Videos
|
Sports

୨୫ ମିଟର ପିସ୍ତଲ ଇଭେଣ୍ଟ,ହ୍ୟାଟ୍ରିକରୁ ବଞ୍ଚିତ ହେଲେ ମନୁ ଭାକର

Sangram Tripathy
Browse all articles by Sangram Tripathy
·2 years ago·1 min read
୨୫ ମିଟର ପିସ୍ତଲ ଇଭେଣ୍ଟ,ହ୍ୟାଟ୍ରିକରୁ ବଞ୍ଚିତ ହେଲେ ମନୁ ଭାକର


ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସ ୨୫ ମିଟର ପିସ୍ତଲ ଇଭେଣ୍ଟ ଫାଇନାଲରେ ଚତୁର୍ଥ ସ୍ଥାନରେ ରହି  ହ୍ୟାଟ୍ରିକ ପଦକରୁ ବଞ୍ଚିତ ହେଲେ ମନୁ ଭାକର। ଫାଇନାଲ ଫାଇଟରେ ଏକ ସମୟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚତୁର୍ଥ ସ୍ଥାନକୁ ଖସି ଆସିଥିଲେ। ସେ ୮ଟି ସିରିଜରେ ମୋଟ ୨୮ଟି ସଟ୍ ସ୍କୋର କରିଥିଲେ।ହଙ୍ଗେରୀର ବେରୋଣିକା ମେଜର ତାଙ୍କୁ ପଛରେ ପକାଇ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ସେହିପରି ଦକ୍ଷିଣ କୋରିଆ ପ୍ରଥମରେ ରହି ସ୍ୱର୍ଣ୍ଣ ବିଜେତା ହୋଇ ଥିବାବେଳେ ଫ୍ରାନ୍ସ ରୌପ୍ୟ ଜିତି ନେଇଛି। ପୂର୍ବରୁ 
୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲେ ।

ପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହ  ଏବଂ ମନୁ ଭାକର ଭାରତକୁ ଦ୍ବିତୀୟ ବ୍ରୋଞ୍ଜ ପଦକ ଭେଟିଦେଇଥିଲେ। ୨ଟି  ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଥିଲେ ମନୁ ଭାକର। ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ଗୋଟିଏ ଅଲିମ୍ପିକ୍ସରେ ଜିତିଛନ୍ତି ଦୁଇଟି ପଦକ। କିନ୍ତୁ ୨୫ ମିଟର ପିସ୍ତଲ ଇଭେଣ୍ଟରେ ନିଜର ଚମତ୍କାର ଲୟ ବଜାୟ ରଖି ପାରିନଥିଲେ। ଏହି ଇଭେଣ୍ଟରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଅନ୍ୟପଟେ ଭାରତ ଏଯାଏ ପ୍ୟାରିସ ଅଲମ୍ପିକ୍ସରେ ୩ଟି ପଦକ ଜିତିଛି। ମନୁ ଓ ସରବଜୋଙ୍କ ବ୍ୟତୀତ ସ୍ୱପ୍ନିଲ କୁଶାଲେ ମଧ୍ୟ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ଶେଷରେ ମନୁ ହ୍ୟାଟ୍ରିକ ପଦକରୁ ବଞ୍ଚିତ ହେବା ପରେ ମନୁ ନିରାଶ ହୋଇଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Manu Bhakar misses out on hat-trick in 25m pistol event | Argus News