Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସର ଆନ ବାନ୍ ସାନ୍ ଆଇଫିଲ ଟାୱାର

Smruti Parija
Browse all articles by Smruti Parija
·1 year ago·3 min read
ପ୍ୟାରିସର ଆନ ବାନ୍ ସାନ୍ ଆଇଫିଲ ଟାୱାର

ଅର୍ଗସ ବ୍ୟୁରୋ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଆଖି ଝଲସିବା ପରେ ଲାଇଟ୍‌ । ଚାତକ ପରି ଚାହିଁରହିଥିଲା ପୁରା ବିଶ୍ଵ । ଠିକ୍‌ ସମୟରେ, ନିର୍ଦ୍ଧାରିତ ସୂଚୀ ଅନୁସାରେ ଆରମ୍ଭ ହେଲା କାର୍ଯ୍ୟକ୍ରମ । ଏସନ ଫଙ୍କସନ ଥିଲା ବେଶ ନିଆରା । କାରଣ ଷ୍ଟାଡିୟମ୍‌ ନୁହେଁ ବରଂ ନଈ ଭିତରେ ହେଲା ଅଲିମ୍ପିକ୍ସ ଉଦଘାଟନ । ଆଉ ଉଦଘାଟନକୁ ଫୁଲ ଏନଜୟ କରିଥିଲେ କ୍ରୀଡାପ୍ରେମୀ ।   

 

ମହାଆଡମ୍ବରରେ ପ୍ୟାରିସରେ ଆରମ୍ଭ ହୋଇଯାଇଛି ଅଲିମ୍ପିକ୍ସ କ୍ରୀଡାର 33 ତମ ସଂସ୍କରଣ ।  ପ୍ୟାରିସର ଜୀବନ ରେଖା ସେନ ନଦୀରେ ପ୍ରଥମ ଥର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଯାଇଛି । ରଙ୍ଗରଙ୍ଗ କାର୍ଯ୍ୟକ୍ରମ , ଆଲୋକମାଳା, ନଦୀ ଗର୍ଭରେ ଜଳ ଫୁତକାର, ଆତସବାଜି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । 206 ରାଷ୍ଟ୍ରରୁ 7 ହଜାର କ୍ରୀଡାବିତ ଡଙ୍ଗା ପରେଡରେ 6କିମି ଯାତ୍ରା କରିଥିଲେ । ଯାହା 16 ଟି ପୋଲ ଅତିକ୍ରମ କରି ଆଇଫିଲ ଟାୱାର ନିକଟରେ ଶେଷ ହୋଇଥିଲା । 

ତେବେ ଏହି ଆଇଫିଲ୍ ଟାୱାର ବିଷୟରେ ଆସନ୍ତୁ ଜାଣିବା...

ପ୍ୟାରିସର ଆନ ବାନ୍ ସାନ୍ ଆଇଫିଲ ଟାୱାର । ଏକପ୍ରକାର କହିବାକୁ ଗଲେ ଦମ୍ପତ୍ତି ଓ ପ୍ରେମୀ ଯୁଗଳଙ୍କ ପାଇଁ ପ୍ରିୟ ପର୍ଯ୍ୟଟନ ସ୍ଥଳ । ଯାହାକୁ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାନ୍ତି । ଖାସ କରି ଶୀତ ଋତୁରେ ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମେ । 

ଏହି ଟାୱାର ତିଆରି କରିଥିଲେ ମୁଖ୍ୟ ଇଞ୍ଜିନିୟର ଗୁସ୍ତାବ ଏଫିଲ୍ । ଏହାକୁ ତିଆରି କରିବାକୁ ଲାଗିଥିଲା ମାତ୍ର ଦୁଇ ବର୍ଷ  ଦୁଇ ମାସ 5 ଦିନ । ପ୍ରତି ବର୍ଷ ପ୍ରାୟ 70 ଲକ୍ଷ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି । ଯେଉଁଥିରେ ପ୍ରାୟ ତିନି ଚତୁର୍ଥାଂଶ ବିଦେଶୀ ପର୍ଯ୍ୟଟକ ରହିଥାନ୍ତି । 
ଏହାର ଉଚ୍ଚତା 324 ମିଟର । 

