Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇତିହାସ ରଚିଲେ ମନଦୀପ ଜାଙ୍ଗ୍ରା,ପ୍ରଥମ ଥର  ହାତେଇଲେ WBF ୱାର୍ଲ୍ଡ ଟାଇଟଲ 

Sports

ଇତିହାସ ରଚିଲେ ମନଦୀପ ଜାଙ୍ଗ୍ରା,ପ୍ରଥମ ଥର  ହାତେଇଲେ WBF ୱାର୍ଲ୍ଡ ଟାଇଟଲ 

Sangram Tripathy
Browse all articles by Sangram Tripathy
·1 year ago
ଇତିହାସ ରଚିଲେ ମନଦୀପ ଜାଙ୍ଗ୍ରା,ପ୍ରଥମ ଥର  ହାତେଇଲେ WBF ୱାର୍ଲ୍ଡ ଟାଇଟଲ 

ଅର୍ଗସ ବ୍ୟୁରୋ:ପ୍ରଥମ ଥର WBF ୱାର୍ଲ୍ଡ ଟାଇଟଲ ଜିତି ଇତିହାସ ରଚିଛନ୍ତି ଭାରତୀୟ ପ୍ରୋ-ବକ୍ସର ମନଦୀପ ଜାଙ୍ଗ୍ରା। କେମନ ଆଇସଲ୍ୟାଣ୍ଡରେ ଆୟୋଜିତ ହୋଇଥିବା ଏହି ଟାଇଟଲ ଲଢ଼େଇରେ ଭାରତୀୟ ବକ୍ସର ବ୍ରିଟେନର କନର ମ୍ୟାକଇଣ୍ଟୋସଙ୍କୁ ପରାସ୍ତ କରିଥିଲେ । ୧୦ ରାଉଣ୍ଡ ଖେଳାଯାଇଥିବା ଏହି ଫାଇଟରେ ମନଦୀପ ଆରମ୍ଭରୁ ଶେଷ ଯାଏ ନିଜର ଜଲୱା ଦେଖାଇଥିଲେ।  ମନଦୀପ ପେଶାଦାର କ୍ୟାରିୟରରେ ୧୨ଟି ଫାଇଟରୁ ୧୧ଟିରେ ଜିତିଛନ୍ତି । ସେଥିରୁ ସେ ୭ଟିରେ ନକଆଉଟରେ ବିଜୟ ହାସଲ କରିଥିଲେ। ୨୦୧୩ ଏସିଆନ ଆମେଚର ବକ୍ସିଂ ଚାମ୍ପିୟନଶିପରେ ମନଦୀପ ରୌପ୍ୟ ପଦକ,୨୦୧୪ରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାତେଇଥିଲେ । ଭାରତୀୟ ପ୍ରଫେସନାଲ ବକ୍ସର ମନଦୀପ ପୂର୍ବତନ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରୟ ଜୋନ୍ସ ଜୁନିୟରଙ୍କ ଠାରୁ ଟ୍ରେନିଂ ନେଉଛନ୍ତି । ପ୍ରଥମ ଥର ଜଣେ ଭାରତୀୟ ପ୍ରଫେସନାଲ ବକ୍ସର ବିଶ୍ୱ ଚାମ୍ପିୟନ ହୋଇ ଇତିହାସ ରଚିଛନ୍ତି 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mandeep Jangra made history, won the WBF world title for the first time | Argus News