Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଇପିଏଲ-୨୦୨୪: ବେଙ୍ଗାଲୁରୁକୁ ୧ ରନରେ ପରାସ୍ତ କଲା କୋଲକାତା

Sports

ଆଇପିଏଲ-୨୦୨୪: ବେଙ୍ଗାଲୁରୁକୁ ୧ ରନରେ ପରାସ୍ତ କଲା କୋଲକାତା

Ritu Das
Browse all articles by Ritu Das
·2 years ago·2 min read
ଆଇପିଏଲ-୨୦୨୪: ବେଙ୍ଗାଲୁରୁକୁ ୧ ରନରେ ପରାସ୍ତ କଲା କୋଲକାତା

ଅର୍ଗସ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ-୨୦୨୪)ର ୩୬ତମ ରୋମାଞ୍ଚକର ମ୍ୟାଚ ଶେଷ ହୋଇଛି। ଏହି ମୁକାବିଲାରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ କୋଲକାତା ୧ ରନରେ ପରାସ୍ତ କରିଛି। 

ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ବେଙ୍ଗାଲୁରୁ ୨୨୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଅତିଥି ଟିମ ୨୦ ଓଭର ଖେଳି ୨୨୧ ରନରେ ସମସ୍ତ ଓ୍ବିକେଟ ହରାଇଛି। ନ୍ୟପଟରେ ବେଙ୍ଗାଲୁରୁ ଟିମ୍‌ କ୍ରମାଗତ ୬ଷ୍ଠ ଥର ପାଇଁ ପରାଜିତ ହୋଇଛି।
ବିରାଟ କୋହଲି ଓ ଫାପ୍‌ ଡୁ’ ପ୍ଲେସିସ୍‌ ପାଳି ଆରମ୍ଭ କରିଥିଲେ। ୱିଲ୍‌ ଜ୍ୟାକ୍‌ସ (୫୫ ରନ୍‌) ଓ ରଜତ ପାଟିଦାର (୫୨) ରନ୍‌ କରିଥିଲେ। ସୂର୍ଯ୍ୟାଂଶ ପ୍ରଭୁଦେଶାଇ ୨୪ ରନ୍‌, ଦିନେଶ କାର୍ତ୍ତିକ ୨୫ ରନ୍‌ କରିଥିଲେ।

ବେଙ୍ଗାଲୁରୁ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଘରୋଇ ଟିମ୍‌ କୋଲକାତା ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୨୨୨ ରନ୍‌ ସଂଗ୍ରହ କରିଥିଲା। କୋଲକାତା ପାଇଁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୬ଟି ବଲ୍‌ ଖେଳି ୭ଟି ଚୌକା ଓ ଗୋଟିଏ ଛକା ବଳରେ ୫୦ ରନ୍‌ କରିପାରିଥିଲେ। କୋଲକାତା ପାଇଁ ଫିଲିପ୍‌ ସଲ୍ଟ ଓ ସୁନୀଲ ନାରାୟଣ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୫୬ ରନ୍‌ ସଂଗ୍ରହ କରିଥିଲେ। ଦଳ ୪.୨ ଓଭରରେ ଫିଲିପ୍‌ଙ୍କୁ ହରାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫିଲିପ୍‌ ମାତ୍ର ୧୪ଟି ବଲ୍‌ ଖେଳି ୭ଟି ଚୌକା ଓ ୩ଟି ଛକା ବଳରେ ୪୮ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ ସୁନୀଲ ମଧ୍ୟ ଆଉଟ୍‌ ହୋଇ ପାଭିଲିଅନ୍‌ ଫେରିଥିଲେ। ସେ ୧୫ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୧୦ ରନ୍‌ ଯୋଡ଼ିଥିଲେ। କୋଲକାତା ତୃତୀୟ ୱିକେଟ୍‌ ଭାବେ ଅଙ୍ଗକ୍ରିଶ ରଘୁବଂଶୀ(୩ରନ୍‌)ଙ୍କୁ ହରାଇଥିଲା ଭେଙ୍କଟେସ୍‌ ଆୟର ୮ଟି ବଲ୍‌ ଖେଳି ୩ଟି ଚୌକା ସହା‌ୟତାରେ ୧୬ ରନ୍‌ କରିଥିଲେ।


 

Painting
Sponsored
Kolkatta knight rider | Argus News