Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଲେ ମନୁ ଭାକର: କିଏ ସେ ମନୁ?

Sports

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଲେ ମନୁ ଭାକର: କିଏ ସେ ମନୁ?

Ritu Das
Browse all articles by Ritu Das
·1 year ago·2 min read
ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଲେ ମନୁ ଭାକର: କିଏ ସେ ମନୁ?

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ଇତିହାସ ରଚିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ଚଳିତ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ। ତେବେ କିଏ ସେହି ମନୁ ଭାକର, ଯିଏ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଲେ ପ୍ରଥମ ପଦକ ଚାଲନ୍ତୁ ଜାଣିବା। ନିଜର ଚମତ୍କାର ପ୍ରଦର୍ଶନ ସହିତ ଭାକର ତିନିବର୍ଷ ପୂର୍ବେ ଟୋକିଓ ଅଲିମ୍ପିକ୍ସର ନିରାଶାକୁ ପଛରେ ପକାଇବାରେ ସଫଳ ହୋଇଥିଲେ। ପିସ୍ତଲ ତ୍ରୁଟି ଯୋଗୁ ଟୋକିଓରେ ତାଙ୍କର ଅଭିଯାନ ଆଗକୁ ଯାଇପାରି ନ ଥିଲା। 

ହରିୟାଣାର ଝଜ୍ଜରରେ ସୁନ୍ଦରୀ ମନୁ ଭାକର ୨୦୦୨ ମସିହା ଫେବୃୟାରୀ ୧୮ରେ ଜନ୍ମଗ୍ରହଣ କରିଥିଲେ। ଶୁଟିଂରେ ଭାରତକୁ ପ୍ରତିନିଧିତ୍ବ କରିବାରେ ସବୁଠାରୁ ଯୁବ ଆଥଲେଟମାନଙ୍କ ମଧ୍ୟରୁ ଅନ୍ୟତମ। ମନୁ ଛୋଟବେଳୁ କ୍ରୀଡ଼ା ପ୍ରତି ଏକ ଆଗ୍ରହ ଦେଖାଇଥିଲେ ଏବଂ ଶୁଟିଂ ପୂର୍ବରୁ ବକ୍ସିଂ, ଟେନିସ, ଏବଂ ସ୍କେଟିଂ ଭଳି ଅନ୍ୟ କ୍ରୀଡ଼ା ଖେଳୁଥିଲେ। 

ମନୁ ୨୦୧୭ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ଖୁବ ଭଲ ପ୍ରଦର୍ଶନ ସହିତ ନିଜର ପରିଚୟ ସୃଷ୍ଟି କରିଥିଲେ। ମନୁଙ୍କର ସବୁଠାରୁ ବଡ଼ ସଫଳତା ହେଉଛି ବୁଏନୋସ ଆଇରେସରେ ୨୦୧୮ ଯୁବ ଅଲିମ୍ପିକ ଖେଳ। ସେ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ମନୁ ଯୁବ ଅଲିମ୍ପିକ୍ସରେ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ଶୁଟର ହୋଇଥିଲେ। ସେ ଉଭୟ ବ୍ୟକ୍ତିଗତ ଏବଂ ମିଶ୍ରିତ ଦଳ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ସମେତ ISSF  ବିଶ୍ବକପ ଇଭେଣ୍ଟରେ ଅନେକ ପଦକ ଜିତିଛନ୍ତି।

ମନୁ ୧୬ବର୍ଷ ବୟସରେ ଗୁଆଡାଲାଜାଠାରେ ଅନୁଷ୍ଠିତ ୨୦୧୮ ISSF ବିଶ୍ବକପରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଜିତି ପ୍ରଥମ ସ୍ବର୍ଣ୍ଣ ପଦକ ପାଇଥିଲେ। ସେହିପରି ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ୨୦୧୮ କମନଓ୍ବେଲଥ ଗେମ୍ସରେ ତାଙ୍କର ଏହି ସଫଳତା ଜାରି ରହିଥିଲା। ଯେଉଁଠାରେ ସେ ସମାନ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାବ୍ୟତୀତ ଅଭିଷେକ ବର୍ମାଙ୍କ ସହ ସେ ୨୦୧୮ରେ ଜାକାର୍ତ୍ତାରେ ଖେଳାଯାଇଥିବା ଏସୀୟ ଗେମରେ ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ। ଭାରତୀୟ କ୍ରୀଡ଼ାରେ ତାଙ୍କର ଅବଦାନକୁ ୨୦୨୦ରେ ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଆଜି ପ୍ରଥମ ପଦକ ଜିତିବାପରେ ସାରା ଦେଶରେ ଖୁସିର ମାହୋଲ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହା ଏକ ଐତିହାସିକ ପଦକ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରଥମ ପଦକ ଜିତିବା ପାଇଁ ମନୁ ଭାକରଙ୍କୁ ଅଭିନନ୍ଦନ। ଏହି ସଫଳତା ଆହୁରି ସ୍ବତନ୍ତ୍ର କାରଣ ସେ ପ୍ରଥମ ମହିଳା ହୋଇ ଭାରତ ପାଇଁ ଶୁଟିଂରେ ପଦକ ଜିତିଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 


 

Argus Whatsapp Channel Mobile Top
Sponsored
Manu Bhakar | Argus News