Krunal Pandya / ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ରୁ ବିଦାୟ ନେବା ପରେ ଇମୋସନାଲ ହୋଇଗଲେ କୃଣାଲ ପାଣ୍ଡ୍ୟା

Key Points
କୃଣାଲ ପାଣ୍ଡ୍ୟାଙ୍କ ଇମୋସନାଲ ଲୁକ୍
ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ରୁ ବିଦାୟ ନେବା ପରେ ଇମୋସନାଲ ହୋଇଗଲେ କୃଣାଲ ପାଣ୍ଡ୍ୟା
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ IPL ୨୦୨୬ ମ୍ୟାଚ୍ ଇମୋସନ ଉତ୍ସାହ ଏବଂ ଏକ୍ସାଇଟିଂ ମୋମେଣ୍ଟରେ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିବା ଏକ ହାଇ-ଭୋଲଟେଜ୍ ମ୍ୟାଚ୍ରେ, RCB ମୁମ୍ବାଇ ଇଣ୍ଡିଆନ୍ସକୁ ଦୁଇ ୱିକେଟ୍ରେ ପରାସ୍ତ କରି ପ୍ଲେଅଫ୍ ଦୌଡ଼ରୁ ବାହାର କରିଦେଇଥିଲା। ଏହି ବିଜୟର ସବୁଠାରୁ ବଡ଼ ଷ୍ଟାର ଥିଲେ କୃଣାଲ ପାଣ୍ଡ୍ୟା, ଯିଏ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଦଳକୁ ଏକ କଷ୍ଟକର ପରିସ୍ଥିତିରୁ ବାହାର କରିଥିଲେ । କୃଣାଲ ନ ଥିଲେ ଦଳରେ କିଛି ବି ହୋଇଯାଇଥାନ୍ତା । ଆଜି ଆରସିବି ପଏଣ୍ଟ ଟେବୁଲର ଟପରେ ଅଛି ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବା କୃଣାଲ ପାଣ୍ଡ୍ୟାଙ୍କ ପାଇଁ କେବଳ ଏକ ସାଧାରଣ ମ୍ୟାଚ୍ ନଥିଲା। ଏହା ସେହି ଦଳ ଥିଲା ଯାହା ସହିତ ସେ ତାଙ୍କ କ୍ୟାରିୟରର ଗୋଲଡେନ ୟର ବିତାଇଥିଲେ । ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିବା କୃଣାଲ ଦଳ ପାଇଁ ବେଷ୍ଟ ପ୍ରଦର୍ଶନ କରିଥିଲେ ଏବଂ ତିନୋଟି IPL ଟ୍ରଫି ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
କୃଣାଲଙ୍କ ଚମତ୍କାର ଇନିଂସ
ଆରସିବି ପାଇଁ ଟାର୍ଗେଟର ପିଛା କରି, କୃଣାଲ ଏକ ପ୍ରେସର ମ୍ୟାଚ୍ରେ ୭୩ ରନ୍ର ଏକ ସାନଦାର ପାଳି ଖେଳିଥିଲେ। ଯେତେବେଳେ ଆରସିବି ଟିମରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯାଉଥିଲା ସେ ଟିମରେ ଶଙ୍କଟମୋଚକ ହୋଇ ଛିଡ଼ା ହୋଇଥିଲେ। ଏବଂ ଦଳକୁ ବିଜୟୀ କରାଇଥିଲେ। ତାଙ୍କର ଇନିଂସ କେବଳ ମ୍ୟାଚ୍ ବିଜୟୀ ନୁହେଁ ବରଂ ତାଙ୍କ ଅଭିଜ୍ଞତା ଏବଂ ପଜିଟିଭିଟିର ଏକ ବଡ଼ ଉଦାହରଣ ଥିଲା ।
ଏଥିସହ ପଢ଼ନ୍ତୁ: ୧୦ ବର୍ଷ ପରେ ଛକା ମାରିଲେ ଭୁବି, ହାରିଲା ମୁମ୍ବାଇ; IPL କପ୍ ନେବ କି RCB ?
କୃଣାଲ ପାଣ୍ଡ୍ୟାଙ୍କ ଇମୋସନାଲ ଲୁକ୍
ମ୍ୟାଚ୍ ପରେ କୃଣାଲ ପାଣ୍ଡ୍ୟା ଇମୋସନାଲ ହୋଇଯାଇଥିଲେ। ମ୍ୟାଚ୍ ପରେ ଇଣ୍ଟରଭ୍ୟୁ ସମୟରେ, ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ତାଙ୍କ ପୂର୍ବତନ ସାଥୀ ଖେଳାଳିଙ୍କ ବିଷୟରେ ପଚରାଯାଇଥିଲା, ତାଙ୍କ ସ୍ବର ଧୀରେ ହୋଇଯାଇଥିଲା। କିରନ୍ ପୋଲାର୍ଡଙ୍କ ବିଷୟରେ କହିବା ସମୟରେ ସେ ବିଶେଷ ଭାବରେ ଇମୋସନାଲ ହୋଇଯାଇଥିଲେ। କୃଣାଲ କହିଥିଲେ, "ପଲି ମୋ ପାଇଁ ଜଣେ ବଡ଼ ଭାଇ ପରି। ମୁଁ ମୋର ବେଷ୍ଟ ଛଅ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସରେ ବିତାଇଥିଲି। ପୋଲାର୍ଡ ଏବଂ ପାଣ୍ଡ୍ୟା ବ୍ରଦର୍ସ ଦଳର ଇଞ୍ଜିନ୍ ରୁମ୍ ଥିଲେ। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ସେମାନେ ଏହି ଫର୍ମାଟରେ ସର୍ବଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ ।"
ତାଙ୍କର ଏହି ବକ୍ତବ୍ୟ ମୁମ୍ବାଇ ଇଣ୍ଡିଆନ୍ସର ସ୍ମୃତିକୁ ଫେରାଇ ଆଣିଲା, ଯେତେବେଳେ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟା ଦଳକୁ ଅନେକ ଐତିହାସିକ ଓ୍ବିନ ଦେଇଥିଲେ । ଏହି ଖେଳାଳିମାନେ ଲୋୟର ମିଡିଲ ଅର୍ଡରରେ ଭଲ ବ୍ୟାଟିଂ କରି ମ୍ୟାଚ ଫିନିଶ କରିପାରୁଥିଲେ। କୃଣାଲଙ୍କ ଆଖିରେ MI ପ୍ରତି ଥିବା ଭଲପାଇବା ସ୍ପଷ୍ଟ ଦେଶଯାଉଥିଲା। “ଇଣ୍ଟରଭ୍ୟୁ ସମୟରେ କମେଣ୍ଟେଣ୍ଟର ଇଆନ୍ ବିଶପ୍ ତାଙ୍କ ପରିସ୍ଥିତିକୁ ବୁଝିପାରିଲେ ଏବଂ କଥାବାର୍ତ୍ତା ଶେଷ କରି କହିଲେ, "ମୁଁ ତୁମର ସ୍ୱରରେ ଥିବା ଇମୋସନକୁ ଶୁଣିପାରୁଛି, ମୁଁ ତୁମଠୁ ବେଶୀ ସମୟ ନେବିନି ତୁମକୁ ଶୀଘ୍ର ଯିବାକୁ ଅନୁମତି ଦେଉଛି।“
📱 Get Argus News App
✨Related Topics
Explore more stories