ବର୍ଷକରେ କୋହଲିଙ୍କ ଆୟ ୮୪୭ କୋଟି ଟଙ୍କା
·1 year ago

ଅର୍ଗସ ବ୍ୟୁରୋ:କ୍ରିକେଟରେ କିଙ୍ଗ୍ ଭାବେ ପରିଚିତ ଭାରତୀୟ ଷ୍ଟାରବ୍ୟାଟର ରନ୍ ମେସିନ ବିରାଟ କୋହଲି ଦୁନିଆର ଧନୀ ଖେଳାଳୀ ତାଲିକାରେ ରହିଛନ୍ତି । କ୍ରିକେଟର ମାନଙ୍କ ମଧ୍ୟରେ ଦୁନିଆର ସେ ସ ବୁଠୁ ଧନୀ କ୍ରିକେଟର ହୋଇଛନ୍ତି,ଅଧିକ ସମ୍ପତ୍ତି ତାଲିକାରେ ସେ ଟପ୍ ୯ରେ ରହିଛନ୍ତି। କ୍ରିକେଟ ସମେତ ବାହାରେ ଅଧିକ ଆୟ କରିବାରେ ସେ ଆଗରେ ରହିଛନ୍ତି । ବର୍ଷକରେ କୋହଲିଙ୍କ ଆୟ ରହିଛି ୮୪୭ କୋଟି ଟଙ୍କା। ଏଥିରେ ସବୁଠୁ ଆଗରେ ରହିଛନ୍ତି,ଖେଳାଳିଙ୍କ ଲିଷ୍ଟରେ ଟପ୍ ୧୦ରେ ବିରାଟ ଏକମାତ୍ର କ୍ରିକେଟର ।ଏଥିରେ ୨୦୨୩ ସେପ୍ଟେମ୍ବର ୧ରୁ ୨୦୨୪ ସେପ୍ଟେମ୍ବର ଯାଏ ଆୟକୁ ସାମିଲ କରାଯାଇଛି। ତାଲିକାରେ ରୋନାଲ୍ଡୋ ପ୍ରଥମ ସ୍ଥାନରେ ଥିବାବେଳେ ଜନ୍ ରୋଡ୍ରିଗେଜ୍ ଦ୍ବିତୀୟ,ମେସି ତୃତୀୟ ସ୍ଥାନରେ ରହିଛନ୍ତି। କେବଳ କୋହଲି ଏକମାତ୍ର କ୍ରିକେଟର ଭାବେ ତାଲିକାରେ ନବମରେ ରହିଛନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: