Videos
|
Sports

Viral Lucknow Incident / ବାପାଙ୍କ ସହ ଚା’ ପିଇ ଖେଳିବାକୁ ଯାଇଥିଲେ: ଖେଳପଡ଼ିଆରେ ଚାଲିଗଲା ଜୀବନ

Ritu Das
Browse all articles by Ritu Das
·10 months ago·2 min read
ବାପାଙ୍କ ସହ ଚା’ ପିଇ ଖେଳିବାକୁ ଯାଇଥିଲେ: ଖେଳପଡ଼ିଆରେ ଚାଲିଗଲା ଜୀବନ

Key Points

କ୍ରିକେଟ୍ ମ୍ୟାଚ୍ ଚାଲିଥିଲା...ଗ୍ୟାଲେରିରେ ଦର୍ଶକ ବି ଖେଳର ବେଶ ମଜା ନେଉଥିଲେ। ଏହି ସମୟରେ ହଠାତ୍ ଜଣେ ଖେଳାଳି ଚେତାଶୂନ୍ୟ ହୋଇ ପଡ଼ିଆରେ ଟଳି ପଡ଼ିଥିଲେ।
ଏମିତି ବି ଆସେ ମୃତ୍ୟୁ। ଏମିତି ଅନେକ ବାର କ୍ରିକେଟ ପଡ଼ିଆରୁ ମଧ୍ୟ ମୃତ୍ୟୁ ଖବର ଶୁଣିବାକୁ ମିଳୁଛି। ଯାହାକୁ ଶୁଣିଲାପରେ ବିଶ୍ବାସ କରିବା ମଧ୍ୟ କଷ୍ଟ। କିନ୍ତୁ ଏଭଳି ଘଟିଛି।  କ୍ରିକେଟ୍ ମ୍ୟାଚ୍ ଚାଲିଥିଲା...ଗ୍ୟାଲେରିରେ ଦର୍ଶକ ବି ଖେଳର ବେଶ ମଜା ନେଉଥିଲେ। ଏହି ସମୟରେ ହଠାତ୍ ଜଣେ ଖେଳାଳି ଚେତାଶୂନ୍ୟ ହୋଇ ପଡ଼ିଆରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାସହ ପଢ଼ନ୍ତୁ: ବିଶ୍ଵ ବିଜୟିନୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବୋଲିଂ କରୁଥିବା ସମୟରେ ଟଳି ପଡ଼ିଲେ ଖେଳାଳି
ଏଭଳି ଏକ ଦୁଃଖଦାୟକ ଘଟଣା ଉତ୍ତରପ୍ରଦେଶର ଝାନ୍‌ସିର ଜିଆଇସି ଗ୍ରାଉଣ୍ଡରେ ଘଟିଛି। ସିପ୍ରି ବଜାର ଥାନା ଅଞ୍ଚଳର ବାସିନ୍ଦା ରବୀନ୍ଦ୍ର କୁମାର ଅହିରୱାର ମ୍ୟାଚ ସମୟରେ ବୋଲିଂ କରୁଥିଲେ। ଚତୁର୍ଥ ଓଭରର ଚତୁର୍ଥ ବଲ ବୋଲିଂ କରୁଥିବା ସମୟରେ ରବୀନ୍ଦ୍ର ଅସୁସ୍ଥ ଅନୁଭବ କରିବା ସହିତ ହଠାତ୍ ପଡ଼ିଆରେ ଟଳି ପଡ଼ିଥିଲେ।

ଏହାସହ ପଢ଼ନ୍ତୁ: ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି, ଶେଷ ଟି-୨୦ ପୂର୍ବରୁ ଦଳରେ ବଡ଼ ପରିବର୍ତ୍ତନ କଲେ ଉଭୟ ଟିମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଥୀ ଖେଳାଳିଙ୍କ ସମେତ ପଡ଼ିଆରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ରବୀନ୍ଦ୍ରଙ୍କୁ ଉଠାଇବାକୁ ଅନେକ ଚେଷ୍ଟା କରିଥିଲେ। ପାଣି ବି ପିଆଇବାକୁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କ ଶରୀର କୌଣସି ପ୍ରକାର ପ୍ରତିକ୍ରିୟା ଦେଖା ଦେଇ ନଥିଲା। ଏହାପରେ ତୁରନ୍ତ ରବୀନ୍ଦ୍ରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବୀନ୍ଦ୍ରଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ମୃତ୍ୟୁର ସଠିକ୍ କାରଣ ଜଣାପଡିବ।

ଏହାସହ ପଢ଼ନ୍ତୁ: ଦଳର ନାଁ ବଦଳାଇଲେ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ

ପରିବାର ସଦସ୍ୟ ପୁଅର ଏଭଳି ଆକସ୍ମିକ ମୃତ୍ୟୁକୁ ବିଶ୍ବାସ କରି ପାରୁ ନାହାନ୍ତି। ରବୀନ୍ଦ୍ରଙ୍କ ପରିବାରବର୍ଗଙ୍କ କହିବାନୁସାରେ,‘ ପୁଅ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲା। ଘଟଣା ଦିନ ସେ ସକାଳେ ସମସ୍ତଙ୍କ ସହିତ ଭଲରେ କଥା ହୋଇ ଚା’ ପିଇଥିଲା। ଏହାପରେ ଖେଳିବାକୁ ଯାଇଥିଲା। ଖେଳ ପଡ଼ିଆରେ ହିଁ ତାର ଜୀବନ ଚାଲିଯିବ ଏକଥା ଆମେ କେହି ସହ୍ୟ କରି ପାରୁନାହୁଁ।’