Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସନରାଇଜର୍ସ ହାଇଦ୍ରାବାଦକୁ ୮୦ ରନରେ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ

Ritu Das
Browse all articles by Ritu Das
·1 year ago·1 min read
ସନରାଇଜର୍ସ ହାଇଦ୍ରାବାଦକୁ ୮୦ ରନରେ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ

ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୮୦ ରନ୍‌ର ବଡ଼ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ଏହା କୋଲକାତାର ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା ଚତୁର୍ଥ ମ୍ୟାଚରେ ତୃତୀୟ ପରାଜୟ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୦୦ ରନ କରିଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୨୯ ବଲରେ ୬୦ (୭ ଚୌକା ଓ ୩ ଛକା) ଓ ଅଙ୍ଗକ୍ରିଶ ରଘୁବଂଶୀ ୩୨ ବଲରେ ୫୦ (୫ ଚୌକା ଓ ୨ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୨୭ ବଲରେ ୧ ଚୌକା ଓ ୪ ଛକା ସହ ୩୮ ଓ ରିଙ୍କୁ ସିଂ ୧୭ ବଲରେ ୪ ଚୌକା ଓ ୧ ଛକା ସହିତ ୩୨ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ମହମ୍ମଦ ଶାମି, କୁମିନ୍ସ, ଜିଶାନ ଅନସାରୀ ଓ କାମିଣ୍ଡୁ ମେଣ୍ଡିସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ହାଇଦ୍ରାବାଦ ୧୬.୪ ଓଭରରେ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ହେନରିଚ କ୍ଲାସେନ ୩୩, କାମିଣ୍ଡୁ ମେଣ୍ଡିସ ୨୭ ଓ ନୀତିଶ କୁମାର ରେଡ୍ଡୀ ୧୯ ରନ କରିଥିଲେ। ବିଜୟୀ କୋଲକାତା ପାଇଁ ବୈଭବ ଆରୋରା ଓ ବରୁନ ଚକ୍ରବର୍ତ୍ତୀ ୩ ଲେଖାଏ ଉଇକେଟ ନେଇଥିବା ବେଳେ ଆନ୍ଦ୍ରେ ରସେଲ ୨ ଉଇକେଟ ଅକ୍ତିଆର କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kolkata-knight-riders-defeated-sunrisers-hyderabad-by-80-runs | Argus News