Videos
|
Sports

ପରିବାର ସହିତ ସୁନ୍ଦର ସମୟ ବିତାଇବାକୁ କୋହଲିଙ୍କ ବଡ଼ ନିଷ୍ପତ୍ତି

Ritu Das
Browse all articles by Ritu Das
·2 years ago·2 min read
ପରିବାର ସହିତ ସୁନ୍ଦର ସମୟ ବିତାଇବାକୁ କୋହଲିଙ୍କ ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। ଏହି ଖବରକୁ ନେଇ ସେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ। ଆଜି ପୁଣି ଏହି ଖବରକୁ ନେଇ ଆଉ ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୋହଲି ଆଉ ଭାରତରେ ରହିବେନି। ସେ ଲଣ୍ଡନରେ ଘର କରୁଛନ୍ତି। ତେବେ ଭାରତୀୟ ଖେଳାଳିମାନେ ନିଜର ପ୍ରାଇଭେସି ଲାଇଫ ମେଣ୍ଟେନ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଯେଉଁଠାରେ ତାଙ୍କୁ କେହି ଚିହ୍ନି ନ ଥିବେ ସେଭଳି ସ୍ଥାନରେ ରହିବାକୁ ଉପଯୁକ୍ତ ମନେ କରୁଛନ୍ତି। 

 

ଆଜି ପୁଣି ବିରାଟ କୋହଲି  ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ସେ ଲଣ୍ଡନ ଯାଇଛନ୍ତି। ବିରାଟ ଲଣ୍ଡନର ରାଜରାସ୍ତାରେ ଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଙ୍ଗ କୋହଲି ରାସ୍ତାରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି। ଏହି ସମୟରେ କିଛି କାର୍‌ ତାଙ୍କ ପାଖ ଦେଇ ଯାଉଥିବାର ଦେଖିବାକୁ ମିଳୁଛି। ଏହା ସହିତ ସେ ରାସ୍ତାର ଅପରପାର୍ଶ୍ୱରେ ଥିବା କାହାକୁ ଦେଖାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ଭିଡିଓରେ ଏକ ଜ୍ୟାକେଟ ପିନ୍ଧିଛନ୍ତି।

ବିରାଟ କୋହଲି ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଲଣ୍ଡନରେ ଛୁଟି ବିତାଇବାକୁ ଯାଇଥିଲେ। ଏବେ ଆଲୋଚନା ଜୋର ଧରିଛି ଯେ କୋହଲି ଲଣ୍ଡନରେ ତାଙ୍କ ଘର ନିର୍ମାଣ କରୁଛନ୍ତି। ବିରାଟ ୨୦୨୩ ମସିହାରେ ଲଣ୍ଡନରେ ଛୁଟି ବିତାଇଥିଲେ। ଏବେ ପୁଣି ଥରେ ଶ୍ରୀଲଙ୍କା ସିରିଜ୍ ପରେ ସେ ଲଣ୍ଡନରେ ପହଞ୍ଚିଛନ୍ତି। ସେବେଠାରୁ ବିରାଟ କୋହଲି ଲଣ୍ଡନରେ ତାଙ୍କ ଘର ନିର୍ମାଣ କରୁଛନ୍ତି ବୋଲି କୁହାଯାଇଛି। ତେବେ ଏହି ଖବର ଉପରେ କୋହଲି କିମ୍ବା ଅନୁଷ୍କା କୌଣସି ଅଫିସିଆଲ କନଫର୍ମେଶନ ଦେଇ ନାହାନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିରାଟ କୋହଲି ହେଉଛନ୍ତି ଦିଲ୍ଲୀର ବାସିନ୍ଦା। ଦିଲ୍ଲୀରେ ତାଙ୍କର ଏକ ଘର ଅଛି, ଯେଉଁଠାରେ ତାଙ୍କ ପିତାମାତା, ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ରୁହନ୍ତି। ଏହା ବ୍ୟତୀତ ବିରାଟ ଏବଂ ଅନୁଷ୍କାଙ୍କର ମଧ୍ୟ ମୁମ୍ବାଇରେ ଏକ ଘର ଅଛି। କୋହଲି ଭାରତ ଛାଡ଼ୁଥିବାରୁ ତାଙ୍କ ଫ୍ୟାନମାନେ କିନ୍ତୁ ଖୁବ ନିରାଶ ହୋଇଛନ୍ତି। କାରଣ ତାଙ୍କୁ ଆଉ ଭାରତ ରାଜରାସ୍ତା, ସପିଂମଲ କିମ୍ବା ବିମାନବନ୍ଦରରେ ଦେଖିବାକୁ ମିଳିବନି। ତେବେ ଫ୍ୟାନମାନେ ଚାହୁଁ ନାହାନ୍ତି ବିରାଟ ଭାରତ ଛାଡ଼ି ଯାଆନ୍ତୁ ବୋଲି। ଏଥିରେ ଆପଣଙ୍କ ମତ କଣ। ଆମକୁ ନିଶ୍ଚିତ କମେଣ୍ଟ କରନ୍ତୁ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Kohli's big | Argus News