Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ସାଉଥ ଆଫ୍ରିକା ଦିନିକିଆ ମ୍ୟାଚ ପୂର୍ବରୁ ଧୋନିଙ୍କ ଘରେ ଡିନର ପାଇଁ ପହଞ୍ଚିଲେ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି

Ritu Das
Browse all articles by Ritu Das
·7 months ago·3 min read
ସାଉଥ ଆଫ୍ରିକା ଦିନିକିଆ ମ୍ୟାଚ ପୂର୍ବରୁ ଧୋନିଙ୍କ ଘରେ ଡିନର ପାଇଁ ପହଞ୍ଚିଲେ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି

Key Points

ଗୁରୁବାର କୋହଲି ଏମଏସ ଧୋନୀଙ୍କ ଘରେ ପହଞ୍ଚିଛନ୍ତି। କୋହଲି ଏବେ ରାଞ୍ଚିରେ ଅଛନ୍ତି। ଏକଥା ସମସ୍ତେ ଜାଣଛନ୍ତି ବିରାଟ କୋହଲିଙ୍କର ଧୋନିଙ୍କ ସହ ଭଲ ସମ୍ପର୍କ। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି।
ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଯାହାଙ୍କ ଟିକେ ଝଲକ ପାଇବାକୁ ସାରା ଦେଶ ଦିଓ୍ବାନା। ଆଜି ପୁଣି ବିରାଟ କୋହଲି ଚର୍ଚ୍ଚାରେ ଅଛନ୍ତି। ଗୁରୁବାର କୋହଲି ଏମଏସ ଧୋନୀଙ୍କ ଘରେ ପହଞ୍ଚିଛନ୍ତି। କୋହଲି ଏବେ ରାଞ୍ଚିରେ ଅଛନ୍ତି। ଏକଥା ସମସ୍ତେ ଜାଣଛନ୍ତି ବିରାଟ କୋହଲିଙ୍କର ଧୋନିଙ୍କ ସହ ଭଲ ସମ୍ପର୍କ। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି। ଧୋନି ମ୍ୟାଚରେ କୋହଲିଙ୍କି ବହୁତ ଗାଇଡ୍‌ ମଧ୍ୟ କରନ୍ତି। ଆଉ ରାଞ୍ଚି ଆସିକି ଧୋନୀଙ୍କୁ ଦେଖା ନ କରିବେ କେମିତି? ଅନ୍ୟ ସବୁ ଖେଳାଳିଙ୍କ ପାଇଁ ଗାଡ଼ି ପଠାଇଥିବାବେଳେ କୋହଲିଙ୍କୁ ଆଣିବାକୁ ନିଜେ ଧୋନି ଯାଇଥିଲେ। ଧୋନି ଆଉ କୋହଲିଙ୍କୁ ଗୋଟିଏ କାର୍‌ରେ ଦେଖିବାକୁ ମିଳିଥିଲା। ଦୁଇ ଜଣ ଲିଜେଣ୍ଡଙ୍କୁ ଦେଖି ଫ୍ୟାନ୍ସମାନେ ବହୁତ ଖୁସି ହୋଇଯାଇଥିଲେ।



ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ (ODI) ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ସ୍କ୍ୱାଡ୍ ରାଞ୍ଚିରେ ଏକାଠି ହେବା ପରେ, ଅନେକ ଭାରତୀୟ କ୍ରିକେଟରଙ୍କୁ MS ଧୋନିଙ୍କ ବାସଭବନକୁ ଯାଉଥିବାର ଦେଖିବାକୁ ମିଳିଛି। ଯେତେବେଳେ ବି ଟିମ୍ ଇଣ୍ଡିଆ ଧୋନିଙ୍କ ଘର ସହରରେ ଖେଳେ, ସେତେବେଳେ ଏହିଭଳି ସୌଜନ୍ୟମୂଳକ ଭେଟଘାଟ ଏକ ପରମ୍ପରାରେ ପରିଣତ ହୋଇଛି, ଯାହା ଖେଳାଳିଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି। ଡିନରରେ ଖେଳାଳିମାନେ ମଜା ମସ୍ତି କରିବେ। ନିଶ୍ଚିତ ଏହାର ମଧ୍ୟ ଭିଡିଓ ଭାଇରାଲ ହେବ। ଆଉ ଭିଡିଓ ଦେଖିବାକୁ ଫ୍ୟାନ୍ସମାନେ ଯେମିତି ଅପେକ୍ଷା କରି ବସିଛନ୍ତି। 

