Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର

Smruti Parija
Browse all articles by Smruti Parija
·1 year ago·1 min read
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା,  ବ୍ଲୁ ସିଟିରେ ଜୟ ଜୟ କାର

ଅର୍ଗସ ବ୍ୟୁରୋ:  ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ। କେବଳ ଖାଲି ଯୋଧପୁର ନୁହଁ ବିକାନିର ଏବଂ ଜୈସଲମିରରୁ ବି ଆସିଥିଲେ ବହୁ ଦର୍ଶକ। ଫ୍ୟାନଙ୍କୁ ନିରାଶ ନକରି ଦମଦାର ପ୍ରଦର୍ଶନ ସହ ବିଜୟ ହାସଲ କରିଛି କୋଣାର୍କ ସୂୟାଜ୍ ଓଡିଶା। 
ଅଧିନାୟକ ଇରଫାନ ପଠାନ ମଧ୍ୟ ଭଲ ଭଲ ପ୍ରଦର୍ଶନ କରିଛନ୍ତି। ଶେଷ ଓଭରରେ ବୋଲିଙ୍ଗ କରି ଦଳକୁ ବିଜୟ ହାସଲ କରାଇଛନ୍ତି ଇରଫାନ୍। ସ୍ଥାନୀୟ ଦର୍ଶକ ବେଶ ଖୁସି ପ୍ରକାଶ କରିବା ସହ ଓଡିଶାର ଫ୍ରାଞ୍ଚାଇଜ କୋଣାର୍କ ସୂୟାର୍ସ ଓଡିଶା ଚଳିତ ବର୍ଷ ଲିଜେଣ୍ଡ ଲିଗ ଜିତିବ ବୋଲି ଆଶାବାଦୀ ଥିବା କହିଛନ୍ତି।

ଦୀର୍ଘ ଦିନ ପରେ ଯୋଧପୁରକୁ କ୍ରିକେଟ ଫେରିଥିବାରୁ ବେଶ ଉତ୍ସାହିତ ଅଛନ୍ତି ବ୍ଲୁ ସିଟି ବାସୀ। ସବୁ ବର୍ଗର ଲୋକେ ପଡିଆକୁ ଆସି ମ୍ୟାଚକୁ ଉପୋଭୋଗ କରିବା ସହ ଇରଫାନ ପଠାନ, ଯୁସୁଫ ପଠାନ, ରସ ଟେଲର, ରବିନ ଉଥାପା, ହରଭଜନ ସିଂ ଙ୍କ ପରି ଲିଜେଣ୍ଡଙ୍କୁ ଦେଖି ବେଶ ଉତ୍ସାହିତ ହୋଇଛନ୍ତି। ପ୍ରଥମ ଥର ଓଡିଶାର ଫ୍ରାଞ୍ଚାଇଜ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଦଳକୁ ନେଇ ସମସ୍ତେ ଉତ୍ସାହିତ। ବିଜୟ ହାସଲ ପରେ ମ୍ୟାନେଜମେଣ୍ଟ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହ ଟାଇଟେଲ ଜିତିବାକୁ ଲକ୍ଷ୍ୟ ଥିବା କହିଛନ୍ତି। 
ଯୋଧପୁର ବିଜୟ ପରେ ସୁରତ ମିଶନରେ କୋଣାର୍କ ସୂର୍ଯ୍ୟାଜ୍ ଓଡିଶା। ସମାନ ଟିମ ବିପକ୍ଷରେ ଅଲଗା ଭେନ୍ୟୁରେ ଖେଳିବ ଟିମ। 6 ଦିନର ସମୟ ହାତରେ ଥିବାରୁ ପ୍ରଥମ ମ୍ୟାଚର ତ୍ରୁଟି ସୁଧାରି ପଡିଆକୁ ଓଲ୍ହାଇବେ କୋଣାର୍କ ସୂର୍ଯ୍ୟାଜ୍ ଓଡିଶା ଟିମ। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
konark suryas in jodhpur | Argus News