Videos
|
Sports

Viral celebrity Video Call / ନୂଆବର୍ଷରେ ହାର୍ଦ୍ଦିକଙ୍କ ମାଆଙ୍କୁ ଭିଡିଓ କଲ୍ କଲେ ମାହିକା....ସେୟାର କରି ଲେଖିଲେ ଏମିତି…

Ritu Das
Browse all articles by Ritu Das
·8 months ago·2 min read
ନୂଆବର୍ଷରେ ହାର୍ଦ୍ଦିକଙ୍କ ମାଆଙ୍କୁ ଭିଡିଓ କଲ୍ କଲେ ମାହିକା....ସେୟାର କରି ଲେଖିଲେ ଏମିତି…
india

Key Points

ଅଭିନେତ୍ରୀ-ମଡେଲ ମାହିକା ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ରିଲେସନରେ ଅଛନ୍ତି । ବର୍ତ୍ତମାନ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ କରିଛନ୍ତି। ଏତିକି ନୁହେଁ ଦୁହେଁ ଖୋଲାଖୋଲି ଭାବେ ପ୍ରେମ ପ୍ରକାଶ କରିବା ସହ ଟାଇମ୍‌ସ୍ପେଣ୍ଡ କରୁଛନ୍ତି।
ଗତ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟା। ପୁଣି ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ଏହି ଯୋଡ଼ି। କିନ୍ତୁ ଏଥର ଜଣେ ନୂଆ ଗର୍ଲଫ୍ରେଣ୍ଡଙ୍କ ସହ ବାରମ୍ବାର ଦେଖିବାକୁ ମିଳୁଛି। ଆଉ ନୂଆବର୍ଷ ଦୁହିଁଙ୍କ ପ୍ରେମକୁ ଭଲ ଆରମ୍ଭ ଦେଇଛି। ତାଙ୍କ ଲେଡି-ଲଭ୍ ତଥା ଅଭିନେତ୍ରୀ-ମଡେଲ ମାହିକା ଶର୍ମାଙ୍କ ସହ ରିଲେଶନରେ ଅଛନ୍ତି । ବର୍ତ୍ତମାନ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ କରିଛନ୍ତି। ଏତିକି ନୁହେଁ ଦୁହେଁ ଖୋଲାଖୋଲି ଭାବେ ପ୍ରେମ ପ୍ରକାଶ କରିବା ସହ ଟାଇମ୍‌ସ୍ପେଣ୍ଡ କରୁଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି କପଲ ନୂଆ ବର୍ଷକୁ ରୋମାଣ୍ଟିକ ଅନ୍ଦାଜରେ ସ୍ଵାଗତ କରିଥିଲେ। 

ଏହାସହ ପଢ଼ନ୍ତୁ: ବାଂଲାଦେଶୀ କ୍ରିକେଟରଙ୍କୁ କିଣି ଫସିଲେ କେ‌କେଆର ମାଲିକ ଶାହରୁଖ ଖାନ୍


ଏହା ସହ ବିତାଇଥିବା ସୁନ୍ଦର ମୁହୁର୍ତ୍ତର ଅନସିନ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗୋଟେ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଇନଷ୍ଟାଗ୍ରାମ୍‌ରେ ସେୟାର ହୋଇଥିବା ଫଟୋରେ ମାହିକା ଭିଡିଓ କଲରେ ଦୁଇଟି ଅଲଗା ଅଲଗା ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ କ୍ୟାପସନରେ ଲେଖିଥିଲେ ନଲିନି ପାଣ୍ଡ୍ୟାଙ୍କ ସହ ଲଙ୍ଗ ଡିସ୍‌ଟାଣ୍ଟ ଦର୍ଶନ।

ମାହିକାଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ସ୍କ୍ରିନ୍‌ସଟ୍‌ରେ ହାର୍ଦ୍ଦିକଙ୍କ ମାଆ ମାହିକାଙ୍କ ଭିଡିଓ କଲ୍‌ରେ କଥା ହେବା ସହ ହସୁଥିବାର ନଜର ଆସିଥିଲେ । ଯିଏ ଦୁରରେ ଥାଇ ମଧ୍ୟ ଏହି କପଲଙ୍କ ସହ ନୂଆ ବର୍ଷର ସୁନ୍ଦର ମୁହୁର୍ତ୍ତରେ ସାମିଲ ହୋଇଥିଲେ । ଏତିକି ନୁହେଁ ସେୟାର ହୋଇଥିବା ରୋମାଣ୍ଟିକ ପୋଷ୍ଟରେ ହାର୍ଦ୍ଦିକ-ମାହିକା ମ୍ୟାଚିଙ୍ଗ ମେରୁନ ଆଉଟ୍‌ଫିଟ୍‌ରେ ପୋଜ୍ ଦେଉଥିବାର ନଜର ଆସିଥିଲେ । କହିବାକୁ ଗଲେ କିଛି ଦିନ ପୂର୍ବରୁ ଆଲୋଚନା ହେଉଥିଲା ଯେ ସେମାନେ ସିକ୍ରେଟଲି ଭାବରେ ନିର୍ବନ୍ଧ କରିଛନ୍ତି। ଉଭୟ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାନ୍ତି।

ନୂଆବର୍ଷରେ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରି ବିରାଟ କୋହଲି କହିଲେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରାଟ କୋହଲି-ଅନୁଷ୍କା ଶର୍ମା ସବୁବେଳେ କିଛିନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆନୂବର୍ଷରେ ଚର୍ଚ୍ଚାରେ ମଧ୍ୟ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପୋଷ୍ଟ । ନୂଆବର୍ଷ ଅବସରରେ ପତ୍ନୀଙ୍କ ସହ ଫଟୋ ସେୟାର କଲେ ବିରାଟ । ବିରାଟ କୋହଲି ନୂତନ ବର୍ଷକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି । ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ବିରାଟ ତାଙ୍କ ପତ୍ନୀଙ୍କୁ ତାଙ୍କ ଜୀବନର ଆଲୋକ ବୋଲି କହିଛନ୍ତି । ଏହି ଫଟୋ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କର ଭଲପାଇବା ସୁଅ ଛୁଟିଛି । ଦୁହିଁଙ୍କ ଫଲୋୟର୍ସ ସେମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।