Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ

Ritu Das
Browse all articles by Ritu Das
·2 years ago·1 min read
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ

ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହିତ ବାହୀନିକୁ ଭେଟି ଶୁଭେଚ୍ଛା ଜଣାଇଥିଲେ ପିଏମ ମୋଦି । ଏହାପରେ ଟିମ୍ ଇଣ୍ଡିଆ ମୁମ୍ବାଇ ପହଂଚି ସାମିଲ ହୋଇଥିଲା ବିଶାଳ ଭିକ୍ଟ୍ରି ପରେଡରେ ।

ବାର୍ବାଡୋସରେ ଟି-୨୦ ବିଶ୍ବକପ ବିଜୟ ପରେ ଆଜି ଭାରତ ଫେରିଛନ୍ତି ଚାମ୍ପିୟନସ । ରୋହିତ ବାହିନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଛନ୍ତି ହଜାର ହଜାର ପ୍ରଶଂସକ । ଏଥିପାଇଁ ବିସିସିଆଇ ପକ୍ଷରୁ ପଠାଇଯାଇଥିବା ସ୍ବତନ୍ତ୍ର ବିମାନରେ ଫେରିବା ପରେ ରୋହିତ ବାହୀନିକୁ ବିମାନବନ୍ଦରରୁ ହିଁ ଶୁଭେଚ୍ଛା ସହ ଭବ୍ୟ ଢଙ୍ଗରେ କରାଯାଇଥିବା ସ୍ବାଗତ । ୧୭ ବର୍ଷ ପରେ ଭାରତକୁ ବିଶ୍ବକପ ଟ୍ରଫି ଆସିଛି । ବିଦେଶ ମାଟିରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିବା ବେଳେ ଭାରତ ମାଟିରେ ଜମିଥିଲା ବିଜୟ ଉତ୍ସବ । ୧୪୦ କୋଟି ଭାରତୀୟ ଟିମ ଇଣ୍ଡିଆ ବିଜୟର ସେଲିବ୍ରେସନ କରିଥିଲେ । ଫ୍ୟାନସଙ୍କ ସହ ଖେଳାଳି କେକ୍ କାଟିବା ସହ ନାଚ ଗୀତରେ ସାମିଲ ହୋଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marine Drive is very much | Argus News