କୁହାଯାଏ ଯେ ଆଇଫେଲ ଟାୱାରରେ ବ୍ୟବହୃତ ରଙ୍ଗର ଓଜନ 10 ଟି ହାତୀର ଓଜନ ସହିତ ସମାନ । ଆଇଫିଲ୍ ଟାୱାର ରାତି  ଗୋଟାଏ କିମ୍ବା ଦୁଇଟା ପର୍ଯ୍ୟନ୍ତ ଆଲୋକରେ ଝଲସୁଥାଏ । ରାତିର ଅନ୍ଧକାରରେ ଏହାର ଆଲୋକ ଦୂର ଦୂରକୁ ପହଞ୍ଚାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଇଫିଲ୍ ଟାୱାର ତିନି ମହଲା ବିଶିଷ୍ଟ । ଯେଉଁଠିକୁ ଆପଣ ସିଢି କିମ୍ବା ଲିଫ୍ଟ ସାହାଯ୍ୟରେ ଯାଇପାରିବେ । ଯାହାର ଏଣ୍ଟ୍ରି ଫି ମଧ୍ୟ ଭିନ୍ନ ଭିନ୍ନ ।  

ଆଇଫିଲ୍ ଟାୱାରର ପ୍ରଥମ ମହଲା 

ଆଇଫିଲ୍ ଟାୱାରର ପ୍ରଥମ ମହଲା 57 ମିଟର ଉଚ୍ଚ । ପ୍ରାୟ ତିନି ହଜାର ପର୍ଯ୍ୟଟକ ଏକା ସାଙ୍ଗରେ ଏଠାରେ ବୁଲିପାରିବେ ।  ପ୍ରଥମ ମହଲାରେ ପର୍ଯ୍ୟଟକଙ୍କ ପାଇଁ ପାନୋରାମିକ୍ ଟେବୁଲ୍ ଏବଂ ବାଇନୋକୁଲାର ରହିଛି । ଏଠାରେ ଥିବା ଟେଲିସ୍କୋପ ସାହାଯ୍ୟରେ ଆପଣ ସହରର ଅନ୍ୟ ଦୃଶ୍ୟକୁ ମଧ୍ୟ ଉପଭୋଗ କରିପାରିବେ । ଏହା ବ୍ୟତୀତ ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଆପଣ ସ୍ୱାଦିଷ୍ଟ ଖାଦ୍ୟ ଖାଇପାରିବେ ।

ଆଇଫିଲ୍ ଟାୱାରର ଦ୍ୱିତୀୟ ମହଲା 

ଆଇଫେଲ୍ ଟାୱାରର ଦ୍ୱିତୀୟ ମହଲା ଭୂମିଠାରୁ 115 ମିଟରରେ ରହିଛି । ଏବଂ ଏହାର କ୍ଷେତ୍ରଫଳ 1650 ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପିଛି । ଦ୍ୱିତୀୟ ମହଲାରୁ ପ୍ୟାରିସ ନଗରୀରୁ ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏଠାରେ କିଛି କାଫେଟେରିଆ ରହିଛି । ଏବଂ ଅନେକ ଷ୍ଟଲ୍ ରହିଛି ଯେଉଁଠୁ ଆପଣ ସପିଂ କରିପାରିବେ । 

ଆଇଫିଲ୍ ଟାୱାରର ତୃତୀୟ ମହଲା 

ଆଇଫେଲ୍ ଟାୱାରର ତୃତୀୟ ମହଲା ଭୂମିଠାରୁ 275 ମିଟର ଉଚ୍ଚ । ଏକକାଳୀନ 400 ପର୍ଯ୍ୟଟକ ଏଠାରେ ବୁଲି ପାରିବେ । ତୃତୀୟ ମହଲାର ସବୁ ପାର୍ଶ୍ୱ କାଚରେ ବନ୍ଦ । ଦୃତୀୟ ମହଲାରେ ମଧ୍ୟ ଏକ ଦୂରବୀକ୍ଷଣ ଯନ୍ତ୍ର ରହିଛି । ଯେଉଁଥିରେ ଆପଣ ପ୍ୟାରିସର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ । 

1889 ମସିହାରେ ଆଇଫିଲ୍ ଟାୱାର ସମ୍ପୂର୍ଣ୍ଣ ହୋଇଥିଲା । ଏବଂ 31 ମାର୍ଚ୍ଚ 1889 ରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା । ଆଇଫିଲ ଟାୱାର ଦିନସାରା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଥାଏ । ପ୍ରତିବର୍ଷ 75 ଲକ୍ଷରୁ ଅଧିକ ପର୍ଯ୍ୟଟକ ଆଇଫିଲ୍ ଟାୱାର ଦେଖିବାକୁ ଆସିଥାନ୍ତି ।

Sponsored
know-history-of-eiffel-tower | Argus News