Videos
|
Sports

Viral Sports News / ମେରିକମ ସ୍ବାମୀଙ୍କୁ ନେଇ କହିଲେ ବଡ଼ କଥା..."ମୋ ସ୍ବାମୀ କେବେ ମୋତେ ଟଙ୍କାଟେ ବି ଦେଇନାହାନ୍ତି"

Ritu Das
Browse all articles by Ritu Das
·8 months ago·3 min read
ମେରିକମ ସ୍ବାମୀଙ୍କୁ ନେଇ କହିଲେ ବଡ଼ କଥା..."ମୋ ସ୍ବାମୀ କେବେ ମୋତେ ଟଙ୍କାଟେ ବି ଦେଇନାହାନ୍ତି"
india

Key Points

ଷ୍ଟାର ଖେଳାଳିଙ୍କ ଘର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବକ୍ସର ଚାମ୍ପିୟନ ମେରିକମଙ୍କ ପାଇଁ ପୁରା ପୁରୁଷ ସମାଜକୁ ବଦନାମ କରିଛି। ଛାଡ଼ପତ୍ର ପରେ ମେରିକମ ଇଣ୍ଟରଭ୍ୟୁରେ କହିଲେ ମୋ ସ୍ବାମୀ କେଉଁ କାମକୁ ନୁହେଁ।
ଷ୍ଟାର ଖେଳାଳିଙ୍କ ଘର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବକ୍ସର ଚାମ୍ପିୟନ ମେରିକମଙ୍କ ପାଇଁ ପୁରା ପୁରୁଷ ସମାଜକୁ ବଦନାମ କରିଛି। ଛାଡ଼ପତ୍ର ପରେ ମେରିକମ ଇଣ୍ଟରଭ୍ୟୁରେ କହିଲେ ମୋ ସ୍ବାମୀ କେଉଁ କାମକୁ ନୁହେଁ। ସେ କେବେ ମୋତେ ଟଙ୍କାଟେ ବି ଦେଇ ନାହାନ୍ତି। ମୋ ପଇସାରେ ଖାଇପିଇ ଚଳୁଥିଲେ। ଶେଷରେ ମୋ ସମ୍ପତ୍ତି ହଡ଼ପ କରି ନେଇଗଲେ। ଆଉ ଏହା ମଧ୍ୟ କହିଲେ ଯେ କେଉଁଠାରେ କଣ ସ୍ତ୍ରୀ ପଇସାରେ କେବେ ସ୍ବାମୀ ଚଳେ? ସେପଟେ ସ୍ବାମୀ କହିଛନ୍ତି ମୋତେ ବାହା ହୋଇବି ତାଙ୍କର ବାହାରେ ଆଫେୟାର୍ସ ଥିଲା। ଆଉ ମୋତେ use କରି ଫୋପାଡ଼ିଦେଲେ।

ଭାରତର ଅଲିମ୍ପିକ୍ ପଦକ ବିଜେତା ଏବଂ ଛଅ ଥର ବିଶ୍ୱ ଚାମ୍ପିଅନ୍ ବକ୍ସର ମେରୀ କମ୍ ପୁଣି ଥରେ ଖବରରେ ଆସିଛନ୍ତି। କିଛି ଦିନ ପୂର୍ବରୁ ମେରୀ କମ୍ ତାଙ୍କ ପୂର୍ବତନ ସ୍ୱାମୀ କାରୁଙ୍ଗ୍ ଅନଲରଙ୍କ ଉପରେ କୋଟି କୋଟି ଟଙ୍କା ଠକେଇ ଏବଂ ତାଙ୍କ ଜମି ହଡ଼ପ କରିବାର ଅଭିଯୋଗ ଆଣିଥିଲେ। ଅନଲର ଜଣେ ଫୁଟବଲ ଖେଳାଳି ସେ ତାଙ୍କ ପୂର୍ବତନ ପତ୍ନୀ ମେରିକମଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି।
ଅନଲର ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି, "ମେରୀ କମ୍ ସମ୍ପତ୍ତି ସମ୍ପତ୍ତିରୁ ମୋ ନାମ ହଟାଇବାକୁ କହିଛନ୍ତି"। ସେ କହିଛନ୍ତି ଯେ, ମୁଁ କୁଆଡେ ୫ କୋଟି ଟଙ୍କା ଚୋରି କରିଛି। ମୋ ଆକାଉଣ୍ଟ୍ ଯାଞ୍ଚ କରନ୍ତୁ। ଆମେ ବିବାହ କରି ୧୮ବର୍ଷ ସାଥୀରେ ଥିଲୁ। ତା'ପରେ ଏସବୁ କହୁଛନ୍ତି। ତାଙ୍କ ମୁଣ୍ଡ କାମ କରୁନି। ଜଣେ ସ୍ତ୍ରୀ ନିଜ ସ୍ବାମୀ ନାଁରେ ଏତେ ବଡ଼ ମିଛ କେମିତି କହିପାରେ। ମୁଁ ତାଙ୍କ ପାଇଁ ମୋ ଖେଳିବାକୁ ବି ତ୍ୟାଗ କରିଦେଲି। କିନ୍ତୁ ଏବେ କହୁଛନ୍ତି ଯେ, ମୁଁ ଗଲି ଫୁଟବଲ ଖେଳେ। ମୁଁ ଯଦି ଧନ ସମ୍ପତ୍ତି ନେଇଯାଇଛି। ଏବେ ମୋ ପାଖରେ କଣ ଅଛି? ମୋ ଘର ଆସି ଦେଖନ୍ତୁ ମୁଁ ଦିଲ୍ଲୀରେ ଏକ ଭଡା ଘରେ ରହୁଛି।"

