Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଦ୍‌ ପଡ଼ିଲେ କୋହଲି, ଡେବ୍ୟୁ କରିବେ ୨ ଖେଳାଳି

Sports

ବାଦ୍‌ ପଡ଼ିଲେ କୋହଲି, ଡେବ୍ୟୁ କରିବେ ୨ ଖେଳାଳି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଦ୍‌ ପଡ଼ିଲେ କୋହଲି, ଡେବ୍ୟୁ କରିବେ ୨ ଖେଳାଳି

Key Points

ପ୍ରଥମ ଦିନିକିଆରୁ ବାଦ ପଡିଲେ ତାରକା ଖେଳାଳି ବିରାଟ କୋହଲି । କ୍ରିକେଟ୍ ପ୍ରେମୀଙ୍କୁ କିଛିଟା ନିରାଶ ହେବାକୁ ପଡିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ନାଗପୁରରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛନ୍ତି । ହେଲେ ବିରାଟ କୋହଲି ମ୍ୟାଚ ଖେଳିବେ ନାହିଁ। ଯାହାକୁ ନେଇ ଫ୍ୟାନ୍ସ ନିରାଶ ହୋଇଛନ୍ତି। ଆଜି ମ୍ୟାଚ୍ ପୂବର୍ରୁ ଅଭ୍ୟାସ ସମୟରେ କୋହଲିଙ୍କୁ ଆଣ୍ଠୁରେ ବ୍ୟାଣ୍ଡେଜ ଭିଡା ହୋଇଥିବା ଦେଖିବାକୁ ମିଳିଥିଲା।


ତେବେ ତାଙ୍କ ଆଘାତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ଜଣାପଡିନାହିଁ। ଟସ୍ ସମୟରେ ରୋହିତ ଶର୍ମା କହିଥିଲେ ଯେ, ଗତକାଲି କୋହଲିଙ୍କ ଆଘାତ ସମସ୍ୟା ସାମ୍ନାକୁ ଆସିଥିଲା। ତେଣୁ ଆଜିର ମ୍ୟାଚ୍‌ରେ ସେ ଦଳରୁ ବାହାରେ ଅଛନ୍ତି। ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କଠୁ ଏହି ସିରିଜରେ ଭଲ ପ୍ରଦର୍ଶନ କରି ଫର୍ମକୁ ଫେରିବା ନେଇ ତାଙ୍କର ପ୍ରଶଂସକ ଆଶା ରଖିଥିଲେ। ହେଲେ ଟସ୍ ସମୟରେ ଜଣା ପଡ଼ିଲା ଯେ, ବିରାଟ କୋହଲି ଆଜିର ମ୍ୟାଚ୍ ଖେଳୁନାହାନ୍ତି।

ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ ଓ ହର୍ଷିତ ରାଣା ଦିନିକିଆରେ ପଦାର୍ପଣ କରିଛନ୍ତି। ଦୁର୍ଭାଗ୍ୟବଶତଃ ବିରାଟ ଖେଳୁନାହାଁନ୍ତି । ତେବେ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଏହାସହ ବିରାଟଙ୍କ ଛକା,ଚଉକା ଦେଖିବାକୁ ମିଳିବ ନାହିଁ।

ଅଧିକ ପଢ଼ନ୍ତୁ ଖେଳ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kohli out of playing XI! 'Men in Blue' crippled by injuries ahead of Champions Trophy? | Argus News