ଏହାସହ ପଢ଼ନ୍ତୁ: ଦିନିକିଆ ସିରିଜ୍‌ ପାଇଁ ଧୋନିଙ୍କ ସହରରେ ପହଞ୍ଚିଲେ କୋହଲି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

ଟେଷ୍ଟ୍ ସିରିଜରେ ନିରାଶାଜନକ ପ୍ରଦର୍ଶନ ପରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ODI ଫର୍ମାଟରେ ବ୍ୟାଟିଂ କ୍ରମରେ ସ୍ଥିରତା ଆଣିବା ସହ ଦଳ ପାଇଁ ବଡ଼ ଉତ୍ସାହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦଳକୁ ଫେରିଛନ୍ତି।
କୋହଲିଙ୍କୁ ଦେଖିବାକୁ ଧୋନିଙ୍କ ଘର ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ କୋହଲି କାର୍‌ରେ ଧୋନିଙ୍କର ରାଞ୍ଚି ସ୍ଥିତ ଘରେ ପ୍ରବେଶ କରୁଛନ୍ତି। କୋହଲିଙ୍କ କାର ଆଗରେ ଏବଂ ପଛରେ ପୋଲିସର କାର ରହିଛି। କୋହଲିଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼ କଥା ନ କହିଲେ ସରେ। ସେଲଫି ନେବାକୁ ଫ୍ୟାନ୍ସ ମାନେ ବିରାଟ ବିରାଟ ପାଟି କରୁଥିଲେ।



ବିରାଟ କୋହଲିଙ୍କ ଅଭ୍ୟାସ ଭିଡିଓ ଭାଇରାଲ
ବିରାଟ କୋହଲି ଗୁରୁବାର ରାଞ୍ଚିରେ ରୋହିତ ଶର୍ମାଙ୍କ ସହ ଅଭ୍ୟାସ କରିଥିଲେ, ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓଗୁଡ଼ିକରେ କୋହଲି ଭଲ ଫର୍ମରେ ଥିବା ଦେଖାଯାଉଛି, ବଡ଼ ସଟ୍ ମାରିଛନ୍ତି। ଏହି ସମୟରେ, ଅଷ୍ଟ୍ରେଲିଆ ବିପକ୍ଷ ଗତ ସିରିଜରେ ଷ୍ଟାଣ୍ଡଆଉଟ୍ ଖେଳାଳି ଥିବା ରୋହିତ ଶର୍ମାଙ୍କୁ ମଧ୍ୟ ବଡ଼ ସଟ୍ ମାରିବାର ଦେଖାଯାଉଛି। ଅଷ୍ଟ୍ରେଲିଆରେ ତିନୋଟି ମ୍ୟାଚ୍ ମଧ୍ୟରୁ ଦୁଇଟିରେ ଶୂନ୍ୟରେ ଆଉଟ ହୋଇଥିବା କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ତଥାପି, ସେ ତୃତୀୟ ମ୍ୟାଚ୍ ରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ।



ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ JSCA ଷ୍ଟାଡିୟମରେ
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ନଭେମ୍ବର 30 ତାରିଖରେ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ। ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ, ଟିମ୍ ଇଣ୍ଡିଆ ଦିନିକିଆ ସିରିଜରେ ଦକ୍ଷିଣଆଫ୍ରିକାକୁ ପରାସ୍ତ କରିବାକୁ ଚାପ ପକାଇବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kohli Visits Dhoni’s Home for Dinner Before SA Match | Argus News