାରଣରୁ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ ଖେଳୁନାହାନ୍ତି। ଆଥିୟା ସେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ ଏବଂ ଆଥିୟା ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଥମ ଥର ପାଇଁ ମାତାପିତା ହେବା ବିଷୟରେ ସୂଚନା ଦେଇଛନ୍ତି। କେଏଲ ରାହୁଲ ଏବଂ ଆଥିୟା ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଆଥିୟାଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ଫାର୍ମହାଉସରେ ହୋଇଥିଲା। ସେମାନଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ।

ଆଥିୟା ଗର୍ଭବତୀ ଥିବାର ସୂଚନା ଗତ ବର୍ଷ ନଭେମ୍ବରରେ ରାହୁଲ ସୋସିଆଲ ମିଡିଆରେ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଥିଲେ। ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତି ଭାରତୀୟ ଦଳ ଦୁବାଇରୁ ଫେରିବା ପରଠାରୁ, ରାହୁଲ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ଖେଳି ନ ପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଉଭୟ ଖୁବ ଖୁସି ଥିବା ଜଣାପଡିଛି। ଏହି ଦୁହିଁଙ୍କ ଯୋଡିକୁ ଫ୍ୟାନ୍ସ ଖୁବ ପସନ୍ଦ କରନ୍ତି। ଏହାସହ ସୋସିଆଲ ମିଡିଆରେ ଶୁଭେଚ୍ଛୁ ଶୁଭେଚ୍ଛା ଜଣାଉଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kl-rahul-athiya-shetty-blessed-with-baby-girl-news | Argus News