ମୋତେ ବ୍ୟବହାର କଲେ ଏବଂ ତା’ପରେ ମୋତେ ଫୋପାଡ଼ି ଦେଲେ
ଅନଲର ତାଙ୍କ ପୂର୍ବତନ ପତ୍ନୀ ମେରୀ କମଙ୍କ ବିଷୟରେ ଏକ ବଡ଼ ଖୁଲାସା କରି କହିଥିଲେ, "ମୁଁ ତାଙ୍କୁ କ୍ଷମା କରିପାରିବି, କିନ୍ତୁ ସେ ମୋ ସହିତ ଯାହା କରିଛନ୍ତି ତାହା ମୁଁ କେବେ ଭୁଲିପାରିବି ନାହିଁ। ମୁଁ ତାଙ୍କ ପାଇଁ ଏକ ବ୍ୟବହୃତ ସାମଗ୍ରୀ। ତାଙ୍କ ଏକାଡେମୀ କିଏ ପ୍ରତିଷ୍ଠା କରିଥିଲେ? କିଏ ଏହାକୁ ପଞ୍ଜୀକୃତ କରାଇଥିଲେ? ସେ ନିଜେ ଜାଣିଥିବେ ଯେଉଁ ଝିଅ ନାଁରେ ପୁରା ଦେଶ ଗର୍ବିତ। ଯାହା ନାଁରେ ବାୟୋପିକ ହୋଇଛି। ସେ କିନ୍ତୁ ଜଣେ ସ୍ବାର୍ଥପର ମହିଳା।

"ମୁଁ ତାଙ୍କର ଡ୍ରାଇଭର ଥିଲି। ମୁଁ ତାଙ୍କର ରୋଷେୟା ଥିଲି। ମୁଁ ସବୁକିଛି କରିଥିଲି, ଏବଂ ମୁଁ ତାହା କରିଥିଲି କାରଣ ଏହା ଆମ ଘର ଏବଂ ପରିବାର ପାଇଁ ଥିଲା। ମୁଁ ତାଙ୍କ ଦାସ ପରି ରହୁଥିଲି, କିନ୍ତୁ ମୋ ଦୃଷ୍ଟିରେ, ଏହା ସବୁକିଛି ପ୍ରେମ ପାଇଁ ଥିଲା। ବର୍ତ୍ତମାନ, ସେ ଏହି ଦୁଃଖଦାୟକ କଥା କହୁଛନ୍ତି। ଠିକ୍ ଅଛି, ଆମେ ଏକ ପାରମ୍ପରିକ କୋର୍ଟ ମାଧ୍ୟମରେ ଛାଡପତ୍ର ପାଇଛୁ, କିନ୍ତୁ ମୋର ସମର୍ଥନକୁ ବଦନାମ କରନାହିଁ। ଏପରି ଅଭଦ୍ର ଏବଂ ଅସମ୍ମାନଜନକ କଥା କୁହ ନାହିଁ," ସେ ଆହୁରି ମଧ୍ୟ କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ବକ୍ସିଂ ଜାରି ରଖିବାକୁ ଚାହୁଁଥିଲେ। ତେଣୁ ମୁଁ ଆଉ ଫୁଟବଲ ନ ଖେଳି ଘର ଚଳାଇବାକୁ ରାଜି ହେଲି। ସେ ରୋଜଗାର କରୁଥିବା ସଦସ୍ୟ ଥିଲେ, କିନ୍ତୁ ମୁଁ ଏହାକୁ କେବେ କିଛି ଉଦାହରଣୀୟ କରିବା ଭାବରେ ଦେଖି ନଥିଲି। ମୁଁ କେବଳ ମୋ ସ୍ତ୍ରୀର ଆଗ୍ରହକୁ ସମର୍ଥନ କରୁଥିଲି।"
କାରୁଙ୍ଗ୍ ଅନଲର ମଧ୍ୟ ଦାବି କରିଛନ୍ତି ଯେ ତାଙ୍କର 2017 ରୁ ପ୍ରେମ ସମ୍ପର୍କ ଅଛି। ଅନଲର କହିଛନ୍ତି, "2013 ରେ ତାଙ୍କର ଜଣେ ଜୁନିଅର ବକ୍ସରଙ୍କ ସହ ମଧ୍ୟ ସମ୍ପର୍କ ଥିଲା। ମୋ ପାଖରେ ପ୍ରମାଣ ସ୍ୱରୂପ ତାଙ୍କର ହ୍ୱାଟସଆପ୍ ମେସେଜ୍ ଅଛି। କିନ୍ତୁ ମୁଁ ଜାଣିକି ମଧ୍ୟ ମିଡିଆ ସାମ୍ନାରେ କିଛି କହିବାକୁ ଚାହୁଁ ନ ଥିଲି। କିନ୍ତୁ ଏବେ ସେ ମୋତେ ବଦନାମ କରୁଛନ୍ତି।

ତେବେ ଏହି ଦୁଇଜଣଙ୍କ ସମ୍ପର୍କ ଏବେ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। କେତେକ ୟୁଜର୍ସ ଲେଖିଛନ୍ତି ଯଦି ସ୍ବାମୀ ଜଣେ ସ୍ତ୍ରୀର ଭରଣପୋଷଣ ସାରା ଜୀବନ କରୁଛି ବିନା ଦ୍ବିଧାରେ ତେବେ ଜଣେ ସ୍ତ୍ରୀର ପଇସାରେ ସ୍ବାମୀ ଚଳିଲେ ପାପ କେଉଁଆଡୁ ହୋଇଯାଉଛି।

Related Topics

Explore more stories