Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫିଫା ବିଶ୍ବକପରେ ଇତିହାସ ରଚିଲେ ମେସି…ସର୍ବଧିକ ଗୋଲ ସ୍କୋର କରି କ୍ଲୋଜଙ୍କ ରେକର୍ଡ ଭାଙ୍ଗିଲେ

Sports

LionelMessi / ଫିଫା ବିଶ୍ବକପରେ ଇତିହାସ ରଚିଲେ ମେସି…ସର୍ବଧିକ ଗୋଲ ସ୍କୋର କରି କ୍ଲୋଜଙ୍କ ରେକର୍ଡ ଭାଙ୍ଗିଲେ

Ritu Das
Browse all articles by Ritu Das
·2 hours ago·2 min read
ଫିଫା ବିଶ୍ବକପରେ ଇତିହାସ ରଚିଲେ ମେସି…ସର୍ବଧିକ ଗୋଲ ସ୍କୋର କରି କ୍ଲୋଜଙ୍କ ରେକର୍ଡ ଭାଙ୍ଗିଲେ
FIFA

Key Points

ଲିଓନେଲ ମେସି ଫିଫା ବିଶ୍ବକପ୍ ଇତିହାସରେ ଅନେକ ଅଲିଭା ଏବଂ ଚମତ୍କାର ରେକର୍ଡ ନିଜ ନାମରେ କରିଛନ୍ତି
ଲିଓନେଲ ମେସି ଫିଫା ବିଶ୍ବକପ୍ ଇତିହାସରେ ଅନେକ ଅଲିଭା ଏବଂ ଚମତ୍କାର ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ୨୦୨୬ ଫିଫା ବିଶ୍ବକପ୍‌ ସୁଦ୍ଧା ସେ ବିଶ୍ବର ସର୍ବଶ୍ରେଷ୍ଠ ଫୁଟବଲ୍ ଖେଳାଳି ଭାବେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛନ୍ତି। ମେସି ବର୍ତ୍ତମାନ ପୁରୁଷ ଫିଫା ବିଶ୍ବକପ୍ ଇତିହାସରେ ସର୍ବାଧିକ ୧୮ଟି ଗୋଲ୍ କରି ସର୍ବକାଳୀନ ଶୀର୍ଷ ସ୍କୋରର ହୋଇଛନ୍ତି। ସେ ଜର୍ମାନୀର କିମ୍ବଦନ୍ତୀ ଖେଳାଳି ମିରୋସ୍ଲାଭ କ୍ଲୋଜ୍‌ଙ୍କ ୧୬ଟି ଗୋଲ୍‌ର ରେକର୍ଡକୁ ଭାଙ୍ଗି ଏହି ସଫଳତା ପାଇଛନ୍ତି।

