କାନପୁରରେ କୁଳଦୀପ ଯାଦବ ଖେଳିବା ନିହାତି ଜରୁରୀ

ଅର୍ଗସ ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ବିଜୟ ପରେ କାନପୁରରେ ହେବ ଦ୍ୱିତୀୟ ମ୍ୟାଚ୍ । ଚେନ୍ନାଇରେ ପ୍ରଥମ ମ୍ୟାଚରେ ୨୮୦ ରନର ଏକ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆସନ୍ତାକାଲି ଖେଳାଯିବ । ଏହି ମ୍ୟାଚ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ଥିବା ବେଳେ ବାଂଲାଦେଶ କମବ୍ୟାକ କରିବାକୁ ଚେଷ୍ଟା କରିବ । ତେବେ ଦଳରେ ଭାରତର ଚାଇନାମ୍ୟାନ୍ ସ୍ପିନର କୁଳଦୀପ ଯାଦବଙ୍କ ଖେଳିବା ନିହାତି ଆବଶ୍ୟକ ବୋଲି କୁହାଯାଉଛି । ଏହାର ୩ଟି କାରଣ ମଧ୍ୟ ରହିଛି ।
ଆସନ୍ତାକାଲି କାନପୁରର ଗ୍ରୀନପାର୍କରେ ଦ୍ୱିତୀୟ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । ଏହି ମ୍ୟାଚରେ ଭାରତର ଷ୍ଟାର ସ୍ପିନର କୁଳଦୀପ ଯାଦବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ତାଙ୍କୁ ସୁଯୋଗ ଦେଇନଥିଲେ ରୋହିତ । କିନ୍ତୁ ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ପ୍ଲେଇଙ୍ଗ-୧୧ରେ ସାମିଲ କରାଯାଇପାରେ ।
ଘରୋଇ ମଇଦାନରେ କୁଳଦୀପଙ୍କ ରେକର୍ଡ: ଭାରତର ଘରୋଇ ମଇଦାନରେ କୁଳଦୀପ ଯାଦବଙ୍କ ରେକର୍ଡଖୁବ ସୁନ୍ଦର ରହିଛି । ବର୍ତ୍ତମାନ ସୁଦ୍ଧା କୁଳଦୀପ ୮ଟି ଟେଷ୍ଟ ମ୍ୟାଚରୁ ୩୫ଟି ୱିକେଟ ହାସଲ କରିଛନ୍ତି । ଏହାସହିତ ୨ ଥର କୁଳଦୀପ ଗୋଟିଏ ଇନିଂସରେ ୫ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ କୁଳଦୀପ ଖେଳିଥିବା ସମସ୍ତ ମ୍ୟାଚରେ ଭାରତ ବିଜୟ ହାସଲ କରିଛି।
📱 Get Argus News App
✨କାନପୁର ଟେଷ୍ଟରେ ସ୍ପିନରଙ୍କ ଦବଦବା: କାନପୁର ଷ୍ଟାଡିୟମରେ ପ୍ରାୟତଃ ସ୍ପିନରଙ୍କ ଦବଦବା ଦେଖିବାକୁ ମିଳେ । ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଏହି ପରମ୍ପରା ଜାରି ରହିବ ବୋଲି ଆଶା କରାଯାଉଛି । ଏଠାରେ ସର୍ବାଧିକ ୱିକେଟ ହାସଲ କରିଥିବା ୭ ବୋଲରଙ୍କ ମଧ୍ୟରେ ୬ ଜଣ ସ୍ପିନର ରହିଛନ୍ତି ।
ପ୍ରଥମ ମ୍ୟାଚ ବିଜୟ ସହ ଭାରତ ସିରିଜରେ ଆଗୁଆ ଥିବା ବେଳେ ଏହି ମ୍ୟାଚ୍ ବାଂଲାଦେଶ ପାଇଁ କମବ୍ୟାକ କରିବାର ସୁଯୋଗ ଦେଇପାରେ । ଅନ୍ୟ ପକ୍ଷରେ ଭାରତ ମ୍ୟାଚ୍ ଜିତି ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ଏହି ଷ୍ଟାଡିୟମରେ ରୋହିତ ଅଧିନ ସ୍ପିନ୍ ବିକଳ୍ପ ସହ ମଇଦାନକୁ ଓହ୍ଲାଇପାରନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର