Matheesha Pathirana / ପଥିରାନାଙ୍କୁ ଏତିକି କୋଟିରେ କିଣିଲା କୋଲକାତା ନାଇଟ୍ ରାଇଡର୍ସ
·9 months ago·2 min read

Key Points
ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଶ୍ରୀଲଙ୍କା ଖେଳାଳି ପଥିରାନା
୧୮ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ

ଚର୍ଚ୍ଚାରେ ଶ୍ରୀଲଙ୍କା ଖେଳାଳି ମାଥିଶା ପଥିରାନା। ଯାହାଙ୍କୁ ବର୍ତ୍ତମାନ ଦାମୀ ଖେଳାଳି ବୋଲି କୁହାଯାଉଛି। କୋଲକାତା ନାଇଟ୍ ରାଇଡର୍ସ ମାଥିଶା ପଥିରାନାଙ୍କୁ ୧୮ କୋଟି ଟଙ୍କାରେ କିଣିଛି। ମାଥିଶା ପଥିରାନାଙ୍କୁ ଗତବର୍ଷ ଚେନ୍ନାଇ ସୁପର କିଙ୍ଗସ ୧୩ କୋଟି ଟଙ୍କାରେ ନିଜ ଟିମରେ ରଖିଥିଲା । କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ଗତବର୍ଷ ତୁଳନାରେ ୫ କୋଟି ଟଙ୍କା ଅଧିକ ଦେଇଛି । ପୂର୍ବରୁ କେକେଆର କ୍ୟାମେରନ ଗ୍ରୀନଙ୍କୁ ସର୍ବାଧିକ ୨୫.୨୦ କୋଟି ଟଙ୍କା ଦେଇ କିଣିଥିଲା । ମାଥିଶା ପଥିରାନା ଏପର୍ଯ୍ୟନ୍ତ ତାଙ୍କ ୩୨ ମ୍ୟାଚ୍ ବିଶିଷ୍ଟ IPL କ୍ୟାରିୟରରେ ୪୭ ୱିକେଟ୍ ନେଇଛନ୍ତି। ୨୦୨୫ରେ ସେ ଭଲ ପ୍ରଦର୍ଶନ କରିପାରି ନଥିଲେ । ସେ CSK ପାଇଁ ୧୨ ମ୍ୟାଚରେ ୧୩ ୱିକେଟ୍ ନେଇଥିଲେ।
IPL ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଶ୍ରୀଲଙ୍କା କ୍ରିକେଟର ହୋଇଛନ୍ତି ପଥିରାନା। ନିଲାମ ପୂର୍ବରୁ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ରିଲିଜ୍ କରିଥିଲା । ମାଥିଶା ପଥିରାନାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମେ ତାଙ୍କ ପାଇଁ ଲଢ଼ିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଉଭୟ ମାଥିଶା ପଥିରାନାଙ୍କ ପାଇଁ ସେମାନଙ୍କର ଅଧାରୁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛୁକ ଥିଲେ । କିନ୍ତୁ KKR ସେମାନଙ୍କୁ ପଛରେ ପକାଇ ୧୮ କୋଟି ଖର୍ଚ୍ଚ କରି ତାଙ୍କୁ କିଣିଛି ।
ଏଥିସହ ପଢ଼ନ୍ତୁ: ବିଶ୍ୱର ପ୍ରଥମ ଧନୀ ମସ୍କ, ୬୦୦ ବିଲିୟନ ଡଲାରରେ ପହଞ୍ଚିଲା ସମ୍ପତ୍ତି...
ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ୧୫.୬୦ କୋଟି ଟଙ୍କା ଦେବ ବୋଲି କହିଥିଲା । ଏହା ପରେ ଟିମ୍ ପ୍ରତ୍ୟାହାର କରିନେଇଥିଲା, କିନ୍ତୁ LSG ହାର ମାନିନଥିଲା । ଲକ୍ଷ୍ନୌ ମାଥିଶା ପଥିରାନାଙ୍କୁ କ୍ରୟ କରିବାକୁ ୧୭.୮୦ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା ।କିନ୍ତୁ LSG ମଧ୍ୟ ପଛକୁ ହଟିଥିଲା। ଶେଷରେ KKR ମାଥିଶା ପଥିରାନାଙ୍କୁ ୧୮ କୋଟି ଟଙ୍କାରେ କିଣିଛି । ଏହା ପୂର୍ବରୁ, ନିଲାମୀରେ ସବୁଠାରୁ ମହଙ୍ଗା ଶ୍ରୀଲଙ୍କା ଖେଳାଳିଙ୍କ ରେକର୍ଡ ୱାନିନ୍ଦୁ ହସରଙ୍ଗାଙ୍କ ନାମରେ ଥିଲା । ତାଙ୍କୁ ୨୦୨୨ରେ RCB ୧୦.୭୫ କୋଟି ଟଙ୍କାରେ କିଣିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଆଇପିଏଲ-୨୦୨୬ ମିନି ଅକ୍ସନରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କା ବର୍ଷା। ନିଲାମୀ ଯୁଦ୍ଧରେ ଶେଷରେ ବାଜି ମାରିଛି କେକେଆର। ଗ୍ରୀନକୁ ରେକର୍ଡ ୨୫.୨୦ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି କୋଲକାତା। ଏଥିସହ ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories