Videos
|
Sports

ମୟଙ୍କ ଯାଦବଙ୍କ ଖୁସିର ସୀମା ନାହିଁ

Ritu Das
Browse all articles by Ritu Das
·2 years ago·1 min read
ମୟଙ୍କ ଯାଦବଙ୍କ ଖୁସିର ସୀମା ନାହିଁ

ଅର୍ଗସ ବ୍ୟୁରୋ: ସତରେ ମୟଙ୍କଙ୍କ ମ୍ୟାଜିକ ଚାଲିଛି ଆଇପିଏଲରେ। ଏବେ ଯୁଆଡେ ଦେଖ ସିଆଡେ ଚର୍ଚ୍ଚା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗା‌ଲୁରୁ (ଆର୍‌ସିବି)କୁ ହରାଇବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ଦ୍ରୁତ ବୋଲର ମୟଙ୍କ ୟାଦବଙ୍କ ଖୁସିର ସୀମା ନାହିଁ। ମ୍ୟାଚ୍‌ରେ ସେ ୩ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଆର୍‌ସିବିର ଶୀର୍ଷକ୍ରମକୁ ଭାଙ୍ଗିବାରେ ତାଙ୍କର ବଡ଼ ହାତ ରହିଥିଲା। ଏହି ବିଜୟ ପରେ ମୟଙ୍କ ‌ସାମାଜିକ ଗଣମାଧ୍ୟମରେ ତାଙ୍କ ଖୁସିକୁ ମା’ଙ୍କ ସହିତ ବାଣ୍ଟିଥିଲେ। ୱିକେଟ୍‌ ନେବା ପରେ ଉପରକୁ ଉଠି ଉତ୍ସବ ମନାଇବାର ଫଟୋକୁ ପୋଷ୍ଟ କରିବା ସହ ସେ ଉଡ଼ିପାରନ୍ତି ବୋଲି ମା’ଙ୍କୁ ଜଣାଇଥିଲେ। 

ମୟଙ୍କ ମାତ୍ର ଦୁଇଟି ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ତାଙ୍କର ଦ୍ରୁତଗତିର ବୋଲିଂ ପାଇଁ ମୁଖ୍ୟାଂଶରେ ରହିଆସୁଛନ୍ତି। ମଙ୍ଗଳବାର ସହ ଦୁଇଟି ଯାକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ତାଙ୍କୁ ମିଳିଛି। ମାତ୍ର ୨୧ ବର୍ଷ ବୟସରେ ଏଭଳି ଅନନ୍ୟ ସଫଳତା ପାଇ ଇତିହାସ ରଚିଛନ୍ତି ସେ। ଆର୍‌ସିବି ବିପକ୍ଷରେ ୧୫୬.୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ବଲ୍‌ ପକାଇ ଚଳିତ ସଂସ୍କରଣରେ ଦ୍ରୁତତମ ବୋଲର୍ ବି ହୋଇଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mayank's happiness | Argus News