India Vs South Africa / ଗୌହାଟୀରେ କୁଲଦୀପ ଚମକିଲେ: ତୃତୀୟ ସେସନରେ ଟିମ୍ ଇଣ୍ଡିଆର ଜୋରଦାର ପ୍ରତ୍ୟାବର୍ତ୍ତନ
·7 months ago·2 min read

Key Points
ଗୌହାଟୀରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସମାପ୍ତ ହୋଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୨୪୭ ରନ କରିଛି।
ଗୌହାଟୀରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସମାପ୍ତ ହୋଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୨୪୭ ରନ କରିଛି। ସେନୁରନ ମୁଥୁସାମି ୨୫ ରନ ଓ କାଇଲ ଭେରେନ ୧ ରନ କରି ଅପରାଜିତ ଅଛନ୍ତି। ଖରାପ ଆଲୋକ କାରଣରୁ ଖେଳକୁ ଆଗୁଆ ବନ୍ଦ କରାଯାଇଛି। ପ୍ରଥମ ଦିନରେ ଭ୍ରମଣକାରୀ ଦଳ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଟ୍ରିଷ୍ଟନ ଷ୍ଟବ୍ସ ସର୍ବାଧିକ ୪୯ ରନ କରିଥିବା ବେଳେ ଭାରତ ପକ୍ଷରୁ ବୋଲିଂରେ କୁଲଦୀପ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଆଜିର ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଏହାସହ ପଢ଼ନ୍ତୁ: ୧୪୮ ବର୍ଷ ପରେ ପ୍ରଥମ ଥର ପାଇଁ, ଅଷ୍ଟ୍ରେଲିଆ ସହ ଘଟିଲା ଏମିତି
ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭ୍ରମଣକାରୀ ଦଳର ଓପନର ଆଡନ ମାରକ୍ରମ ଓ ରିୟାନ ରିକଲଟନ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ିଥିଲେ। ଆଡନ ମାରକ୍ରମଙ୍କୁ ବୋଲ୍ଡ କରି ବୁମରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ମାରକ୍ରମ ୩୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ୮୨ ରନ ସ୍କୋରରେ ଭ୍ରମଣକାରୀ ଦଳକୁ ଆଉ ଏକ ଝଟକା ଲାଗିଥିଲା। ରିୟାନ ରିକଲଟନ(୩୫ ରନ)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ କୁଲଦୀପ ଯାଦବ। ଏହା ପରେ ଅଧିନାୟକ ତେମ୍ବା ବାଭୁମା ଓ ଟ୍ରିଷ୍ଟନ ଷ୍ଟବ୍ସ ଇନିଂସ ସମ୍ଭାଳିଥିଲେ। ଉଭୟ ୩ୟ ଓ୍ଵିକେଟ୍ ପାଇଁ ୮୪ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ।
ଏହାସହ ପଢ଼ନ୍ତୁ: ଦ୍ବିତୀୟ ଟେଷ୍ଟରେ ନୂଆ ବ୍ୟବସ୍ଥା, ଖେଳାଳିଙ୍କୁ ୨ ଘଣ୍ଟା ବିଳମ୍ବରେ ମିଳିବ ଲଞ୍ଚ !
ତୃତୀୟ ସେସନରେ ଭାରତର ପ୍ରତ୍ୟାବର୍ତ୍ତନ
ପ୍ରଥମ ଦୁଇଟି ସେସନରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା ଦକ୍ଷିଣ ଆଫ୍ରିକା। ତେବେ ତୃତୀୟ ସେନରେ ପ୍ରତ୍ୟାବର୍ତ୍ତନ କରିଛି ଭାରତ। ୧୮୬ ରନ ସ୍କୋରରେ ତେମ୍ବା ବାଭୁମାଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡେଜା ଭାରତକୁ ମ୍ୟାଚର ପ୍ରତ୍ୟାବର୍ତ୍ତନ କରାଇଥିଲେ। ତେମ୍ବା ୪୧ ରନ କରିଥିଲେ। ପୁଣି ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଝଟକା ଦେଇଥିଲେ। ଷ୍ଟବ୍ସ ଏକ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଓ୍ଵିୟାନ ମୁଲଡର(୧୩) କୁଲଦୀପଙ୍କ ଶିକାର ହୋଇଥିଲେ। ୨୦୧ ରନ ସ୍କୋରରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଟୋନି ଡି ଜୋର୍ଜି ଓ ସେନୁରାନ ମୁଥୁସାମି ୪୫ ରନ ଯୋଡ଼ିଥିଲେ।
ଭାରତକୁ ଆଉ ଏକ ସଫଳତା ଦେଇଥିଲେ ମହମ୍ମଦ ସିରାଜ। ଜୋର୍ଜି ୨୮ ରନ କରି ପାଭିଲିୟନ ଫେରିଥିଲେ। ଏଥିସହ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଦଳ ୬ ଓ୍ଵିକେଟ୍ ହରାଇ ୨୪୭ ରନ କରିଛି। ସେନୁରନ ମୁଥୁସାମି ୨୫ ରନ ଓ କାଇଲ ଭେରେନ ୧ ରନ କରି ଅପରାଜିତ ଅଛନ୍ତି। ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଜାଡେଜା, ବୁମରା ଓ ସିରାଜ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories