Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Lionel Messi Delhi visit / ଦିଲ୍ଲୀରେ ଚମକିଲେ ମେସି: ICC ଅଧ୍ୟକ୍ଷ ଜୟ ଶାହ ମେସିଙ୍କୁ ଦେଲେ ସ୍ବତନ୍ତ୍ର ଉପହାର

Ritu Das
Browse all articles by Ritu Das
·7 months ago·3 min read
ଦିଲ୍ଲୀରେ ଚମକିଲେ ମେସି: ICC ଅଧ୍ୟକ୍ଷ ଜୟ ଶାହ ମେସିଙ୍କୁ ଦେଲେ ସ୍ବତନ୍ତ୍ର ଉପହାର
Delhi

Key Points

ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ଅରୁଣ ଜେଟଲି ଷ୍ଟାଡିୟମରେ
ମେସି ତାଙ୍କ Lionel Messi GOAT India Tour 2025ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି
T-20 ବିଶ୍ବକପ୍ ଦେଖିବାକୁ ଆମନ୍ତ୍ରଣ କଲେ ICC ଚେୟାରମ୍ୟାନ ଜୟ ଶାହ
ଆର୍ଜେଣ୍ଟିନାର ସୁପରଷ୍ଟାର ଏବଂ ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ତାଙ୍କ GOAT ଇଣ୍ଡିଆ ଟୁର୍ ର ତୃତୀୟ ତଥା ଶେଷ ଦିନରେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚି ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲେ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେସି ଅଂଶଗ୍ରହଣ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପୁରା ଷ୍ଟାଡିୟମ ଥିଲା ଖଚାଖଚ ଭିଡ଼। ମେସି ମେସିରେ ପୁରା ଷ୍ଟାଡିୟମ ଫାଟି ପଡ଼ୁଥିଲା। ଏହି ଅବସରରେ ICC ଅଧ୍ୟକ୍ଷ ଜୟ ଶାହ, DDCA ସଭାପତି ରୋହନ ଜେଟଲି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଲିଓନେଲ ମେସିଙ୍କୁ ଭେଟିଥିଲେ। ଏହି ଗସ୍ତ ସମୟରେ ଜୟ ଶାହ ମେସିଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ।



ଜୟ ଶାହ ମେସିଙ୍କୁ ଦେଲେ ସ୍ବତନ୍ତ୍ର ଉପହାର

କୋଲକାତା, ହାଇଦ୍ରାବାଦ ଏବଂ ମୁମ୍ବାଇ ପରେ ଦିଲ୍ଲୀରେ ପହଞ୍ଚିଛନ୍ତି କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି। ସେଠାରେ ପହଞ୍ଚିବା ପରେ ICC ସଭାପତି ଜୟ ଶାହଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଜୟ ଶାହ ମେସିଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ। ସେ ମେସିଙ୍କୁ "ମେସି" ନାମ ଥିବା ଏକ T20 ବିଶ୍ୱକପ୍ ଜର୍ସି ପ୍ରଦାନ କରିଥିଲେ। ଯାହା ଥିଲା ଅତ୍ୟନ୍ତ ରୋଚକ। ମେସିଙ୍କ ସହ ଆସିଥିବା ଲୁଇସ ସ୍ବରେଜଙ୍କୁ 7 ନମ୍ବର ଜର୍ସି ଏବଂ ରୋଡ୍ରିଗୋ ଡି ପଲଙ୍କୁ 9 ନମ୍ବର ଜର୍ସି ପ୍ରଦାନ କରାଯାଇଥିଲା।



ଶାହା ମେସିଙ୍କ ଭାରତ ଗସ୍ତକୁ ଆହୁରି ସ୍ୱତନ୍ତ୍ର କରିଥିଲେ ଏବଂ ତାଙ୍କୁ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କ ସ୍ନିଗେଚର ଥିବା ଏକ କ୍ରିକେଟ୍ ବ୍ୟାଟ୍ ପ୍ରଦାନ କରିଥିଲେ। ଏହା ବ୍ୟତୀତ, ସେ ମେସିଙ୍କୁ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ନିମନ୍ତ୍ରଣପତ୍ର ଏବଂ ଟିକେଟ୍ ମଧ୍ୟ ପ୍ରଦାନ କରିଥିଲେ।

