Videos
|
Sports

ଅବସର ନେଇପାରନ୍ତି କୋହଲି, ଧୋନୀ!

Ritu Das
Browse all articles by Ritu Das
·2 years ago·2 min read
ଅବସର ନେଇପାରନ୍ତି କୋହଲି, ଧୋନୀ!

ଅର୍ଗସ ବ୍ୟୁରୋ: ଗତ କାଲି ହେଉଛି ଧୋନୀ-କୋହଲିଙ୍କ ଆଇପିଏଲର ହାଇଭୋଲଟେଜ ମ୍ୟାଚ। ଫ୍ୟାନ ମାନେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ ପାଇଁ ଅନାଇ ବସିଛନ୍ତି। ଏହା ମଧ୍ୟରେ ଧୋନୀ-କୋହଲିଙ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। ଭାରତୀୟ କ୍ରିକେଟ୍‌ର ଚେହେରା ପାଲଟିଥିବା ତାରକା କ୍ରିକେଟର୍‌ ବିରାଟ କୋହଲି ଏବଂ ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଅବସର ଆଭାସ ଦେଇଛନ୍ତି। ଆଇପିଏଲ୍‌ରେ ଏକାଧିକଥର ନାରଙ୍ଗୀ ଟୋପି ପାଇଥିଲେ ମଧ୍ୟ ନିଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ବିଜେତା କରାଇବାରେ ସଫଳ ହୋଇପାରି ନାହାନ୍ତି।

କିନ୍ତୁ ସଫଳତା ପାଇବା ପର୍ଯ୍ୟନ୍ତ ‌ସେ ଚେଷ୍ଟା ଜାରି ରଖିବେ ଏବଂ ଥରେ ସଫଳତା ପାଇବା ପରେ ସେ ଦୂରେଇ ଯିବେ। ତେଣୁ ସେପର୍ଯ୍ୟନ୍ତ ସେ ଖେଳକୁ ସବୁକିଛି ଅବଦାନ ଦେଇଚାଲିବେ ବୋଲି ଆର୍‌ସିବିର ଏକ ରାତ୍ରିଭୋଜନ କାର୍ଯ୍ୟକ୍ରମରେ କହିଛନ୍ତି। ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ଙ୍କ ସହ ମଞ୍ଚରେ କୋହଲି ବସିବା ସହ ଅନେକ ପ୍ରଶ୍ନର ଜବାବ ରଖିଥିଲେ। କିନ୍ତୁ ଏକଥା ଶୁଣି ଫ୍ୟାନ ମାନେ ଦୁଃଖିତ ହୋଇଯାଇଛନ୍ତି। 

କିନ୍ତୁ ରନ୍‌ ପାଇଁ ସବୁବେଳେ ଭୋକିଲା ରହୁଥିବାରୁ ଏଥିପାଇଁ ତାଙ୍କୁ କ’ଣ ପ୍ରେରିତ କରୁଛି ବୋଲି ପ୍ରଶ୍ନରେ କୋହଲି ଅବସର ବିଷୟରେ ସଙ୍କେତ ଦେଇଥିଲେ। କୋହଲି କହିଥି‌ଲେ, ‌ଜଣେ କ୍ରୀଡ଼ାବିତ୍‌ ଭାବେ ଦିନେନା ଦିନେ ଆମ କ୍ୟାରିୟର ଶେଷ ହେବ। ତେଣୁ ମୁଁ କେବଳ ମୋ କର୍ତ୍ତବ୍ୟ କରିଚାଲିଛି। ମୋ କ୍ୟାରିୟରକୁ କିଛି ପାଇପାରି ନଥିବା ଭଳି ସ୍ଥିତିରେ ଛାଡ଼ିପାରିବିନି। 

ଆଜି ଯାହା ମୁଁ କରିପାରୁଛି, ସବୁବେଳେ ସେମିତି ଖେଳିପାରିବିନି। ତେଣୁ ମୋର କୌଣସି କାମକୁ ଅଧାବାଟରେ ଛାଡ଼ିପାରିବିନି, ଯେଉଁଥିପାଇଁ ପଶ୍ଚାତାପ କରିବାକୁ ପଡ଼ିବ। ଏପରି କରିବାକୁ ମୁଁ ଆଦୌ ଚାହିବିନି ବୋଲି କୋହଲି କହିଛନ୍ତି। ସେ ପୁଣି କହିଛନ୍ତି, ଯେତେବେଳେ ଥରେ ମୁଁ ମୋ ଲକ୍ଷ୍ୟରେ ପହଞ୍ଚିଯିବି, ତାପରଠୁ ସବୁଦିନ ପାଇଁ ଚାଲିଯିବି। ଏହାପରେ କିଛି ଦିନ ପାଇଁ ମୋତେ କେହି ଦେଖିବାକୁ ପାଇବେନି। ଭବିଷ୍ୟତ ବିଷୟରେ ଏହି ସମୟରେ ଚିନ୍ତା କରିବି। ତେଣୁ ଯେପର୍ଯ୍ୟନ୍ତ ଖେଳୁଥିବି, ସେତେବେଳ ପର୍ଯ୍ୟନ୍ତ କ୍ରିକେଟ୍‌କୁ ସବୁକିଛି ଦେଇଦେବି। ଏହା ହିଁ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି ବୋଲି କୋହଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Kohli, Dhoni | Argus News