Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସିରାଜଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା ଶର୍ମା

Ritu Das
Browse all articles by Ritu Das
·1 year ago·1 min read
ସିରାଜଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା ଶର୍ମା

ବିଗ୍‌ବସ ଫେମ ମାହିରା ଶର୍ମା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଥାଆନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ ହୋଇଯାଇଥିଲା। ଏହା ପରେ ତାଙ୍କ ନାମ ପ୍ରସିଦ୍ଧ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ଯାଇଥିଲା। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବାର ଗୁଜବ ଉଠିଥିଲା। ଏବେ ପ୍ରଥମ ଥର ପାଇଁ ମାହିରା ଶର୍ମା ଏହି ଗୁଜବ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ସେ ଏହି ଗୁଜବଗୁଡ଼ିକୁ ଅସ୍ବୀକାର କରିଛନ୍ତି। ମାହିରା ଶର୍ମା ତାଙ୍କ କାମ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କିଛି ସମୟ ଧରି ତାଙ୍କ ନାମ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ହେଉଥିଲା।


କିନ୍ତୁ ଏବେ ଏକ ସାକ୍ଷାତକାରରେ ସେ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛନ୍ତି। ଏହା ସହିତ ଡେଟିଂ ଏବଂ ଏପରି ଜିନିଷଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସାକ୍ଷାତକାରରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ମହମ୍ମଦ ସିରାଜଙ୍କୁ ଡେଟ୍‌ କରୁଛନ୍ତି କି, ସେ କହିଲେ ଯେ ଏହି ଖବର ସତ୍ୟ ନୁହେଁ, ସେ କାହାକୁ ଡେଟ୍‌ କରୁନାହାନ୍ତି। ମାହିରା ଏହା ମଧ୍ୟ କହିଛନ୍ତି, ସେ ଜଣେ ଅଭିନେତ୍ରୀ ହୋଇଥିବାରୁ ଏପରି ଗୁଜବକୁ ଏଡାଇବା କଷ୍ଟକର। ଲୋକମାନେ ପ୍ରାୟତଃ ତାଙ୍କୁ ତାଙ୍କ ସହ-କଳାକାରଙ୍କ ସହିତ ମଧ୍ୟ ଯୋଡନ୍ତି। ମାହିରା କହିଛନ୍ତି , ସେ ଏହି ଗୁଜବକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahira Sharma opens up about her relationship with Siraj | Argus News