ଏହାସହ ପଢ଼ନ୍ତୁ: କୋଲକାତା ପରେ ହାଇଦ୍ରାବାଦରେ ଏମିତି କହିଲେ ମେସି

ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ମେସି ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନଙ୍କୁ ହାତ ହଲାଇ କିଛି ଫୁଟବଲ୍ ମଧ୍ୟ ଉପହାର ଦେଇଥିଲେ। କାର୍ଯ୍ୟକ୍ରମ ପରେ, ମେସି କହିଥିଲେ, "ମୁଁ ଭାରତରେ ପାଇଥିବା ପ୍ରେମ ଏବଂ ସ୍ନେହ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ଆମ ପାଇଁ ପ୍ରକୃତରେ ଏକ ସୁନ୍ଦର ଅଭିଜ୍ଞତା ଥିଲା।" ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଭଲ ପାଇବାକୁ ଆମେ ସାଥୀରେ ନେଇଯାଉଛୁ। ଆମେ ନିଶ୍ଚିତ ଭାବରେ ଫେରିବୁ। ଆଶା କରୁଛି ଗୋଟିଏ ଦିନ, ଏକ ମ୍ୟାଚ୍ ଖେଳିବା ପାଇଁ କିମ୍ବା ଅନ୍ୟ କୌଣସି ଅବସର ପାଇଁ, କିନ୍ତୁ ଆମେ ନିଶ୍ଚିତ ଭାବରେ ଭାରତ ଆସିବୁ।"

ବିଳମ୍ବରେ ପହଞ୍ଚିଥିଲା ବିମାନ

ସୂଚନା ମିଳିଛି ଯେ, ଖରାପ ପାଗ ଯୋଗୁଁ ମୁମ୍ବାଇରୁ ତାଙ୍କର ବିମାନ ଦିଲ୍ଲୀରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ସକାଳ ୧୦ଟା ୪୫ରେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୁହୁଡ଼ି ଯୋଗୁଁ ତାଙ୍କର ଚାର୍ଟର୍ଡ ବିମାନ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ନ ୨ଟା ୩୦ରେ ପହଞ୍ଚିବା ପରେ, ସେ ସିଧା ଲୀଲା ପ୍ୟାଲେସ୍ ହୋଟେଲକୁ ଯାଇଥିଲେ। ସେଠାରେ କିଛି ବଛା ବଛା ବ୍ୟକ୍ତିଙ୍କୁ ଭେଟିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ବିତାଇବା ପରେ କିଛି ସମୟ ମଧ୍ୟରେ ସେ ଅରୁଣ ଜେଟଲି ଷ୍ଟାଡିୟମକୁ ଯାଇଥିଲେ। ଫୁଟବଲ୍ ସୁପରଷ୍ଟାରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ଥିବା ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି। ଲୋକଙ୍କ ଗହଳିରେ ଷ୍ଟାଡ଼ିୟମ ଫାଟି ପଡ଼ୁଥିଲା।

ଏହାସହ ପଢ଼ନ୍ତୁ: ମେସିଙ୍କ ପାଇଁ ହୋର୍ଡିଂ ଭଙ୍ଗିଲେ, ତମ୍ବୁ ଉପାଡ଼ିଲେ,ବୋତଲ ଫିଙ୍ଗିଲେ...

ଅନ୍ୟପକ୍ଷେ ରବିବାର ମୁମ୍ବାଇରେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, ଆଇଏସ୍‌ଏଲ୍ ଦଳ ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍‌ସର ଅନ୍ୟତମ ମାଲିକ ପାର୍ଥ ଜିନ୍ଦଲଙ୍କ ଭଳି ମାନ୍ୟଗଣ୍ୟଙ୍କୁ ଭେଟିଥିଲେ ମେସି। ଭାରତର କିଛି ପ୍ରତିଭାବାନ ତଥା ଉଦୀୟମାନ ଫୁଟ୍‌ବଲ୍ ତାରକାଙ୍କୁ ସଫଳତାର ମନ୍ତ୍ର ବି ବାଣ୍ଟିଥିଲେ। ରବିବାର ପୁରା ମୁମ୍ବାଇକୁ ଯେମିତି ମେସି ମାନିଆ ଗ୍ରାସିଥିଲା। ସହର ସାରା ମେସିଙ୍କ ବଡ଼ ବଡ଼ ପୋଷ୍ଟର୍ ଦେଖିବାକୁ ମିଳିଥିଲା। ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଚିନ ତାଙ୍କୁ ନିଜ ଦସ୍ତଖତ ସମ୍ବଳିତ ଜର୍ସି ଉପହାର ସ୍ବରୂପ ଦେଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lionel Messi Shines in Delhi, Receives Special Gift from ICC Chairman Jay Shah | Argus News