Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଶ୍ବକପର ବଦଲା ନେବାକୁ ତୟାର୍ ମେନ୍ ଇନ ବ୍ଲ୍ୟୁ

Sports

ବିଶ୍ବକପର ବଦଲା ନେବାକୁ ତୟାର୍ ମେନ୍ ଇନ ବ୍ଲ୍ୟୁ

Ritu Das
Browse all articles by Ritu Das
·1 year ago·2 min read
ବିଶ୍ବକପର ବଦଲା ନେବାକୁ ତୟାର୍ ମେନ୍ ଇନ ବ୍ଲ୍ୟୁ

ପଡ଼ିଆ ଭିନ୍ନ ହେଲେ ଦୁଷ୍ମନ ସମାନ। ଦୁବାଇ ଗ୍ରାଉଣ୍ଡରେ 23 ବିଶ୍ବକପ ଫାଇନାଲର ବଦଲା ନେବାକୁ ତୟାର୍ ମେନ୍ ଇନ ବ୍ଲୁ। କଙ୍ଗାରୁକୁ ଚିତ୍ କରିବାକୁ ପୁରା ରେଡ୍ଡି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବେ ରୋହିତ ଆଣ୍ଡ କୋ। ଯାହାକୁ ନେଇ ପ୍ରତିଟି ଇଣ୍ଡିଆନ୍ସଙ୍କ ହାର୍ଟବିଟ୍ ଏବେଠୁ ଧକ୍ ଧକ୍ କରିବା ଆରମ୍ଭ କରିସାରିଛି। ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ରୋମାଞ୍ଚକୁ କଳ୍ପନା କରି ଫ୍ଲାନ୍ସଙ୍କ ହାର୍ଟବିଟ୍ ବଢ଼ିଗଲାଣି। ତେବେ କଣ ହେବ ସେମିଫାନାଲରେ। କିଏ ମାରିବ ବାଜି ? ମ୍ୟାଚରେ କାହାର ପଲା ଭାରି ରହିବ ? ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ। ଓପନିଂରେ ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆକୁ ଫାଇଦା ଦେଇପାରେ। ସେପଟେ ଦୁବାଇର ପିଚରେ ଭାରତୀୟ ସ୍ପିନରଙ୍କ ଅନୁଭୂତି ଟିମ ପାଇଁ ଆଡଭାଣ୍ଟେଜ ହୋଇପାରେ।


ଏହି ପିଚରେ ତିନୋଟି ମ୍ୟାଚ ଖେଳି ଅପରାଜିତ ରହିଛି ଟିମ୍ ଇଣ୍ଡିଆ। ତେବେ ବିଜୟର ଏହି ଧାରାକୁ ବଜାୟ ରଖିବାକୁ ପ୍ରୟାସ କରିବେ ମେନ୍ ଇନ ବ୍ଲୁ। ଏହି ବିଜୟ ଧାରା ବଜାୟ ରହିଲେ ଚାମ୍ପିୟନ ଟ୍ରଫି 2025ରେ କୌଣସି ମ୍ୟାଚ ନହାରି ସିଧା ଫାଇନାଲରେ ପହଞ୍ଚିଥିବା ପ୍ରଥମ ଟିମ୍ ବନିଯିବ ଭାରତ। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗଲା ମ୍ୟାଚ ଭାରତ ଯେ ଖାଲି ଟପ୍ ଅର୍ଡର ନୁହେଁ ମିଡିଲ୍ ଅର୍ଡରରେ ବି ମଜଭୁତ ଅଛି ଅହା ସାବ୍ୟସ୍ତ କରିପାରିଛି। ଏମିତିକି ବୋଲିଂରେ ଥିବା ଭାରତର ଦବଦବାକୁ ପୁରା ଦୁନିଆ ଦେଖିଛି। କେମିତି ବରୁଣ ଟକ୍ରର୍ତ୍ତୀଙ୍କ ସ୍ପିନ୍ ଉଡ଼ାଇଥିଲା କିୱି ବ୍ୟାଟରଙ୍କ ଧଜ୍ଜିଆ। ଗୋଟିଏ ପଟେ ପୁରା ଦେଶ ଟିମ୍ ରୋହିତ ଏଣ୍ଡ୍ କୋଙ୍କ ବିଜୟର ପ୍ରାର୍ଥନା କରୁଥିବା ବେଳେ କଂଗ୍ରେସ ତାର ପୁରୁଣା ରୋଗ ଦେଖାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଂଗ୍ରେସ ମୁଖପାତ୍ର ଶମା ମହମ୍ମଦଙ୍କ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ମୋଟା କହି ତାତ୍ସଲ୍ୟ କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ। ଯାହାକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରକାର ୱାର୍ ଆରମ୍ଭ ହୋଇଯାଇଛି। ତେବେ କଂଗ୍ରେସ ନିଜକୁ ଏହି କମେଣ୍ଟରୁ ଦୂରେଇ ରଖିଥିବା କହିଛି। ସେ ଯାହାବି ହେଉ ରୋହିତ ଓ କୋହଲିଙ୍କ ଯୋଡିର ପରଫର୍ମାନ୍ସ ଉପରେ ରହିଛି ପୁରା ବିଶ୍ବର ନଜର୍। ଏହି ଯୋଡିର ଜଲୱା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ କ୍ରିକେଟ ଫ୍ଲାନ୍ସ। ଆଉ ଏହି ଯୋଡି ଚାଲିଲେ ଦୁବାଇର ପିଚରେ ଟିମ୍ ଇଣ୍ଡିଆ କଙ୍ଗାରୁ ଶିକାର କରିବା ଥୟ।

Painting
Sponsored
Men in Blue ready to take revenge for the World Cup | Argus News