Videos
|
Sports

ମ୍ୟାଚ ହାରିବା ପରେ ରାହୁଲଙ୍କ ଉପରେ ରାଗିଗଲେ LSG ମାଲିକ ସଞ୍ଜୀବ ଗୋଏଙ୍କା: ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·2 years ago·2 min read
ମ୍ୟାଚ ହାରିବା ପରେ ରାହୁଲଙ୍କ ଉପରେ ରାଗିଗଲେ LSG ମାଲିକ ସଞ୍ଜୀବ ଗୋଏଙ୍କା: ଭିଡିଓ ଭାଇରାଲ

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି। ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ମ୍ୟାଚରେ ଲକ୍ଷ୍ନୌ ଟିମକୁ SRH ଠାରୁ ୧୦ ଓ୍ବିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ମ୍ୟାଚପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ LSG ମାଲିକ ସଞ୍ଜୀବ ଗୋଏଙ୍କା ଦଳର କ୍ୟାପଟେନ କେ.ଏଲ ରାହୁଲଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଉଛି। ତେବେ ଦଳ ହାରିବାପରେ ଦୁହିଁଙ୍କ ମଧ୍ୟରେ କିଛି କଥା କଟାକଟି ହେଉଥିବା ଭିଡିଓ ଭାଇରାଲ ହୋଇଛି।

 

ମ୍ୟାଚ ହାରିଯିବାପରେ LSG କ୍ୟାପଟେନ କେ.ଏଲ ରହୁଲ ପାଭିଲିୟନ ଆଡକ ଫେରୁଥିଲେ। ଏହି ସମୟରେ ସଞ୍ଜୀବ ଗୋଏକାଙ୍କୁ ଦେଖଇ ସେ ତାଙ୍କ ସହ କଥା ହେବାପାଇଁ ଅଟକି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପର ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସଞ୍ଜୀବ ଗୋଏଙ୍କା ରାଗିଯାଇ ରାହୁଲଙ୍କୁ କିଛି କହୁଥିଲେ। କହିବାର ଶୈଳୀ ଏକଦମ ଠିକ ଲାଗୁ ନ ଥିଲା। ଏହି ଭିଡିଓକୁ ନେଇ ଏବେ ୟୁଜର୍ସମାନେ ମତ ଦେବାରେ ଲାଗି ପଡ଼ିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ରାହୁଲଙ୍କୁ ଏଭଳି ବ୍ୟବହାର କରିବା ଆଦୌ ଠିକ ନୁହେଁ। ଯାହା ହେଲେ ସେ ଇଣ୍ଡିଆ ଟିମର ଜଣେ ବହୁତ ଭଲ ଖେଳାଳି। ଏହି ଭିଡିଓକୁ ନେଇ ଏବେ ଟ୍ରୋଲ କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ସୂଚନାଥାଉ କି, କେ.ଏଲ ରାହୁଲ ଏହି ମ୍ୟାଚରେ ପୁରା ସ୍ଲୋ ଖେଳିଛନ୍ତି। ୩୩ବଲରେ ମାତ୍ର ୨୯ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପକ୍ଷେ SRH ଟିମର ଟ୍ରାଭିସ ହେଡ ଏବଂ ଅଭିଷେକ ଶର୍ମା ୩୬ ବଲରେ ୧୦୭ ରନ କରିବା ସହ ଲଷ୍ନୌକୁ ୧୦ ଓ୍ବିକେଟରେ ପରାସ୍ତ କରି ଧମାକେଦାର ବିଜୟ ହାସଲ କରିଥିଲେ। 


 

LSG owner | Argus News