Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - FIFA ବିଶ୍ଵକପ୍‌ରେ ମେସି ରଚିଲେ ଇତିହାସ; କଲେ ହ୍ୟାଟ୍ରିକ୍ ଗୋଲ୍

Sports

Lionel Messi / FIFA ବିଶ୍ଵକପ୍‌ରେ ମେସି ରଚିଲେ ଇତିହାସ; କଲେ ହ୍ୟାଟ୍ରିକ୍ ଗୋଲ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
FIFA ବିଶ୍ଵକପ୍‌ରେ ମେସି ରଚିଲେ ଇତିହାସ; କଲେ ହ୍ୟାଟ୍ରିକ୍ ଗୋଲ୍
Messi's Historic Hat-Trick Steals the Show

Key Points

ଇତିହାସ ରଚିଲେ ଲିଓନେଲ୍ ମେସି । ଫିଫା ବିଶ୍ଵକପ୍‌ରେ ଆଲଜେରିଆ ବିପକ୍ଷ ମ୍ୟାଚ୍‌ରେ ମଙ୍ଗଳବାର ମେସି ଐତିହାସିକ ପ୍ରଦର୍ଶନ କରି ହ୍ୟାଟ୍ରିକ୍ ସଫଳତା ପାଇଛନ୍ତି ।
ନୂଆଦିଲ୍ଲୀ: ୩୮ ବର୍ଷ, ବିଶ୍ଵକପ୍‌ରେ ୧୬ ତମ୍ ଗୋଲ୍ ଆଉ ହ୍ୟାଟ୍ରିକ୍ । ଇତିହାସ ରଚିଲେ ଲିଓନେଲ୍ ମେସି । ଫିଫା ବିଶ୍ଵକପ୍‌ରେ ଆଲଜେରିଆ ବିପକ୍ଷ ମ୍ୟାଚ୍‌ରେ ମଙ୍ଗଳବାର ମେସି ଐତିହାସିକ ପ୍ରଦର୍ଶନ କରି ହ୍ୟାଟ୍ରିକ୍ ସଫଳତା ପାଇଛନ୍ତି । ଏଥିସହ ଆଲଜେରିଆ ବିପକ୍ଷରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ବିଜୟ ହାସଲ କରିଛି ।

ବିଶ୍ଵକପ୍‌ରେ ହ୍ୟାଟ୍ରିକ୍ ଗୋଲ୍ ସହ ମେସି ଜର୍ମାର ମହାନ ଖେଳାଳି ମିରୋସ୍ଲାଭ କ୍ଲୋସେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ମିରୋସ୍ଲାଭ କ୍ଲୋସେ ବିଶ୍ଵକପ୍‌ରେ ୧୬ଟି ଗୋଲ୍ କରିଥିବା ବେଳେ ହ୍ୟାଟ୍ରିକ୍ ଗୋଲ୍ ମେସିଙ୍କୁ ସମାନ ସଫଳତା ଦେଇଛି ।

ଏଥିସହ ପଢ଼ନ୍ତୁ: ବିଶ୍ଵକପରେ ମୁଣ୍ଡ ଟେକିଲା ନୂଆ ବିବାଦ; FIFA ଉପରେ ଲାଗିଲା ଗମ୍ଭୀର ଅଭିଯୋଗ 

୧୧ଥର ହ୍ୟାଟ୍ରିକ୍

ଆଲଜେରିଆ ବିପକ୍ଷ ମ୍ୟାଚ୍‌ରେ ଆର୍ଜେଣ୍ଟିନା ପାଇଁ ଏହା ଥିଲା ମେସିଙ୍କ ୧୧ତମ ହ୍ୟାଟ୍ରିକ୍ ଗୋଲ୍ । କିନ୍ତୁ ଫିଫା ବିଶ୍ଵକପ୍ ଇତିହାସରେ ମେସିଙ୍କ ପ୍ରଥମ ହ୍ୟାଟ୍ରିକ୍ । ଏଥିସହ ସବୁଠୁ ବୟସ୍କ ଖେଳାଳି ଭାବେ ମେସି ଗୋଟିଏ ମ୍ୟାଚ୍‌ରେ ୩ଟି ଗୋଲ୍ କରିବାର ସଫଳତା ହାସଲ କରିଛନ୍ତି ।

ଏଥିସହ ଫିଫା ବିଶ୍ଵକପ୍‌ରେ ଆର୍ଜେଣ୍ଟିନା ବିଜୟରୁ ଅଭିଯାନ ଆରମ୍ଭ କରିଛି । ୩୮ ବର୍ଷୟୀ ସୁପରଷ୍ଟାର ମେସି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ଓ ରେକର୍ଡ ଷଷ୍ଠ ବିଶ୍ଵକପ୍‌ରେ କରିଥିବା ଚମତ୍କାର ପ୍ରଦର୍ଶନ ଫୁଟବଲ୍ ପ୍ରେମୀ ମନେ ରଖିବେ ।

କାନସାସ ସିଟିରେ ୬୯ ହଜାର ୪୫ କ୍ରୀଡ଼ାପ୍ରେମୀଙ୍କ ଆଗରେ ମେସି ହ୍ୟାଟ୍ରିକ୍ ସଫଳତା ହାତେଇ ଦଳୟକୁ ବିଜୟ ଭେଟି ଦେଇଛନ୍ତି । ଏଥିସହ ବିଶ୍ଵକପ୍‌ରେ ସେ ହାସଲ କରିଛନ୍ତି ୧୬ତମ ଗୋଲ୍ ।

୨୦ ବର୍ଷ ପରେ ପୁଣି କମାଲ୍

ଆଜିକୁ ଠିକ୍ ୨୦ ବର୍ଷ ତଳେ ୨୨୬ ଜୁନ୍ ୧୬ ତାରିଖରେ ମେସି ସର୍ବିଆ ଓ ମୋଣ୍ଟନେଗ୍ରୋ ବିପକ୍ଷରେ ତାଙ୍କର ପ୍ରଥମ ବିଶ୍ଵକପ୍‌ ଗୋଲ୍ କରିଥିଲେ । ଏବେ ଠିକ୍ ସେହି ଜୁନ୍ ୧୬ ତାରିଖେ ଆଉ ଏକ ଐତିହାସିକ ଅଧ୍ୟାୟ ଲେଖିଛନ୍ତି ।

ଏଥିସହ ପଢ଼ନ୍ତୁ: FIFAରେ ପ୍ରଥମ ମ୍ୟାଚ୍ ଖେଳିପାରିବେନି ଷ୍ଟାର ଖେଳାଳି ଥମାସ୍ ପାର୍ଟେ; ଭିସା ରଦ୍ଦ 

ଷଷ୍ଠ ବିଶ୍ଵକପ୍ ଖେଳିଥିବା ଦୁନିଆର ପ୍ରଥମ ଫୁଟବଲ୍ ଖେଳାଳି

ଏହି ମୁକାବିଲା ମେସିଙ୍କ ନଁରେ ଆଉ ଏକ ଐତିହାସିକ ରେକର୍ଡ ଲେଖିଛି । ବିଶ୍ଵକପ୍ ଇତିହାସର ୬ଟି ସଂସ୍କରଣ ଖେଳିଥିବା ଏକମାତ୍ର ଖେଳାଳି ହେଉଛନ୍ତି ମେସି । ଏଥିସହ ଦକ୍ଷିଣ ଆମେରିକାର ପ୍ରଥମ ପୁରୁଷ ଫୁଟବଲ୍ ଖେଳାଳି ମେସି ଦୁନିଆର ତୃତୀୟ ଖେଳାଳି ବାବେ ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored