୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ ଇଭେଣ୍ଟ,ବ୍ରୋଞ୍ଜ ପାଇଁ ଲଢ଼ିବେ ମନୁ -ସରବଜୋତ

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସର ଆଜି ହେଉଛି ଚତୁର୍ଥ ଦିନ,୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ ଇଭେଣ୍ଟ,ବ୍ରୋଞ୍ଜ ପାଇଁ ଲଢ଼ିବେ ମନୁ କୁର -ସରବଜୋତ ସିଂହ। ମହିଳା ସୁଟର ମନୁଙ୍କ ପାଇଁ ଦ୍ବିତୀୟ ପଦକ ଜିତିବାର ସୁଯୋଗ ରହିଛି,ଅନ୍ୟପକ୍ଷରେ ପ୍ୟାରିସ ଅଲମ୍ପିକ୍ସରେ ଭାରତ ସୁଟର ମନୁ ଭାକର ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲେ।
ଏହି ଯୋଡି ମଙ୍ଗଳବାର ଦକ୍ଷିଣ କୋରିଆର ଓୟି ଜିନ୍ ଓ-ଲି ଏବଂ ଲି ଓନୁଙ୍କୁ ଭେଟିବେ। ରୁଷ ୧୦ ମିଟର ଏୟାର ରାଇଫଲ ସୁଟିଂରେ ଅର୍ଜୁନ ବାବୁତା ଫାଇନାଲରେ ଭଲ କରିଥିଲେ ମଧ୍ୟ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଆଜି ଚତୁର୍ଥ ଦିନ । ଦ୍ୱିତୀୟ ପଦକ ଦିଗରେ ଅଗ୍ରସର ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ଯୋଡି ଇଭେଣ୍ଟର କାଂସ୍ୟ ପଦକ ମ୍ୟାଚ୍ ପାଇଁ ମନୁ ଓ ସରବଜୋତ ସିଂହ ଯୋଗ୍ୟତା ଅର୍ଜନ କରିଛନ୍ତି। ମନୁ ଓ ସରବଜୋତ ୫୮୦ ପଏଣ୍ଟ କରିଥିଲେ। ଏହି ଯୋଡ଼ି ଏବେ ପଦକ ପାଇଁ ମଙ୍ଗଳବାର ଦକ୍ଷିଣ କୋରିଆର ଓୟି ଜିନ୍ ଓ-ଲି ଏବଂ ଲି ଓନୁଙ୍କୁ ଭେଟିବେ।