ଅଲିମ୍ପିକ୍ସରେ ମନୁଙ୍କ ଦମଦାର ପ୍ରଦର୍ଶନ: ସୁଟିଂରେ ଭାରତକୁ ଦ୍ବିତୀୟ ବ୍ରୋଞ୍ଜ
·1 year ago·1 min read

ଅର୍ଗସ ବ୍ୟୁରୋ: ଆଜି ହେଉଛି ପ୍ୟାରିସ ଅଲିମ୍ପିକ୍ସର ଚତୁର୍ଥ ଦିନ। ଭାରତୀୟ ଖେଳାଳିମାନେ ଆଜି ସୁଟିଂ , ବକ୍ସିଙ୍ଗ, ବ୍ୟାଡମିଣ୍ଟନ ଭଳି ବଡ଼ ବଡ଼ ମ୍ୟାଚ ରହିଛି। ଭାରତ ଅଲିମ୍ପିକ୍ସରେ ଆଜି ଦ୍ବିତୀୟ ବ୍ରୋଞ୍ଜ ହାସଲ କରିଛି। ମନୁଙ୍କ ପାଇଁ ଚଳିତ ଅଲିମ୍ପିକ୍ସରେ ଏହା ଦ୍ବିତୀୟ ପଦକ। ମନୁ ଭାକର ଏବଂ ସରବଜିତ ସିଂ ଭାରତ ପାଇଁ ଦ୍ବିତୀୟ ପଦକ ଆଣି ଇତିହାସ ରଚିଛନ୍ତି।
ସୁଟିଂରେ ବ୍ରୋଞ୍ଜ ଜିତିଲେ ମନୁ ଭାକର ଏବଂ ସରବଜିତ ଯୋଡ଼ି। ୧୦ମିଟର ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ପୁନର୍ବାର ଚମକିଲେ ମନୁ। କୋରିଆକୁ ହରାଇ ମେଡାଲ ଜିତିଲା ଭାରତ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୨୯ ତାରିଖରେ ହୋଇଥିବା ପ୍ରଥମ ମ୍ୟାଚରେ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୨୧.୭ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଥିଲେ। ଫାଇନାଲରେ ମନୁ ଆରମ୍ଭରୁ ତୃତୀୟ ସ୍ଥାନ ବଜାୟ ରଖିଥିଲେ। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତି ସାରା ଦେଶକୁ ଗର୍ବିତ କରିଥିଲେ।