୨୦୨୬ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଆଲଜେରିଆ ବିପକ୍ଷରେ ହାଟ୍ରିକ ଏବଂ ପରେ ଅଷ୍ଟ୍ରିଆ ବିପକ୍ଷରେ ୨ଟି ଗୋଲ୍ ଦେଇ ସେ ଏହି ଐତିହାସିକ ମାଇଲଖୁଣ୍ଟ ଛୁଇଁଛନ୍ତି। ବିଶ୍ବକପ୍ ଇତିହାସରେ ଜଣେ ଖେଳାଳି ଭାବେ ସେ ସର୍ବାଧିକ ୨୮ଟି ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ସେହିପରି ବିଶ୍ବକପ୍‌ ମୈଦାନରେ ସର୍ବାଧିକ ୨ ହଜାର ୪୮୯ ମିନିଟ୍‌ରୁ ଅଧିକ ସମୟ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟ, ମେସି ରେକର୍ଡ ଷଷ୍ଠ ବିଶ୍ୱକପ୍ ଖେଳୁଛନ୍ତି ଓ ୨ଟି ମ୍ୟାଚରେ ମୋଟ୍ ୫ଟି ଗୋଲ କରିସାରିଛନ୍ତି । ବିଶ୍ୱର ତୃତୀୟ ଖେଳାଳି ଭାବେ ମେସି କ୍ରମାନ୍ୱୟରେ ୬ଟି ବିଶ୍ୱକପ୍ ମ୍ୟାଚରେ ଗୋଲ୍ କରିବାରେ ରେକର୍ଡ କରିଛନ୍ତି । ତାଙ୍କ ଗୋଲ୍ ଅଭିଯାନ ଆରମ୍ଭ ହୋଇଥିଲା ୨୦୨୨ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ରାଉଣ୍ଡ-୧୬ ମ୍ୟାଚରୁ । ଉକ୍ତ ମ୍ୟାଚରେ ସେ ଗୋଟିଏ ଗୋଲ ଦେଇଥିଲେ । ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ବିଜୟ ହାସଲ କରିଥିଲା । ଏହାପରେ ସେ ନେଦରଲାଣ୍ଡ୍ସ ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ଗୋଟିଏ ଗୋଲ୍ କରିଥିଲେ ଓ ଅନ୍ୟ ଏକ ଗୋଲ୍‌ ସହାୟତା କରିଥିଲେ । ପରବର୍ତ୍ତୀ କ୍ରୋଏସିଆ ବିପକ୍ଷ ସେମି ଫାଇନାଲ୍‌ରେ ସେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ । ଫ୍ରାନ୍ସ ବିପକ୍ଷ ଫାଇନାଲ୍‌ରେ ସେ ୨ଟି ଗୋଲ୍ ଦେଇଥିଲେ । ଚଳିତ ବିଶ୍ୱକପ୍‌ରେ ସେ କ୍ରମାନ୍ୱୟରେ ୨ଟି ମ୍ୟାଚରେ ଗୋଲ୍ କରିଛନ୍ତି। ମେସିଙ୍କ ପୂର୍ବରୁ ୧୯୫୮ ବିଶ୍ୱକପ୍‌ରେ ଫ୍ରାନ୍ସର ଜଷ୍ଟ ଫଣ୍ଟେନ ଓ ୧୯୭୦ ବିଶ୍ୱକପ୍‌ରେ ଜର୍ଜିନୋ କ୍ରମାନ୍ୱୟରେ ୬ଟି ମ୍ୟାଚରେ ଗୋଲ୍ କରିଥିଲେ । ଫଣ୍ଟେନ ଉକ୍ତ ବିଶ୍ୱକପ୍‌ରେ ମୋଟ ୧୩ଟି ଗୋଲ୍ କରିଥିଲେ ।

ନକ୍‌ଆଉଟ୍‌ରେ ଆର୍ଜେଣ୍ଟିନା- ସବୁ ଆଲୋଚକଙ୍କୁ ଭୁଲ ପ୍ରମାଣିତ କରି ଲିଓନେଲ ମେସି ଚଳିତ ବିଶ୍ୱକପ୍ରେ ରେକର୍ଡ ପରେ ରେକର୍ଡ ଭଙ୍ଗ କରି ଚାଲିଛନ୍ତି । ଷଷ୍ଠ ବିଶ୍ୱକପ୍ ଖେଳୁଥିବା ମେସି ଆଉ ମାତ୍ର ୨ ଦିନ ପରେ ୩୯ ବର୍ଷରେ ପଦାର୍ପଣ କରିବେ । ଯେଉଁ ବୟସରେ ଖେଳାଳିମାନେ ଫିଟ୍‌ନେସ୍‌ ହରାଇ ଅବସର ଜୀବନ କଟାନ୍ତି ସେହି ବୟସରେ ସେ ଯୁବ ଖେଳାଳିଙ୍କ ଭଳି ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବିଶ୍ୱକପରେ ସର୍ବାଧିକ ମ୍ୟାଚ ଖେଳିବା ସହ ମେସି ସର୍ବାଧିକ ଗୋଲ୍ ସ୍କୋରର ଭାବେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଜର୍ମାନୀର ମିରୋସ୍ଲାଭ କ୍ଲୋଜଙ୍କ ନାମରେ ୨୦୧୪ରୁ ରହିଥିବା ସର୍ବାଧିକ ବିଶ୍ୱକପ୍ ଗୋଲ୍ ରେକର୍ଡ (୧୬ ଗୋଲ୍) ଭାଙ୍ଗିବା ସହ ସେ ମୋଟ୍ ୧୮ଟି ଗୋଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରିୟା ବିପକ୍ଷ ଗ୍ରୁପ୍-ଜେ’ର ଏକ ମ୍ୟାଚରେ ମେସି ଡବଲ ଗୋଲ୍ କରିବା ଫଳରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରି ନକ୍ ଆଉଟ୍‌ରେ ସ୍ଥାନ ପକ୍କା କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored