ଓକିଲ କଲେ ନିଶ୍ଚିତ: ଆନୁଷ୍ଠାନିକ ଭାବେ ଅଲଗା ହେଲେ ଚହଲ-ଧନଶ୍ରୀ
·1 year ago·1 min read

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ କଥା ହୋଇଗଲାଣି। ଧୁମଧାମରେ ବିବାହ କରୁଛନ୍ତି ପୁଣି କିଛି ମାସ ମଧ୍ୟରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ମଧ୍ୟ ଦେଉଛନ୍ତି। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ ଏବଂ କ୍ରିକେଟ ଇଣ୍ଡଣ୍ଟ୍ରି। ବାହାରକୁ ଯେଉଁ ସମ୍ପର୍କ ସୁନ୍ଦର ଦେଖାଯାଉଛି ସତରେ କିନ୍ତୁ ସେମିତି ହେଉ ନାହିଁ। ସେଲିବ୍ରିଟି ଦମ୍ପତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ରିପୋର୍ଟ ଗତ କିଛି ମାସ ଧରି ଖବରରେ ରହିଛି। ଗୁରୁବାର, ମୁମ୍ବାଇର ବାନ୍ଦ୍ରା ପରିବାର କୋର୍ଟରେ ଉଭୟ ଆନୁଷ୍ଠାନିକ ଭାବରେ ଛାଡ଼ପତ୍ର ହୋଇଥିଲା ବେଳେ ଓକିଲ ଆଜି ଏହା ନିଶ୍ଚିତ କରିଥିଲେ।
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଓକିଲ କହିଥିଲେ, “ଛାଡ଼ପତ୍ର ହୋଇସାରିଛି। ବିବାହ ଭାଙ୍ଗିଯାଇଛି। ଖବର ଆସିଥିଲା ଯେ ଧନଶ୍ରୀ ୪.୫୦ କୋଟି ଟଙ୍କା ଭରଣପୋଷଣ ପାଇବେ। ଯେତେବେଳେ କୋର୍ଟ ବାହାରେ ଗଣମାଧ୍ୟମ ଓକିଲଙ୍କୁ ଭରଣପୋଷଣ ପରିମାଣ ବିଷୟରେ ପ୍ରଶ୍ନ କରିଥିଲେ, ସେ ଆଉ କୌଣସି ସୂଚନା ଦେଇ ନ ଥିଲେ।”
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: