Videos
|
Sports

ମନୁ ଭାକର ହେବେ ‘ବେଟି ବଚାଓ ବେଟି ପଢାଓ ଅଭିଯାନ’ର ବ୍ରାଣ୍ଡ ଆମ୍ବାସଡର

Ritu Das
Browse all articles by Ritu Das
·2 years ago·1 min read
ମନୁ ଭାକର ହେବେ ‘ବେଟି ବଚାଓ ବେଟି ପଢାଓ ଅଭିଯାନ’ର ବ୍ରାଣ୍ଡ ଆମ୍ବାସଡର

ଅର୍ଗସ ବ୍ୟୁରୋ: ଅଲିମ୍ପିକ୍ସ ଖେଳରେ ଭାରତର ତ୍ରିରଙ୍ଗା ବିଶ୍ୱସ୍ତରରେ ଲହରାଇଛନ୍ତି ସୁଟର ମନୁ ଭାକର । ତାହାସହ ମିଳିଛି ତାଙ୍କୁ ଅଜସ୍ର ସମ୍ମାନ । ମନୁ ଭାକରଙ୍କୁ ନେଇ ହରିୟାଣା ମହିଳା ଓ ବାଳ ବିକାଶମନ୍ତ୍ରୀ ଅସୀମ ଗୋୟଲ ବଡ ବୟାନ ଦେଇଛନ୍ତି । ସେ ଭାରତର ଏହି ସୁଟର ତଥା ସୁନା ଝିଅଙ୍କୁ ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିବାକୁ ନେଇ ଘୋଷଣା କରିଛନ୍ତି। 

ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ୨ ଟି କାଂସ୍ୟ ଜିତି ସାରା ଦେଶବାସୀଙ୍କୁ ଗର୍ବ ଓ ଗୌରବର ଉପହାର ଭେଟି ଦେଇଛନ୍ତି । ମନୁ ନିଜ ବର୍ଗରେ ଏହି ସଫଳତା ହାସଲ କରି ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବା ତାଲିକାରେ ମଧ୍ୟ ନିଜ ନାମକୁ ସାମିଲ କରିଥିଲେ । ତାହାସହ ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା ସୁଟର । ଏହାବାଦ ମନୁ ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବରେ ଭାରତର ତ୍ରିରଙ୍ଗା ଧରିବେ ହକି ଷ୍ଟାର ପିଆର ଶ୍ରୀଜେଶଙ୍କ ସହ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Manu Bhakar | Argus News