Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କୋହଲିଙ୍କର Puma ସହ 110 କୋଟି ଟଙ୍କାର ସମ୍ପର୍କ ତୁଟିଲା

Ritu Das
Browse all articles by Ritu Das
·1 year ago·1 min read
କୋହଲିଙ୍କର Puma ସହ 110 କୋଟି ଟଙ୍କାର ସମ୍ପର୍କ ତୁଟିଲା



ଭାରତୀୟ କ୍ରିକେଟର ବିରାଟ କୋହଲି ବର୍ତ୍ତମାନ ସ୍ପୋର୍ଟସ କମ୍ପାନୀ ପୁମାର ବ୍ରାଣ୍ଡ ଆମ୍ବାସେଡର ହେବେନି । ୮ ବର୍ଷ ପରେ ତାଙ୍କର ଏହି ଡିଲ୍ ସମାପ୍ତ ହୋଇଛି ଏବଂ ଏହି ସମୟରେ କୋହଲି ୧୧୦ କୋଟି ଟଙ୍କାର ରୋଜଗାର କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ପୁମା ବ୍ରାଣ୍ଡର ପ୍ରବକ୍ତା କହିଛନ୍ତି ଯେ, ଆଗାମୀ ପିଢିର ଖେଳାଳିମାନଙ୍କ ମଧ୍ୟରେ ଟଙ୍କା ନିବେଶ କରିବ କମ୍ପାନୀ । ଏବେ ଆଉ ଏକ ଖବର ଆସିଛି ଯେ, ବିରାଟ ଅନ୍ୟ ଏକ ସ୍ପୋର୍ଟସ ବ୍ରାଣ୍ଡ ‘Agilitas’ ସହ ନଜର ଆସିବେ। ରିପୋର୍ଟ ମୁତାବକ, ବିରାଟ କୋହଲି ଖୁବଶୀଘ୍ର ‘Agilitas’ ସହ ଡିଲ ସାଇନ କରିପାରନ୍ତି । ‘Agilitas’ କମ୍ପାନୀର ସ୍ଥାପନା ୨୦୨୩ରେ ପୁମା ଇଣ୍ଡିଆ ଏବଂ ସାଉଥ-ଇଷ୍ଟ ଏସିଆର ପୂର୍ବତନ ଏମଡି ଅଭିଷେକ ଗାଙ୍ଗୁଲୀ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି କମ୍ପାନୀ ଖେଳ ସମ୍ବନ୍ଧୀୟ ଜିନିଷ ତିଆରି କରେ ଏବଂ ଭାରତ ସମେତ ବିଦେଶରେ ମଧ୍ୟ ବିକ୍ରି କରେ। ଗତବର୍ଷ ଅଭିଷେକ ଗାଙ୍ଗୁଲିଙ୍କ କମ୍ପାନୀ ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଅଫ୍ରିକାରେ ବିକ୍ରି ପାଇଁ ଇଟାଲିୟନ ସ୍ପୋର୍ଟସ ବ୍ରାଣ୍ଡ ‘ଲୋଟୋ’ର ଲାଇସେନ୍ସ ମଧ୍ୟ ପ୍ରାପ୍ତ କରିଥିଲା । ଏହି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବିରାଟ କୋହଲି ନିଜେ ‘Agilitas’ କମ୍ପାନୀରେ ଟଙ୍କା ଇନଭେଷ୍ଟ କରିବାକୁ ଯାଉଛନ୍ତି। IPL 2025 ଭିତରେ ଆଗାମୀ କିଛି ଦିନ ମଧ୍ୟରେ ନୂଆ ଡିଲ୍ ଉପରେ ଅଫିସିଆଲ ଘୋଷଣା କରାଯିବ ବୋଲି ଖବର ମିଳିଛି ।

Sponsored
kohlis-rs-110-crore-deal-with-puma-ends | Argus News