ଉଦଯାପନୀ ସମାରୋହରେ ଭାରତର ଧ୍ବଜାବାହକ ହେବେ ମନୁ ଓ ଶ୍ରୀଜେଶ
·1 year ago

ଅର୍ଗସ ବ୍ୟୁରୋ: ଆଜି ଅନୁଷ୍ଠିତ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସରେ ଉଦଯାପନୀ ସମାରୋହ । ଏହି ଉତ୍ସବରେ ସୁଟର ମନୁ ଭାକରଙ୍କ ସହ ମହାନ ହକି ଖେଳାଳି ପିଆର ଶ୍ରୀଜେଶ ଭାରତର ଧ୍ବଜାବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମନୁଙ୍କ ନାମ ଘୋଷଣା ହୋଇ ସାରିଥିବା ବେଳେ ଏବେ ଏଥିରେ ଏଥିରେ ସାମିଲ କରାଯାଇଛି ଶ୍ରୀଜେଶଙ୍କ ନାମ । ଭାରତୀୟ ହକି ପୁରୁଷ ଟିମ ବ୍ରୋଞ୍ଜ ପଦକ ଜିତିବା ପରେ ଶ୍ରୀଜେଶ ହକିରୁ ଅବସର ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ ପଦକ ହାସଲ କରିବା ପରେ ବିଦାୟ ନେବାର ଉପଯୁକ୍ତ ସମୟ ଆଉ କଣ ହୋଇପାରେ ବୋଲି ସେ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: