Videos
|
Sports

ବାଂଲାଦେଶର କ୍ରିକେଟରଙ୍କୁ ଉପହାର ଦେଇ ପ୍ରଶଂସା ସାଉଣ୍ଟିଛନ୍ତି ବିରାଟ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବାଂଲାଦେଶର କ୍ରିକେଟରଙ୍କୁ ଉପହାର ଦେଇ ପ୍ରଶଂସା ସାଉଣ୍ଟିଛନ୍ତି ବିରାଟ

ଅର୍ଗସ ବ୍ୟୁରୋ:  ଚର୍ଚ୍ଚାରେ କିଙ୍ଗ କୋହଲି। ବାଂଲାଦେଶର କ୍ରିକେଟରଙ୍କୁ ଉପହାର ଦେଇ ପ୍ରଶଂସା ସାଉଣ୍ଟିଛନ୍ତି ବିରାଟ। ବାଂଲାଦେଶର କିମ୍ୱଦନ୍ତୀ କ୍ରିକେଟର ନିଜର ଅବସର ନେଇ ବଡ ଘୋଷଣା କରିଛନ୍ତି। କ୍ରିକେଟରୁ ବିଦାୟ ନେବେ ସାକିବ। ଭାରତ ବିପକ୍ଷରେ ସାକିବ ସମ୍ଭବତଃ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଅବସରରେ ମଙ୍ଗଳବାର ମ୍ୟାଚ ପରେ ବିରାଟ କୋହଲି ତାଙ୍କୁ ଦେଇଥିଲେ ସ୍ୱତନ୍ତ୍ର ଉପହାର। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତ ମ୍ୟାଚ ଜିତିବା ପରେ ବିରାଟ ସ୍ପେଶାଲ ଭାବେ ସାକିବଙ୍କୁ ଓ୍ୱିଶ କରିଥିଲେ। ଏହାପରେ ତାଙ୍କ ସହ କଥା ହୋଇଥିଲେ। ସାଙ୍ଗରେ ଉପହାର ସ୍ୱରୁପ ଭେଟି ଦେଇଥିଲେ ନିଜ ବ୍ୟାଟ। ଯାହାକୁ ଦେଖି ବେଶ୍‌ ଖୁସି ହୋଇଥିଲା ସାକିବ। ବିରାଟଙ୍କ ଏଭଳି ଗିଫ୍ଟ ପରେ ସୋଶାଲ ମିଡିଆରେ ଅନେକ ପ୍ରଶଂସା କରିଛନ୍ତି ଫ୍ୟାନ୍ସ।

କାନପୁରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଓ୍ୱିକେଟରେ ଜିତିନେଇଛି ଭାରତ। କେବଳ ବିଜୟ ନୁହେଁ ସିରିଜକୁ ୨-୦ରେ କ୍ଲିଇନ ସୁଇପ କରିଛି। ମ୍ୟାଚର ଦ୍ୱିତୀୟ ଓ ତୃତୀୟ ଦିନ ବର୍ଷା ଲାଗି ରହିବାରୁ ଗୋଟିଏ ବି ବଲ ପଡିନଥିଲା। ପ୍ରଥମ ଦିନ କେବଳ ୩୫ ଓଭର ଖେଳା ଯାଇଥିଲା। ଏହି ସମୟରେ ବାଂଲାଦେଶ ୩ ଓ୍ୱିକେଟ ହରାଇ ୧୦୭ ରନ କରିଥିଲା। ୪ ର୍ଥ ଦିନ ଖେଳ ଆରମ୍ଭ  ହେବାରୁ ମ୍ୟାଚ ଡ୍ର ଅଭିମୁଖେ ଯିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ବର୍ଷା ବାଧକ ସାଜିନଥିଲା ଭାରତର ବିଜୟରେ । ଏହି ଟେଷ୍ଟ ପୂର୍ବରୁ ବାଂଲାଦେଶର କିମ୍ୱଦନ୍ତୀ କ୍ରିକେଟର ନିଜର ଅବସର ନେଇ ବଡ ଘୋଷଣା କରିଥିଲେ। 
ମୀରପୁରରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ପରେ ସେ ନାଲି ବଲ କ୍ରିକେଟରୁ ବିଦାୟ ନେବେ।

କିନ୍ତୁ ଏଥିରେ ତାଙ୍କ ଯୋଗଦାନକୁ ନେଇ ସସପେନ୍ସ ରହିଛି। କାରଣ ବାଂଲାଦେଶରେ ଏବେ ରାଜନୀତିକ ଅସ୍ଥିରତା ଲାଗି ରହିଛି। ସାକିବଙ୍କ ନାଁରେ ମଧ୍ୟ ଏକାଧିକ ହତ୍ୟା ମାମଲା ରୁଜୁ ହୋଇଛି। ତେଣୁ ବାଂଲାଦେଶରେ ଖେଳିବା ସାକିବଙ୍କ ପକ୍ଷରେ ସମ୍ଭବ ହୋଇନପାରେ।ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ବିପକ୍ଷରେ ସାକିବ ସମ୍ଭବତଃ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ମ୍ୟାଚ ଖେଳିଛନ୍ତି। ଏଥିପାଇଁ ମଙ୍ଗଳବାର ମ୍ୟାଚ ପରେ ବିରାଟ କୋହଲି ତାଙ୍କୁ ଦେଇଥିଲେ ସ୍ୱତନ୍ତ୍ର ଉପହାର। ଏହାସହ ନିଜର ବ୍ୟାଟରେ ଦସ୍ତଖତ କରି ସାକିବଙ୍କୁ ଉପହାର ଆକାରରେ ପ୍ରଦାନ କରିଛନ୍ତି କୋହଲି।

 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଖେଳ ଖବର: