Videos
|
Sports

T20 Latest Update / ୨ ବର୍ଷ ପରେ ଦଳକୁ ଫେରିଲେ ମୟଙ୍କ ଯାଦବ... ପ୍ରଥମ ବଲରେ ଓ୍ବିକେଟ୍ ନେଇ ରେକର୍ଡ କଲେ...

Ritu Das
Browse all articles by Ritu Das
·1 hour ago·2 min read
୨ ବର୍ଷ ପରେ ଦଳକୁ ଫେରିଲେ ମୟଙ୍କ ଯାଦବ... ପ୍ରଥମ ବଲରେ ଓ୍ବିକେଟ୍ ନେଇ ରେକର୍ଡ କଲେ...
Cricket

Key Points

ଦୀର୍ଘ ୨ ବର୍ଷ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ମୟଙ୍କ ଯାଦବ
ଦୀର୍ଘ ୨ ବର୍ଷ ପରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ମୟଙ୍କ ଯାଦବ । ନଜର ଗତି ପାଇଁ ବେଶ ଜଣାଶୁଣା ଏହି ଖେଳାଳି ଜିମ୍ବାଓ୍ବେ ବିପକ୍ଷରେ କରିଛନ୍ତି କମାଲ । ହରାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ପ୍ରଥମ ବଲରେ ହିଁ ଓ୍ବିକେଟ ଅକ୍ତିଆର କରି ରେକର୍ଡ କରିଛନ୍ତି । ୧୪୯ ସ୍ପିଡରେ ବୋଲିଂ କରି ସେ ଏହି ସଫଳତା ହାସଲ କରିଛନ୍ତି । ଜିମ୍ବାଓ୍ବେର ଓପନର ବ୍ୟାଟ୍ସମ୍ୟାନ ବ୍ରାଏନ୍ ବେନେଟ ବଲକୁ ବୁଝିବା ପୂର୍ବରୁ ଇଶାନ କିଷନଙ୍କ ହାତରେ ଧରାପଡ଼ିଥିଲେ । ତେବେ ଟି-୨୦ରେ ପ୍ରଥମ ବଲରେ ଓ୍ବିକେଟ ଅକ୍ତିଆର କରିଥିବା ବୋଲରଙ୍କ ତାଲିକାରେ ଯୋଡ଼ି ହୋଇଛି ମୟଙ୍କ ଯାଦବଙ୍କ ନାମ। 

ଏହାସହ ପଢ଼ନ୍ତୁ: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପ୍ରଥମ ବିଜୟ…୧୫ ବର୍ଷୀୟ ବୈଭବଙ୍କ ଧମାକାରେ ଜିମ୍ବାୱେ ଧରାଶାୟୀ


ତେବେ ଟି-୨୦ କ୍ରିକେଟରେ ପ୍ରଥମ ବଲରେ ଓ୍ବିକେଟ ନେବାର ରେକର୍ଡ ସ୍ବିଙ୍ଗ୍ କିଙ୍ଗ ଭାବେ ଜଣାଶୁଣା ଭୁବନେଶ୍ବର କୁମାରଙ୍କ ନାମରେ ରହିଛି । ୨୦୨୨ ମସିହାରେ ସେ ନିସଙ୍କଙ୍କୁ ଆଉଟ୍ କରିଥିଲେ । ଏହାସହ ସେ ଟି-୨୦ରେ ପ୍ରଥମ ବଲରେ ତିନିଥର ଆଉଟ୍ କରିଛନ୍ତି । ଭୁବିଙ୍କ ପଛକୁ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ । ଏମାନେ ଦୁଇଥର ଲେଖାଏଁ ପ୍ରଥମ ବଲରୁ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଛନ୍ତି । ତେବେ ମୟଙ୍କ ଯାଦବ ମଧ୍ୟ ଦ୍ବିତୀୟଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ସେ ପୂର୍ବରୁ ୨୦୨୪ ମସିହାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ବଲରେ ଓ୍ବିକେଟ ଅକ୍ତିଆର କରିଥିଲେ । ମାତ୍ର ନିୟମିତ ଦଳରେ ସ୍ଥାନ ପାଇନଥିଲେ । ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ, ଚାରି ଓଭରରେ ୧୮ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ପ୍ରିନ୍ସ ଯାଦବ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ।

  • ମ୍ୟାଚ୍ ପରିସ୍ଥିତି ଏହିପରି ଥିଲା

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା। ଜିମ୍ବାୱେ ପକ୍ଷରୁ ୱେସ୍ଲି ମାଧେଭେରେ ସର୍ବାଧିକ ୩୪ ବଲ୍‌ରେ ୩୯ ରନ୍ କରିଥିଲେ। ତାଡିୱାନାଶେ ମାରୁମାନି ମଧ୍ୟ ୨୦ ବଲ୍‌ରେ ୨୭ ରନ୍ କରିଥିଲେ। ଲକ୍ଷ୍ୟ ପିଛା କରି ଭାରତ ୧୩.୨ ଓଭରରେ ୧୨୬ ରନ୍ କରି ୭ ୱିକେଟରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ୧୯ ବଲ୍‌ରେ ୫୦ ରନ୍ କରି ସର୍ବାଧିକ ୫୦ ରନ୍ କରିଥିଲେ। ଇଶାନ କିଶାନ ମଧ୍ୟ ୨୪ ବଲ୍‌ରେ ୩୫ ରନ୍ କରିଥିଲେ, ଯେତେବେଳେ ଅଧିନାୟକ ଶ୍ରେୟସ ଆୟର ୨୪ ବଲ୍‌ରେ ୨୮ ରନ୍ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored