Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ଇତିହାସ ସୃଷ୍ଟି କଲେ କୋହଲି

Sports

ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ଇତିହାସ ସୃଷ୍ଟି କଲେ କୋହଲି

Sangram Tripathy
Browse all articles by Sangram Tripathy
·1 year ago·2 min read
ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ଇତିହାସ ସୃଷ୍ଟି କଲେ କୋହଲି

ଅର୍ଗସ ବ୍ୟୁରୋ:ଟେଷ୍ଟରେ ବିରାଟ ବେଷ୍ଟ,ସ୍ଥାପନ କଲେ ରେକର୍ଡ। ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଲେ ୭୦ ରନର ଜବରଦସ୍ତ ପାରି,୮ ଚୌକା,ଗୋଟିଏ ଛକା ହୋଇଛି ସାମିଲ୍ । ୧୯୭ ତମ ଇନିଂସରେ ୯ ହଜାର ରନ୍ ପୂରଣ କରିଛନ୍ତି ବିରାଟ,ଖେଳିଛନ୍ତି ୧୧୬ ମ୍ୟାଚ୍ ସେଥିରେ ୩୧ଟି ଅର୍ଦ୍ଧଶତକ,୨୯ଟି ଶତକ ରହିଛି ।  ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ବିରାଟ । ୨୦୦ ମ୍ୟାଚ୍ ୩୨୯ ଇନିଂସରୁ ୧୫ ହଜାର ୯୨୧ ରନ୍ କରି ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ଥିବାବେଳେ ୨୮୪ ଇନିଂସରୁ ୧୩ ହଜାର ୨୬୫ ରନ୍ କରି ଦ୍ବିତୀୟରେ ରାହୁଲ ଦ୍ରାବିଡ ଏବଂ ୨୧୪ ଇଂନିସରୁ ୧୦ ହଜାର ୧୨୨ ରନକରି ତୃତୀୟ ସ୍ଥାନରେ ରହିଛନ୍ତି ସୁନିଲ ଗାଭାସ୍କର। ଚତୁର୍ଥରେ ରହିଛନ୍ତି ବିରାଟ। ତେବେ ଟେଷ୍ଟରେ ଦ୍ରୁତତମ ୯,୦୦୦ ରନ୍ ପୂରଣ କରିବା ତାଲିକାର ଶୀର୍ଷରେ ରହିଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା । ମାତ୍ର ୧୭୨ ଇନିଂସରେ ସେ ଏହି ମାଇଲଷ୍ଟୋନ ଅତିକ୍ରମ କରି ଇତିହାସ ସୃଷ୍ଟି କରିଛନ୍ତି ।

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ପୂର୍ବରୁ ବିରାଟ୯୦୦୦ ଟେଷ୍ଟ୍‌ ରନ୍‌ଠୁ ଆଉ ୫୩ ରନ୍‌ ଦୂରରେ ଥିଲେ,ବେଙ୍ଗାଲୁରୁରେଚାଲିଥିବା ଟେଷ୍ଟର ଦ୍ବିତୀୟ ଇନିଂସରେ କୋହଲି ୭୦ ରନ୍ କରି ପାଲଟିଯାଇଛନ୍ତି ଟିମ ଇଣ୍ଡିଆର ଚେଜ୍ ମାଷ୍ଟର। ଭାରତ ପ୍ରଥମ ଇନିଂସରେ ୪୬ରେ ଅଲଆଉଟ୍ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରିଥିଲା। ଦ୍ବିତୀୟ ଇନିଂସରେ ଭାରତ ୩ ୱିକେଟ୍ ହରାଇ ୨୩୧ ରନ୍ କରିଛି। ଅଧିନାୟକ ରୋହିତ ଶର୍ମା ୫୨,ଯଶସ୍ବୀ ଜୟସ୍ବାଲ ୩୫,ବିରାଟ ୭୦ ରନ୍ କରି ପାଭିଲିୟକୁ ଫେରିଥିଲେ। ସର୍ଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ରହିଛନ୍ତି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ଟେବୁଲ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଷଷ୍ଠ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ ।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ,ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। ସେ ଦୃଷ୍ଟିକୋଣରୁ ଦେଖିଲେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ ଭାରତ ହାତରେ ଥିବା ଶେଷ ୧୦ ମ୍ୟାଚ୍‌ରୁ ଦୁଇଟି ସଫଳତାର ସହ ଶେଷ ହୋଇଥିବାବେଳେ ଆଉ ମୋଟ ୮ଟି ମ୍ୟାଚ୍ ରହିଛି ପ୍ରଥମେ ନ୍ୟୁଜିଲାଣ୍ଡ ଟିମ୍ ପରେ ପରେ ଅଷ୍ଟ୍ରେଲିଆଦଳ ସହିତ ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ। ଭାରତ ଏହି ମ୍ୟାଚ୍ ଜିତୁ ବୋଲି ଆଶା ରଖିଛନ୍ତି ପ୍ରଶଂସକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kohli made history by scoring 9,000 runs in Test cricket | Argus News