Videos
|
Sports

ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ ସତବୀର ସିଂ

Ritu Das
Browse all articles by Ritu Das
·2 years ago·1 min read
ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ ସତବୀର ସିଂ

ଅର୍ଗସ ବ୍ୟୁରୋ: କ୍ରିକେଟ ଜଗତରେ ପୁଣି ଓଡ଼ିଶା କମାଲ କରିଛି।  ଓଡିଆ ପୁଅଙ୍କୁ ମିଳିଛି ବଡ ଦାୟିତ୍ୱ । ଆଉ ଏହା ଅତ୍ୟନ୍ତ ଗର୍ବିତ କଲାଭଳି ଖବର। ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ପଦ ପାଇଁ ମନୋନୀତ ହୋଇଛନ୍ତି ମାଲକାନଗିରିର ପୁଅ ସତବୀର ସିଂ ରିୟର । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର। 

 

ପୂର୍ବରୁ ୧୬ ବର୍ଷରୁ କମ, ୧୯ ବର୍ଷରୁ କମ ଟିମ ସହ ଓ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ଆଜି ସତରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ସତବୀର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Malkangiri's son | Argus News